ଓଡିଶା

odisha

By ETV Bharat Odisha Team

Published : Apr 26, 2024, 8:07 AM IST

ETV Bharat / bharat

'ସ୍ତ୍ରୀଧନ' କେବଳ ସ୍ତ୍ରୀର ସମ୍ପତ୍ତି, ସ୍ୱାମୀର ନାହିଁ କୌଣସି ନିୟନ୍ତ୍ରଣ: ସୁପ୍ରିମକୋର୍ଟ - Supreme court on Stridhan Matter

'Stridhan' is wife absolute property: 'ସ୍ତ୍ରୀଧନ' ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏହି ସମ୍ପତ୍ତି ଉପରେ ସ୍ୱାମୀର ନାହିଁ କୌଣସି ଅଧିକାର । ଏହା ଉପରେ କେବଳ ସ୍ତ୍ରୀର ରହିଛି ଅଧିକାର । ଅଧିକ ପଢନ୍ତୁ

'Stridhan' is wife absolute property
'Stridhan' is wife absolute property

ନୂଆଦିଲ୍ଲୀ: 'ସ୍ତ୍ରୀଧନ' ଉପରେ ନାହିଁ ସ୍ୱାମୀଙ୍କ ନିୟନ୍ତ୍ରଣ । ଏହା ଉପରେ ସମ୍ପୂର୍ଣ୍ଣ ଅଧିକାର କେବଳ ସ୍ତ୍ରୀର ରହିଥିବା ବେଳେ ସ୍ୱାମୀଙ୍କର ଏହି ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । କେବଳ ବିପଦ ସମୟରେ ସ୍ୱାମୀ ଏହାକୁ ବ୍ୟବହାର କରିପାରିବେ । ତେବେ ବିବାହିତ ମହିଳାଙ୍କ ଧନ ସମ୍ପତ୍ତି ଅଧିକାରକୁ ଆହୁରି ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ଏକ 'ସ୍ତ୍ରୀଧନ' ସମ୍ପର୍କୀତ ମାମଲା ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଚନ୍ତି ।

ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ, ମହିଳାଙ୍କୁ ନିଜ 'ସ୍ତ୍ରୀଧନ' ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି । ବିବାହ ପୂର୍ବରୁ, ବିବାହ ସମୟରେ, ବିବାହ ପରେ ସ୍ତ୍ରୀକୁ ମିଳିଥିବା ସମସ୍ତ ଜିନିଷ ଏଥିରେ ଅନ୍ତର୍ଭୁକ୍ତ । ବାପା ମାଆ, ସମ୍ପର୍କୀୟ, ସାଙ୍ଗସାଥିଙ୍କଠାରୁ ମିଳିଥିବାଗହଣା, ଆସବାବପତ୍ର, ଜମିବାଡି, ଘର, ଉପହାର ଆଦି ସବୁ 'ସ୍ତ୍ରୀଧନ' ଅନ୍ତର୍ଭୂକ୍ତ । ଏଥିରେ ମହିଳାମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଏହାକୁ ସେମାନେ ନିଜ ଇଚ୍ଛା ମୁତାବକ ରଖିପାରିବେ କିମ୍ବା ବିକ୍ରୟ କରିପାରିବେ । ସ୍ୱାମୀ କେବଳ ଆବଶ୍ୟକ ସମୟରେ ଏହାକୁ ବ୍ୟବହାର କରିପାରିବ । କିନ୍ତୁ ତାହାକୁ ପୁଣି ସ୍ତ୍ରୀଙ୍କୁ ଫେରାଇବା ସ୍ୱାମୀଙ୍କର ଦାୟିତ୍ୱ । ତେଣୁ 'ସ୍ତ୍ରୀଧନ' କେବେ ସ୍ୱାମୀ ସ୍ତ୍ରୀଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ସ୍ୱାମୀ ଏହା ଉପରେ ନିଜର କୌଣସି ସ୍ୱତନ୍ତ୍ର ଅଧିକାର କିମ୍ବା ଦାବି ସାବ୍ୟସ୍ତ କରି ପାରିବେ ନାହିଁ ।

ସୁପ୍ରିମକୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ଯଦି 'ସ୍ତ୍ରୀଧନ'କୁ ବେଆଇନ ଭାବେ ଦୁରୁପଯୋଗ କରାଯାଏ ତେବେ ତାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆଇପିସି ଧାରା ୪୦୬ ବଳରେ ମାମଲା ରୁଜୁ ହୋଇପାରିବ । ତେବେ ଏପରି ମାମଲାରେ ନିଷ୍ପତ୍ତି ଅପରାଧିକ ମାମଲା ଭଳି ଠୋସ ପ୍ରମାଣ ଆଧାରରେ ନିଆଯାଇପାରିବ ନାହିଁ । ଏଥିରେ ସ୍ତ୍ରୀଙ୍କ ଅଭିଯୋଗ ଅଧିକ ମଜଭୁତ ହେବ ଆବଶ୍ୟକ ।

ଏହାମଧ୍ୟ ପଢନ୍ତୁ.. ସିଜେଆଇଙ୍କ ବଡ ଘୋଷଣା, ହ୍ବାଟ୍ସଆପରେ ମିଳିବ ମାମଲା ସମ୍ପର୍କିତ ତଥ୍ୟ - SC INFORMATION ON WHATSAPP

ପ୍ରକାଶ ଯୋଗ୍ୟ, ବିବାହ ପରେ ଜଣେ ମହିଳାଙ୍କଠାରୁ ତାଙ୍କ ଗହଣା ସ୍ୱାମୀ ନେଇଯାଇ ନିଜ ମାଆଙ୍କୁ ଦେଇଥିଲେ । ଏଥିସହ ବିବାହ ପରେ ମହିଳାଙ୍କ ବାପାଙ୍କଠାରୁ ସ୍ୱାମୀ ୨ ଲକ୍ଷ ଟଙ୍କାର ଚେକ ବି ନେଇଥିଲେ । ଏହାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତି ନେଇଥିଲେ । ମହିଳାଜଣକ ନିଜ ସମ୍ପତ୍ତି ଫେରିପାରିଇବା ଲାଗି ପାରିବାରିକ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୧ ପାରିବାରିକ ଅଦାଲତ ୮.୯ ଲକ୍ଷ ଟଙ୍କା ଫେରାଇବାକୁ ସମ୍ପୃକ୍ତ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରେ କେରଳ ହାଇକୋର୍ଟ ଏଗି ରାୟକୁ ରଦ୍ଦ କରିଥିଲେ । ମହିଳାଜଣକ ନିଜ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିବା କହିଥିଲେ କେରଳ ହାଇକୋର୍ଟ । ପରେ ପତ୍ନୀ ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମହିଳାଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details