ଓଡିଶା

odisha

ETV Bharat / bharat

ନିଜକୁ ହିନ୍ଦୁତ୍ବବାଦୀ କହୁଥିବା ମୋଦି ବାଲାସାହେବ ଠାକରେଙ୍କୁ ଭୁଲିଗଲେ: ସଞ୍ଜୟ ରାଉତ

Balasaheb Thackeray: ଶିବସେନା ସୁପ୍ରିମୋ ବାଲାସାହେବ ଠାକରେଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଦାବିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 9, 2024, 9:12 PM IST

Sanjay Raut
Sanjay Raut

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ୩ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ପିବି ନରସିଂହ ରାୱ ଓ ସବୁଜ ବିପ୍ଳବର ଜନକ ଏମ.ଏସ ସ୍ବାମୀନାଥନ ସାମିଲ । ଏହାରି ମଧ୍ୟରେ ବାଲାସାହେବ ଠାକରେଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରିବା ଲାଗି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜକୁ ହିନ୍ଦୁତ୍ବବାଦୀ କହୁଥିବା ବେଳେ ସେ କିପରି ବାଲାସାହେବ ଠାକରେଙ୍କୁ ଭୁଲିଗଲେ ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି ।

ଏନେଇ ସଞ୍ଜୟ ଶୁକ୍ରବାର ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିଏ ନିଜକୁ ହିନ୍ଦୁତ୍ବବାଦୀ ବୋଲି କୁହନ୍ତି, ତେବେ ସେ ପୁଣି ଥରେ କିପରି ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେଙ୍କୁ ଭୁଲିଗଲେ । ପ୍ରଥମେ ୨ ଜଣ ଓ ଏବେ ୩ଜଣଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ହେଲେ ଏଠାରେ ବୀର ସାବରକର ଓ ଶିବସେନା ସୁପ୍ରିମୋ ବାଲାସାହେବ ଠାକରେଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ପ୍ରକୃତରେ ଗୋଟିଏ ବର୍ଷରେ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଏ, ହେଲେ ମୋଦି ୫ ଜଣଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏହା କେବଳ ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଛି ।"

ଏହା ବି ପଢନ୍ତୁ- ଭାରତ ରତ୍ନ 'ଚରଣ ସିଂ'; ବିଧାନସଭାକୁ ଚାଲି ଚାଲି ଯାଉଥିଲେ, ମୃତ୍ୟୁ ବେଳେ ଆକାଉଣ୍ଟରେ ଥିଲା 470 ଟଙ୍କା

ସେ ଆହୁରି କହିଛନ୍ତି, "କର୍ପୁରୀ ଠାକୁର ଓ ଏଲ.କେ ଆଡଭାନୀଙ୍କ ପରେ ଆଜି ଚୌଧୁରୀ ଚରଣ ସିଂ, ପିଭି ନରସିଂହ ରାଓ ଏବଂ ଏମ.ଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ଏବେ ଅନ୍ୟ ନେତାମାନେ ମଧ୍ୟ ଅପେକ୍ଷା କରିଛନ୍ତି । ତେବେ କାହିଁକି ପ୍ରଧାନମନ୍ତ୍ରୀ ବାଲାସାହେବ ଠାକରେଙ୍କୁ ଭୁଲିଗଲେ, ଯିଏକି ଦେଶରେ ଜାରି ଥିବା ହିନ୍ଦୁ ମାହୋଲର ମୁଖ୍ୟ ବିନ୍ଧାଣି ? ଏହା ମନେ ରଖିବା ଉଚିତ ଯେ କେବଳ ବାଲାସାହେବଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ କରିବା ଲାଗି ସକ୍ଷମ ହେଲେ ।"

ଏହା ବି ପଢନ୍ତୁ- ଆଉ 3 ଜଣଙ୍କୁ 'ଭାରତ ରତ୍ନ': ନରସିଂହରାଓ, ଚରଣ ସିଂହ ଏବଂ ସ୍ବାମୀନାଥନ

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି 'ଭାରତ ରତ୍ନ' । ବର୍ତ୍ତମାନ ସୁଦ୍ଧା ଦେଶରେ ୫୩ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ମିଳିଛି । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପୁରସ୍କାର ଆରମ୍ଭ ହୋଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details