ଓଡିଶା

odisha

ETV Bharat / bharat

ଟାଇମ ମାଗାଜିନର 100 ପ୍ରତିଭାଶାଳୀ ତାଲିକା, ସ୍ଥାନ ପାଇଲେ 8 ଭାରତୀୟ - TIME Magazine List - TIME MAGAZINE LIST

TIME Magazine List: ଟାଇମ ମାଗାଜିନର 100 ପ୍ରତିଭାଶାଳୀ ତାଲିକା ଜାରି କରାଯାଇଛି । ସ୍ଥାନ ପାଇଛନ୍ତି ଆଲିଆ-ସାକ୍ଷୀ-ନାଡୋଲା । ଅଧିକ ପଢନ୍ତୁ

TIME Magazine List
TIME Magazine List

By ETV Bharat Odisha Team

Published : Apr 18, 2024, 1:33 PM IST

ହାଇଦ୍ରାବାଦ:ଟାଇମ ମାଗାଜିନ ପକ୍ଷରୁ ଚଳିତ ବର୍ଷ ପାଇଁ ବିଶ୍ବର ସବୁଠୁ 100 ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି । ତେବେ ଚଳିତ ଥର ଏଥିରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସେହିପରି ବିଶ୍ବ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ଅଲମ୍ପିଆନ ସାକ୍ଷୀ ମଲ୍ଲିକ, ନିର୍ଦ୍ଦେଶକ ଦେବ ପଟେଲ, ଆମେରିକାର ଶକ୍ତି ବିଭାଗର ଋଣ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଦିହର ଶାହ, ୟେଲ ବିଶ୍ବବିଦ୍ୟାଳୟର ଭୌତିକ ବିଜ୍ଞାନ ପ୍ରଫେସର ପ୍ରିୟମ୍ବଦା ନଟରାଜନ ଏବଂ ଅସମା ଖାନ ସାମିଲ ରହିଛନ୍ତି ।

ବୁଧବାର ଦିନ ଏହା ଘୋଷଣା ପରେ ଅଲମ୍ପିଆନ ସାକ୍ଷୀ ମଲ୍ଲିକ ଏକ୍ସରେ ଲେଖିଛନ୍ତି, "2024ର ଟାଇମ 100 ସୂଚୀରେ ସାମିଲ ହୋଇ ଗର୍ବ ଲାଗୁଛି । ଅନ୍ୟପଟେ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କର ସଫଳତାକୁ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି । TIME100ର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ । ଆପଣଙ୍କ ଏହି ଶଦ୍ଦ ପାଇଁ ଟମ ହାର୍ପର ଆପଣଙ୍କୁ ଧନ୍ୟବାଦ ।

ଏହା ମଧ୍ୟ ପଢନ୍ତୁ: TIME Magazine List: ବିଶ୍ବର ୧୦୦ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ମୋଦି-ମମତା

କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ସାକ୍ଷୀ ମଲ୍ଲିକ ଭାରତର ଜଣେ ପ୍ରସିଦ୍ଧ ମହିଳା । 2023ରେ ସେ ଯୌନ ନିର୍ଯାତନା ନେଇ ଅଭିଯୋଗ ଆଣିଥିଲେ । ଭାରତୀୟ କୁସ୍ତି ମହାସଂଘର ପ୍ରମୁଖ ବ୍ରିଜଭୂଷଣ ସିଂଙ୍କ ଗିରଫଦାରୀ ଦାବିରେ ଦିଲ୍ଲୀରେ ଜନ୍ତରମନ୍ତରରେ ବିକ୍ଷୋଭକାରୀଙ୍କ ସହିତ ଏକାଠି ହୋଇଥିଲେ । ତେବେ ଏହି କାରଣ ସେ ଟାଇମ 100 ସୂଚୀରେ ସ୍ଥାନ ପାଇଥିବା ଓସ୍କାରରେ ନୋମିନେଟ ହୋଇଥିବା ଫିଲ୍ମ ନିର୍ମାତା ନିଶା ପାହୁଜା କହିଛନ୍ତି ।

ଅନ୍ୟପଟେ ସତ୍ୟ ନାଡୋଲେଙ୍କ ବିଷୟରେ କୁହାଯାଇଛି, ଆମର ଭବିଷ୍ୟତ ଗଠନରେ ସେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ଏହା ମାନବିକତା ପାଇଁ ଏହା ଏକ ଉତ୍ତମ ବାର୍ତ୍ତା । ସେ କହିଛନ୍ତି, "ମାଇକ୍ରୋସଫ୍ଟରେ ଓପନଏଆଇର ଏଣ୍ଟ୍ରି Mistral AI ସହିତ ଚୁକ୍ତି ସତ୍ୟ ନାଡୋଲାଙ୍କ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଛି । ତେବେ ଏଆଇ ଦ୍ବାରା ବ୍ୟକ୍ତିକୁ ସଶକ୍ତ କରିବା ପାଇଁ ସତ୍ୟ ନାଡୋଲା ଚେଷ୍ଟା କରନ୍ତି ।''

ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବାଙ୍ଗାଙ୍କ ଟାଇମ୍ ପ୍ରୋଫାଇଲ ଲେଖିଥିବା ଆମେରିକା ଅର୍ଥମନ୍ତ୍ରୀ ଜାନେଟ ୟେଲେନ କହିଛନ୍ତି, ଏକ ଅତ୍ୟାବଶ୍ୟକ ସଂସ୍ଥାକୁ ରୂପାନ୍ତରିତ କରିଲା ଭଳି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସକାଶେ କୌଶଳ ଏବଂ ଦକ୍ଷତା ଥିବା ନେତୃତ୍ବଙ୍କୁ ବାଛିବା ସହଜ ନଥିଲା । କିନ୍ତୁ ଅଜୟ ବାଙ୍ଗା ତାହା କରିବାରେ ସଫଳତା ହାତେଇଛନ୍ତି ।

ଲେଖକ ଟମ୍ ହାର୍ପର ଟାଇମ ପ୍ରୋଫାଇଲରେ ଲେଖିଛନ୍ତି, "ଆଲିଆ କେବଳ ବିଶ୍ବରେ ଆଗଧାଡିର ନେତ୍ରୀ ନୁହନ୍ତି । ଦଶନ୍ଧି ଧରି ଭାରତୀୟ ଫିଲ୍ମ ଜଗତରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ । ତାଙ୍କର ପ୍ରତିଭା ଅଦ୍ଭୁତ । "

ABOUT THE AUTHOR

...view details