ହାଇଦ୍ରାବାଦ:ଅଗ୍ନିକୁଲ୍ କସମାସ୍ର ସଫଳତା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଅଗ୍ନିବାଣ ସର୍ଟେଡ-1 ମିଶନକୁ(Agnibaan SORTED-01) ସଫଳତାର ସହ ପ୍ରକ୍ଷେପଣ କରାଯାଇଛି । ଏନେଇ ଆଜି(ଗୁରୁବାର) ଅଗ୍ନିକୁଲ କସମାସକୁ ଶୁଭେଚ୍ଛା ଜଣାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) । ଏହାସହ ଲଞ୍ଚକୁ ଏକ ମାଇଲଖୁଣ୍ଟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଅଗ୍ନିବାଣ SOrTeD(Suborbital Tech Demonstrator) ଏକ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ ହେବ । ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ । Sue 700କିଲୋମିଟର ଉଚ୍ଚତାକୁ 300 କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରହିଥାଏ । ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଲର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ଚାଳିତ । ଅଗ୍ନିବାଣ ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ । ଏହା 10 ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଅଗ୍ନିବାଣ ସରଟେଡ ଭୂଲମ୍ବ(ଭର୍ଟିକାଲ) ଭାବେ ଉଡାଣ ଭରିବ ଏବଂ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରିବ ।