ETV Bharat / technology

ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ 50ରୁ ଅଧିକ ଫାଟ; ବିପଦରେ କି ସୁନୀତା ୱିଲିୟମ୍ସ ? - CRACKS IN ISS

ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ 50ରୁ ଅଧିକ ଫାଟ ସୃଷ୍ଟି ହୋଇଛି । ଫଳରେ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପାଇଁ ବିପଦ ଘନଉଥିବା ଚର୍ଚ୍ଚା । 2025 ଫେବୃଆରୀରେ ଫେରିବେ ।

Sunita Williams and Butch Wilmore
Sunita Williams and Butch Wilmore (Credit- NASA)
author img

By ETV Bharat Tech Team

Published : Nov 18, 2024, 7:55 PM IST

ହାଇଦ୍ରାବାଦ: ବୋଇଙ୍ଗ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ପରେ ମହାକାଶକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବଚ୍ ୱିଲମୋର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ISS)ରେ 5ମାସରୁ ଅଧିକ ସମୟ ଧରି ରହିଛନ୍ତି । ଏବେ ସୂଚନା ଆସୁଛି ଯେ ସ୍ପେଶ୍‌ ଷ୍ଟେସନରେ 50ରୁ ଅଧିକ ଫାଟ ସୃଷ୍ଟି ହୋଇଛି । ଏହି କାରଣରୁ ମହାକାଶଚାରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ଏହି ସମସ୍ୟାର ସମାଧାନ ପାଇଁ ନାସା କଠିନ ପରିଶ୍ରମ କରୁଥିବା ଜଣାଯାଇଛି, କିନ୍ତୁ ଯଦି ପରିସ୍ଥିତି ଗମ୍ଭୀର ହୁଏ ତେବେ ଏହା ମହାକାଶଚାରୀଙ୍କ ପାଇଁ ଏକ ୱେକ୍‌-କଲ୍‌ ହୋଇପାରେ ।

ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି:-

ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍‌ ୱିଲମୋର 5 ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଫସି ରହିଛନ୍ତି । କାରଣ ବୋଇଙ୍ଗର ଷ୍ଟାରଲାଇନର୍ ଏକ ଯାନ୍ତ୍ରିକ ବିଫଳତାର ସମ୍ମୁଖୀନ ହୋଇଥିଲା ଏବଂ ମହାକାଶଯାନ ସେମାନଙ୍କୁ ସେଠାରେ ଛାଡି ପୃଥିବୀକୁ ଫେରି ଆସିଥିଲା । ମହାକାଶରେ ଏପରି ଏକ ସମସ୍ୟା ଏହି ମହାକାଶଚାରୀଙ୍କ ଲାଗି ବିପଦ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ
  1. ଘରକୁ ଫେରିବେ ମହାକାଶଚାରୀ ସୁନୀତା; ଲଞ୍ଚ ହେଲା Crew-9 ମିଶନ
  2. SpaceX କ୍ୟାପସୁଲକୁ ମହାକାଶରେ ସ୍ବାଗତ କଲେ ସୁନୀତା; 2025ରେ ପୃଥିବୀ ଫେରିବେ

ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫାଟ:-

ISSରେ ଏବେ ଫାଟ ସୃଷ୍ଟି ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି । ନାସା କହିଛି ଯେ ସ୍ପେଶ୍‌ ଷ୍ଟେସନରେ ଫାଟ ଏବଂ ଲିକ୍ ସଂଖ୍ୟା ବର୍ତ୍ତମାନ 50ରୁ ଅଧିକକୁ ବୃଦ୍ଧି ପାଇଛି । ଫଳରେ ସେଠାରେ ରହୁଥିବା ମହାକାଶଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ଷ୍ଟେସନର କ୍ଷତି ଯୋଗୁଁ ସମସ୍ତ କ୍ରୁ ମେମ୍ବରଙ୍କ ସୁରକ୍ଷା ନେଇ ଗ୍ୟାରେଣ୍ଟି ନାହିଁ । ନିକଟରେ ପ୍ରକାଶ ପାଇଥିବା ନାସା ରିପୋର୍ଟରେ ଆଇଏସଏସ ପାଇଁ ବଡ଼ ବିପଦ ଥିବା ଜଣାପଡ଼ିଛି । ଏବେ ଏହି ଷ୍ଟେସନରେ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କ ଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଅଛି ।

କାହିଁକି ISSରେ ଅଛନ୍ତି ସୁନୀତା ?

ଚଳିତ ବର୍ଷ ଜୁନ 8 ତାରିଖରେ ସୁନୀତା ୱିଲିୟମ୍ସ ଓ ସହଯୋଗୀ ୱିଲମୋର ମହାକାଶ ଯାଇଥିଲେ । ମାତ୍ର ସେଠାରେ ସଫଳତାର ସହ ପହଞ୍ଚିବା ପରେ ସ୍ପେଶକ୍ରାଫ୍ଟ 'ଷ୍ଟାରଲାଇନର'ରୁ ହିଲିୟମ ଗ୍ୟାସ ଲିକ୍‌ ହୋଇଥିଲା । ଏହାସହ ଅନ୍ୟ କିଛି ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଏହି 2 ମହାକାଶଚାରୀ ପୃଥିବୀ ଫେରିବା ପରିବର୍ତ୍ତେ ମହାକାଶରେ ଅଧିକ ଦିନ ରହିବାକୁ ସ୍ଥିର କରିଥିଲେ । 8ଦିନ ପାଇଁ ଯାଇ ଏମାନେ ଗତ 5ମାସ ଧରି ଫସି ରହିଛନ୍ତି । ସେମାନେ ଆସନ୍ତା ବର୍ଷ 2025 ଫେବୃଆରୀରେ ଏଲନ ମସ୍କଙ୍କ ରକେଟ ନିର୍ମାତା କମ୍ପାନୀ SpaceXରେ ନିର୍ମିତ ହୋଇଥିବା ସ୍ପେଶକ୍ରାଫ୍ଟ ପୃଥିବୀକୁ ଫେରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.