ETV Bharat / technology

X ଛାଡୁଥିବା ୟୁଜରଙ୍କୁ ସ୍ବାଗତ କରୁଥିବା Bluesky କଣ ? ରାତିରାତି ଛୁଇଁଲାଣି ସଫଳତା - WHAT IS BLUESKY

କଣ ଏହି ବ୍ଲୁ ସ୍କାଇ ? ଏକ୍ସ ଛାଡୁଥିବା ଅନେକ ୟୁଜର ଏହି ପ୍ଲାଟଫର୍ମକୁ କାହିଁକି ବାଛୁଛନ୍ତି ? ବିସ୍ତୃତ ଭାବରେ ନିମ୍ନରେ ଜାଣନ୍ତୁ...

Bluesky was initially an invite-only space
Bluesky was initially an invite-only space (Bluesky)
author img

By ETV Bharat Tech Team

Published : Nov 18, 2024, 6:15 PM IST

ହାଇଦ୍ରାବାଦ: Bluesky ହେଉଛି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହାର ୟୁଜରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଅନେକ ମସ୍କଙ୍କ ପ୍ଲାଟଫର୍ମ 'X' ଛାଡୁଛନ୍ତି । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଓ ସଂସ୍ଥା ଏକ୍ସ ଛାଡ଼ିବାକୁ ଘୋଷଣା କରିଛନ୍ତି । ଏହି ସମୟରେ ଏକ୍ସ ଛାଡୁଥିବା ୟୁଜର୍‌ ବ୍ଲୁ ସ୍କାଇ ବ୍ୟବହାର କରୁଛନ୍ତି । ଫଳରେ ରାତାରାତି ଏହାର ୟୁଜରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସବୁଠୁ ଖାସ କଥା ହେଉଛି ବ୍ଲୁ ସ୍କାଇ ହେଉଛି ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସିଙ୍କ ଦ୍ବାରା ବିକଶିତ କରାଯାଇଛି ।

Bluesky କଣ ?

ବ୍ଲୁ ସ୍କାଇ ହେଉଛି ଏକ ବିକେନ୍ଦ୍ରୀକରଣ ସାମାଜିକ ନେଟୱାର୍କିଂ ସାଇଟ୍ ଯାହା ଟ୍ବିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ଦ୍ବାରା ଆରମ୍ଭ ହୋଇଛି । ଏହି ପ୍ଲାଟଫର୍ମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିଜର ସ୍ବତନ୍ତ୍ର ମତାମତ ରଖିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା । ବ୍ଲୁ ସ୍କାଇର ସିଷ୍ଟମ୍ ଏପରି ଯେ ଉପଭୋକ୍ତାମାନେ ସେମାନଙ୍କର ତଥ୍ୟକୁ କମ୍ପାନୀର ନିୟନ୍ତ୍ରଣ ବାହାରେ ଯାଇ ହୋଷ୍ଟ କରିପାରିବେ । ଏହି ପ୍ଲାଟଫର୍ମରେ ସର୍ଚ୍ଚ, ନୋଟିଫିକେସନଏବଂ ରି-ପୋଷ୍ଟ ଭଳି ସୁବିଧା ମଧ୍ୟ ଉପଲବ୍ଧ ।

ଏହା ବି ପଢନ୍ତୁ
  1. ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେଲା ବ୍ଲୁସ୍କାଇ, ଏକ୍ସକୁ ଦେବ ଟକ୍କର !
  2. Twitterକୁ ଟକ୍କର ଦେବ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ନୂଆ ଆପ୍ Bluesky

ମିଳିଲେ ନୂଆ 15ମିଲିୟନ ୟୁଜର:-

ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲୁ ସ୍କାଇ ଆପ୍‌କୁ ଡାଉନଲୋଡ୍ କରୁଥିବା ୟୁଜରମାନେ ମୁଖ୍ୟତଃ ବାମପନ୍ଥୀ ତଥା ଉଦାରବାଦୀ ଭାବବାଦୀ ଜ୍ୟାକ୍ ଡୋର୍ସିଙ୍କ ସମର୍ଥକ ଅଟନ୍ତି । ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମଧ୍ୟ ଆଦର୍ଶ ଓ ବିଚାରଧାରା ଆଧାରରେ ବିଭକ୍ତ ହୋଇଥିବା ପରି ଦୃଶ୍ୟମାନ ହେଉଛି । ଫଳରେ ଏଥିରୁ ବ୍ଲୁ ସ୍କାଇ ଉପକୃତ ହେଉଛି । ବ୍ଲୁ ସ୍କାଇ ନିକଟରେ ଘୋଷଣା କରିଛି ଯେ ସେମାନଙ୍କ ୟୁଜରଙ୍କ ସଂଖ୍ୟା 15 ମିଲିୟନ ଅତିକ୍ରମ କରିଛି । ଏହି ପ୍ଲାଟଫର୍ମରେ ସେପ୍ଟେମ୍ବର 2024 ପର୍ଯ୍ୟନ୍ତ କେବଳ 9 ମିଲିୟନ ୟୁଜର ଥିଲେ, କିନ୍ତୁ ନିର୍ବାଚନ ପରେ ଏଥିରେ 10 ଲକ୍ଷରୁ ଅଧିକ ନୂତନ ୟୁଜର ସାମିଲ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ବ୍ଲୁ ସ୍କାଇର ୟୁଜରଙ୍କ ସଂଖ୍ୟା ବଢିଥିଲା ଯେତେବେଳେ ଚଳିତ ବର୍ଷ ଅଗଷ୍ଟରେ ବ୍ରାଜିଲରେ X ବ୍ୟାନ୍‌ ହୋଇଥିଲା । ସେହି ସମୟରେ 2.6 ମିଲିୟନ ୟୁଜର ପ୍ଲାଟଫର୍ମକୁ ଆସିଥିବା ବେଳେ ସେଥିରୁ 85% ବ୍ରାଜିଲ ୟୁଜର ଥିଲେ ।

କାହିଁକି ବଢୁଛି ୟୁଜରଙ୍କ ସଂଖ୍ୟା ?

ପ୍ଲାଟଫର୍ମରେ ନୂତନ ୟୁଜର (ଯେଉଁମାନଙ୍କ ମଧ୍ୟରେ ସାମ୍ବାଦିକ, ବାମପନ୍ଥୀ ରାଜନେତା ଏବଂ ସେଲିବ୍ରିଟି ଅନ୍ତର୍ଭୁକ୍ତ) ମିମ୍ସ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି ସେମାନେ ବିଜ୍ଞାପନ ଓ ଘୃଣ୍ୟ ମନ୍ତବ୍ୟଠାରୁ ଦୂରରେ ରହୁଥିବା ସ୍ଥାନ ବ୍ୟବହାର କରିବାକୁ ଅପେକ୍ଷା କରିଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ମଧ୍ୟରୁ କିଛି ଏହା ମଧ୍ୟ କହିଛନ୍ତି ଯେ ବ୍ଲୁ ସ୍କାଇ ପ୍ଲାଟଫର୍ମ ସେମାନଙ୍କୁ ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଥିବା ଟ୍ବିଟରର ପ୍ରଥମ ଦିନଗୁଡ଼ିକୁ ମନେ ପକାଇ ଦେଇଛି । ବ୍ଲୁ ସ୍କାଇର ଅଭିବୃଦ୍ଧି ସତ୍ତ୍ବେ 'X' ନିର୍ବାଚନ ପରେ ପୋଷ୍ଟ କରିଥିଲା ​​ଯେ ଏହା "ଆମେରିକା ନିର୍ବାଚନରେ ​​ବିଶ୍ବସ୍ତରୀୟ ବାର୍ତ୍ତାଳାପ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ନୂତନ ରେକର୍ଡ ସୃଷ୍ଟି କରିଛି ।"

Jack Dorseyଙ୍କ ସମ୍ପର୍କରେ....

ଜ୍ୟାକ୍ ଡୋର୍ସି ହେଉଛନ୍ତି ଟ୍ବିଟରର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ । ସେ 2006 ମସିହାରେ ଟ୍ବିଟର ଆଣିଥିଲେ ଏବଂ 2021ରେ ସିଇଓ ପଦରୁ ଇସ୍ତଫା ଦେଇଥିଲେ । 2022ରେ ସେ ଟ୍ବିଟରର ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ଏଲନ୍ ମସ୍କ ଟ୍ବିଟର କିଣି ଏହାର ନାମ ‘X’ ରଖିଲେ । ଡୋର୍ସି 2023ରେ ଆଉ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ଲୁ ସ୍କାଇ ଲଞ୍ଚ କରିଥିଲେ କିନ୍ତୁ ସେ ଆଉ ବ୍ଲୁ ସ୍କାଏରେ ନାହାଁନ୍ତି । ଚଳିତ ବର୍ଷ 2024ରେ ବ୍ଲୁ ସ୍କାଇ ବୋର୍ଡରୁ ସେ ଇସ୍ତଫା ଦେବା ପରେ ତାଙ୍କ ଆକାଉଣ୍ଟ ମଧ୍ୟ ଡିଲିଟ୍‌ କରିଦେଇଛନ୍ତି । ବ୍ଲୁ ସ୍କାଇର ବର୍ତ୍ତମାନର ସିଇଓ ହେଉଛନ୍ତି ଜେ ଗ୍ରାବର୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.