ଓଡିଶା

odisha

ETV Bharat / bharat

ଜବରଦଖଲ ଜମିରେ AAP ମୁଖ୍ୟ କାର୍ଯ୍ୟାଳୟ ! ଜୁନ 15 ସୁଦ୍ଧା ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - Aam Aadmi Party

Supreme Court Orders AAP To Vacate Headquarters by June 15: ଆମ୍ ଆଦମୀ ପାର୍ଟିକୁ ଝଟକା । ଜବରଦଖଲ ଜମିରେ ଥିବା AAP ମୁଖ୍ୟ କାର୍ଯ୍ୟାଳୟକୁ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ,

ଜବରଦଖଲ ଜମିରେ AAP ମୁଖ୍ୟ କାର୍ଯ୍ୟାଳୟ, ଜୁନ 15 ସୁଦ୍ଧା ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଜବରଦଖଲ ଜମିରେ AAP ମୁଖ୍ୟ କାର୍ଯ୍ୟାଳୟ, ଜୁନ 15 ସୁଦ୍ଧା ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By ETV Bharat Odisha Team

Published : Mar 4, 2024, 5:21 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନରେ ଥିବା ଆମ ଆଦମୀ ପାର୍ଟି ସରକାରୀ ତଥା ଜବରଦଖଲ ଜମିରେ ପାର୍ଟିର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କରିଛି । ତେବେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ଆମ ଆଦମୀ ପାର୍ଟିକୁ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । ଆଜି ସର୍ବୋଚ୍ଚକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ଜୁନ 15 ତାରିଖ ସୁଦ୍ଧା ଏହି ବିଲ୍ଡିଂ ଖାଲି କରିବାକୁ କୋର୍ଟ ‘ଆପ’କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିକୁ ସ୍ବଳ୍ପକାଳୀନ ପରିବର୍ତ୍ତେ କୋର୍ଟରୁ ଅଧିକ ସମୟର ମହଲତ ମିଳିଛି ।

ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପର୍ଦ୍ଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ 3ଜଣିଆ ଖଣ୍ଡପୀଠରେ ହୋଇଥିଲା । ଏହି ଜବରଦଖଲ ଜମିରେ କୌଣସି ନିର୍ମାଣ କିମ୍ବା ଅନ୍ୟ କୌଣସି କାମ କରିବାକୁ କାହାକୁ ଅନୁମତି ଦିଆଯାଇ ପାରିବନାହିଁ ବୋଲି କୋର୍ଟ କହିଛନ୍ତି । ଅଭିଯୋଗ ଅନୁସାରେ, ଦିଲ୍ଲୀରେ ଥିବା ଆମ ଆଦମୀ ପାର୍ଟିର ମୁଖ୍ୟାଳୟ ଥିବା ଜମି ହାଇକୋର୍ଟ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆଲର୍ଟ ହୋଇଥିଲା । ହେଲେ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଏହି ଜମିରେ ଆପ୍ ଅଫିସ ଏବେ କାର୍ଯ୍ୟକ୍ଷମ ରହିଛି । ଫେବୃଆରୀରେ ଏହି ମାମଲାରେ କୋର୍ଟ ଶୁଣାଣି କରି ଏହି ଅଫିସ ସରକାରୀ ଜମିରେ ନିର୍ମାଣ ହୋଇଥିବା ଆବେଦନକାରୀଙ୍କ ଦ୍ବାରା ଅବଗତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ସନାତମ ଧର୍ମ ବିରୋଧୀ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, 'ଏହାର ପରିଣାମ ଜାଣିବା ଉଚିତ୍'

ସାଧାରଣ ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏକାଧିକ ବିବାଦରେ ଛନ୍ଦି ହୋଇରହିଛି । ଦଳର ଏକାଧିକ ନେତାଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ଏବେ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ଅଛନ୍ତି । ଅନ୍ୟ କିଛି ମାମଲାରେ ମଧ୍ୟ ଉପରାଜ୍ୟପାଳ ଓ ଆମ ଆଦମୀ ପାର୍ଟି ସରକାର ମଧ୍ୟରେ ଆଇନଗତ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆପ ଏବେ ଦିଲ୍ଲୀରେ କଂଗ୍ରେସ ସହ ଆସନ ବୁଝାମଣାରେ ନିର୍ବାଚନ ଲଢିବାକୁ ଯାଉଛି । ଶାସନରେ ଥିବା ଆମ ଆଦମୀ ପାର୍ଟି 4ଟି ଆସନରେ ଓ କଂଗ୍ରେସ 3 ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିର୍ବାଚନୀ ବ୍ୟସ୍ତତା ମଧ୍ୟରେ କେଜ୍ରିଓ୍ବାଲଙ୍କୁ କେନ୍ଦ୍ରୀୟ ସଂସ୍ଥା ବାରମ୍ବାର ସମନ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details