ପାଟନା:ନଦୀରେ ଭାସିଲା ପଥର । ଏକଥା ବିଶ୍ବାସ ନହେଉଥିଲେ ମଧ୍ୟ ସତ । ଦୁଇ କିଲୋଗ୍ରାମ ଓଜନ ବିଶିଷ୍ଟ ପଥର ଉପରେ ଲେଖା ହୋଇଛି ରାମନାମ । ଏହାକୁ ଦେଖି ଲୋକେ ଏକତ୍ରିତ ହୋଇଥିବା ବେଳେ ପୂଜା ପାଠ କଲେ ସ୍ଥାନୀୟ ବାସିନ୍ଦା । ଭାସମାନ ପଥରକୁ ଦେଖି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଗୟାରେ ଚମତ୍କାର ପଥର: ବିହାର ଗୟାରେ ଅବସ୍ଥିତ ରାମସାଗର ପୋଖରୀରେ 4ଟି ପଥର ଭାସୁଥିବା ଦେଖାଯାଇଥିଲା । ଜିଲ୍ଲାର ପ୍ରାଚୀନ ରାମସାଗର ପୋଖରୀରେ ଦୁଇକିଲୋ ଓଜନ ବିଶିଷ୍ଟ ପଥର ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ପଥର ଉପରେ ରାମନାମ ଲେଖାଥିବାରୁ ଲୋକମାନଙ୍କ ଉପରେ ଆସ୍ଥା ଦେଖାଦେଇଥିଲା । କାରଣ ବାରମ୍ବାର ରାମସାଗର ପୋଖରୀକୁ ପଥର ଫିଙ୍ଗାଯାଉଥିବା ବେଳେ ଏହା ବୁଡ଼ି ଯାଇଥାଏ । କିନ୍ତୁ ପଥର ଭାସୁଥିବା ଦେଖି ଚମତ୍କାରୀ ପଥର ବୋଲି ଭାବି ସ୍ଥାନୀୟ ଲୋକେ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଏହା ଭଗବାନ ଶ୍ରୀରାମଙ୍କର ଆର୍ଶିବାଦ ବୋଲି ଭାବିଲେ ସ୍ଥାନୀୟ ଲୋକେ ।
2କିଲୋ ଓଜନ ପଥର ପାଣିରେ ଭାସିଲା : ସୂଚନା ଅନୁସାରେ, ଦୁଇ କିଲୋ ଓଜନ ବିଶିଷ୍ଟ 4ଟି ପଥର ପାଣିରେ ଭାସୁଥିଲା । ଏହି ସିମେଣ୍ଟ ପରି ପଥର ପାଣିରେ ଭାସୁଥିବା ଦେଖି ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଥିଲା । ବହୁ ଦୂରଦୂରାନ୍ତରରୁ ମଧ୍ୟ ଲୋକେ ଏହା ଦେଖିବାକୁ ଆସୁଥିବା ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ରାମରାମ ଧାରୀ ପଥରକୁ ଚାହିଁ ରହିଲେ ଲୋକେ ।