ଓଡିଶା

odisha

ETV Bharat / bharat

ରାମୋଜୀ ରାଓଙ୍କୁ ସାକ୍ଷାତ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ରାଜ୍ୟର ବିକାଶ ନେଇ ଆଲୋଚନା - Ramoji Film City

ଆରଏଫସିରେ ରାମୋଜୀ ରାଓଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରାଜ୍ୟର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା । ଅଧିକ ପଢନ୍ତୁ

ରାମୋଜୀ ରାଓ
CM Revanth Reddy

By ETV Bharat Odisha Team

Published : Mar 5, 2024, 8:14 AM IST

ହାଇଦ୍ରାବାଦ: ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ରାଜ୍ୟରେ ନୂଆ ସରକାର ଗଠନ ପରେ ବିକାଶ ସମେତ ବିଭିନ୍ନ ପ୍ରସଙ୍ଗ ଓ ଦେଶର ରାଜନୈତିକ ପରିସ୍ଥିତି ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମୁଖ୍ୟ ପରାମର୍ଶଦାତା ଭେମ ନରେନ୍ଦ୍ରେ ରେଡ୍ଡୀ ଏବଂ ଇବ୍ରାହିମପାଟନମ୍ ବିଧାୟକ ମାଲରେଡ୍ଡୀ ରଙ୍ଗା ରେଡ୍ଡୀ ଉପସ୍ଥିତ ଥିଲେ । ଇନାଡୁ ଏମଡି ସିଏଚ୍‌ କିରନ୍ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- JP Nadda Meets Ramoji Rao: ରାମୋଜୀ ରାଓଙ୍କୁ ଭେଟିଲେ ଜେପି ନଡ୍ଡା

ସୋମବାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ପ୍ରଥମେ ଆଦିଲାବାଦରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ରାମୋଜି ଫିଲ୍ମ ସିଟି (ଆରଏଫସି)ରେ ଆସି ପହଞ୍ଚିଥିଲେ। ରାମୋଜି ଗ୍ରୁପର କର୍ପୋରେଟ୍ ଅଫିସରେ ପହଞ୍ଚିବା ପରେ ରାମୋଜି ରାଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ରେବନ୍ତ ଓ ରାମୋଜି ରାଓଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ରାଜ୍ୟରେ କଂଗ୍ରେସ ସରକାର ଗଠନ ପରେ ତେଲେଙ୍ଗାନାର ବିକାଶ, ନୀତି ଏବଂ ଶାସନ ଓ ବର୍ତ୍ତମାନ ଦେଶର ରାଜନୈତିକ ପରିସ୍ଥିତି ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅକ୍ଟୋବର 7 ତାରିଖରେ ରାମୋଜୀ ରାଓଙ୍କଙ୍କୁ ସାକ୍ଷାତ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏନେଇ ନଡ୍ଡା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେତାଙ୍କ ସହ ଏକାଧିକ ଫୋଟୋ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ- FTCCI Excellence Awards 2023: ପର୍ଯ୍ୟଟନ ପ୍ରୋତ୍ସାହନରେ ଉତ୍କର୍ଷତା, RAMOJI ଫିଲ୍ମସିଟି ପୁରସ୍କୃତ

2023 ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିଥିଲା । ରେବନ୍ତ ଦୁଇଟି ଆସନରୁ ଲଢି ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ରାଜ୍ୟରେ ବିକାଶ ପାଇଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେଲେଙ୍ଗାନାର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ହାଇଦ୍ରାବାଦରେ ମେଟ୍ରୋ ସେବାକୁ ସମ୍ପ୍ରାସାରିତ କରିବା ଓ ସହରର ସବୁ କୋଣକୁ ମେଟ୍ରୋ ସହ ଯୋଡିବା ଦିଗରେ ରାଜ୍ଯ ସରକାର ପ୍ରଧାନ୍ୟ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ହାଇଦ୍ରାବାଦର ସବୁ କୋଣକୁ ଗଡିବ ମେଟ୍ରୋ, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦେଲେ ନିର୍ଦ୍ଦେଶ

ABOUT THE AUTHOR

...view details