ETV Bharat / state

ସର୍କସ ଖୋଜୁଛି ଅସ୍ତିତ୍ବ, ଦୁର୍ଦ୍ଦିନରେ କଳାକାର, ଚିନ୍ତାରେ ମାଲିକ - CIRCUS

ଇତିହାସ ପାଲଟିଯିବ କି ସର୍କସ ? ଦିନେ ଲୋକଙ୍କ ମନୋରଞ୍ଜନର ଅନ୍ୟତମ ମାଧ୍ୟମ ଥିଲା । ଆଜି ଦୁର୍ଦ୍ଦିନରେ ସର୍କସ କଳାକାର । ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦଙ୍କ ରିପୋର୍ଟ ।

CIRCUS
CIRCUS (ETV Bharat Odisha)
author img

By ETV Bharat Odisha Team

Published : Jan 27, 2025, 1:47 PM IST

Updated : Jan 27, 2025, 2:07 PM IST

ବଲାଙ୍ଗୀର: ରଶି ଉପରେ ଚାଲୁଥିଲା ବାଘ ... ହାତୀର ଦମ ଦମ୍‌ ଚାଲି । କମାଲ କରୁଥିଲେ ଭାଲୁ ...ମନ ମୋହୁଥିଲେ ମାଙ୍କଡ଼ । ମଣିଷର ଗୋଟିଏ ଇସାରାରେ କରୁଥିଲେ ଦର୍ଶକଙ୍କ ମନୋରଞ୍ଜନ । ଜୋକରଙ୍କ ହସ ଲୁହର ଅଭିନୟ ... ଜିମ୍ନାଷ୍ଟିକ କଳାକାରଙ୍କ ଅବିଶ୍ବସନୀୟ ପ୍ରତିଭା । ଆମେ କହୁଛୁ ସର୍କସ କଥା ...ଦିନ ଥିଲା ମନୋରଞ୍ଜନ ପାଇଁ ଲୋକେ ଖୋଜୁଥିଲେ କେଉଁଠି ପଡିଛି ସର୍କସ । 80 ଦଶକ ହେଉ ଅବା 90 ଦଶକ । ସର୍କସ ଲୋକଙ୍କ ମନରେ ବସା ବାନ୍ଧିଥିଲା । ସମୟ ବଦଳିବା ସହ ବଦଳି ଯାଇଛି ଲୋକଙ୍କ ରୁଚି । ଆଉ ଆଗ ଭଳି ନାହିଁ ସର୍କସର ଚାହିଦା । ମୋବାଇଲ ଯୁଗରେ ଯେମିତି ଶେଷ ନିଶ୍ବାସ ଗଣୁଛି ସର୍କସ ! ଦୁର୍ଦ୍ଦିନରେ କଳାକାର, ପେଟପାଟଣା ଚିନ୍ତାରେ ମାଲିକ ।

‘ଏବେ କେବଳ ସର୍କସକୁ ବଞ୍ଚାଇ ରଖିଛୁ । ଆଉ ଆଗ ଭଳି ଚାଲୁନି ସର୍କସ । ଯାହା ରୋଜଗାର ହେଉଛି କେବଳ ପରିବାର ଚଳୁଛି । ଆମେ ଗରିବ ଲୋକ କୁଆଡେ ଯିବୁ ।’ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିବା ସର୍କସରେ ଅଭିନୟ କରୁଥିବା ଜଣେ କଳାକାରଙ୍କର (ଜୋକର) ଏହା ହେଉଛି ଅନ୍ତରର ବେଦନା । ସର୍କସ ପ୍ରତି ବିମୁଖତା ସେମାନଙ୍କ ପେଟପାଟଣା ଉପରେ ଶକ୍ତ ପ୍ରହାର ପକାଇଛି । ବର୍ତ୍ତମାନ ଚଳିଯାଉଛି, ଆଗକୁ କରିବେ କଣ ଏଭଳି କିଛି ପ୍ରଶ୍ନ ଭିତରେ ସେମାନେ ଛନ୍ଦି ହୋଇ ରହିଛନ୍ତି ।

Circus Needs Govt Support For Its Existence (ETV Bharat Odisha)

‘କିଛି ସରକାରୀ ନିୟମ କଟକଣା ଯୋଗୁଁ ସର୍କସ ବ୍ୟବସାୟ ବିପଦରେ ପଡିଛି । ସାରା ଦେଶରେ ଅନେକ ସର୍କସ କମ୍ପାନୀ ବନ୍ଦ ହୋଇସାରିଛି । ସରକାରୀ ସାହାଯ୍ୟ ସହଯୋଗ ନ ମିଳିଲେ ସର୍କସ ବନ୍ଦ ହୋଇଯିବ । ଲୋକେ ସର୍କସ ଥିଲା ବୋଲି କହିବେ ।’ ନିୟମ କଠୋର, ମାତ୍ର ହାତ ଗଣତି କିଛି କଳାକାରଙ୍କ ନେଇ ସର୍କସ ଚଳାଉଥିବା ସର୍କସ ମାଲିକ ଏମ.ଡ଼ି ହାସନେନ ଏପରି କହିଛନ୍ତି ।

ବଲାଙ୍ଗୀର ସର୍କସ
ବଲାଙ୍ଗୀର ସର୍କସ (ETV Bharat Odisha)

ଦିନ ଥିଲା ମନୋରଞ୍ଜନ ମାଧ୍ୟମ, ଏବେ ଖୋଜୁଛି ପରିଚୟ ...

80 ଦଶକ ହେଉ ଅବା 90 ଦଶକ । ମଣିଷ-ପଶୁର ସତସତିକା ଖେଳ ଲୋକଙ୍କ ଆବେଗ ସହ ଜଡିତ ଥିଲା । ପୂରା ପରିବାର ଯାଉଥିଲେ ସର୍କସ ଦେଖିବାକୁ । ସର୍କସ ଆସିଛି କହିଲେ ଛୁଆଠୁ ବୃଦ୍ଧ ସମସ୍ତଙ୍କ ମନରେ ଉତ୍ସାହ ଭରି ଯାଉଥିଲା । ଜୋକରରଙ୍କ ଅଭିନୟ ଓ କସରତରେ ଲୋକ ହସି ବେଦମ ହେଉଥିଲେ । ଏପରିକି ସର୍କସର ଜୋକରର ବେଶଭୂଷାକୁ ଆଜିବି ସବୁଠି ବ୍ୟବହାର କରାଯାଉଛି । ସେହିପରି ଜିମ୍ନାଷ୍ଟିକ କଳାକାର ତାଙ୍କର ଅବିଶ୍ୱସନୀୟ ପ୍ରତିଭାରେ ଦର୍ଶକଙ୍କ ମନ ମୋହି ନେଉଥିଲେ । ଏରବେଟିକ କଳାକାର ଶୂନ୍ୟରେ ଦୋଳି ଖେଳ ଦେଖାଇ ଲୋକଙ୍କୁ ଆଚମ୍ବିତ କରୁଥିଲେ । ଏହା ଛଡ଼ା ବିଭିନ୍ନ ଛୋଟ ବଡ଼ ଅବିଶ୍ୱସନୀୟ ଖେଳ ଲୋକଙ୍କ ଖୁବ ମନ ଜିଣି ନେଉଥିଲେ । ହେଲେ ଏବେ ସେ ଆବେଗ ଏତେଟା ପରିଲକ୍ଷିତ ହେଉନାହିଁ । ଖାଲି ଖାଲି ରହୁଛି ସର୍କସ ।

ବଲାଙ୍ଗୀର ସର୍କସ
ବଲାଙ୍ଗୀର ସର୍କସ (ETV Bharat Odisha)

ମିଛ ଦେଖି ଖୁସି, ଲୋକପ୍ରିୟତା ହରାଉଛି କି ସର୍କସ:

ଆଧୁନିକ ଯୁଗରେ ସିନେମା ପରଦା, TVଠୁ ନେଇ ମୋବାଇଲ ସବୁଠି କମ୍ପୁଟର ରଚିତ ମିଛ ଖେଳ ଦେଖି ଲୋକେ ଖୁସି । ସେପଟେ ଅସଲି ଖେଳ ଦେଖାଉଥିବା କଳାକାର ଏବେ ଦୁର୍ଦ୍ଦିନରେ । ଦେଶରେ ସର୍କସ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି । ହାତ ଗଣତି କିଛି ସର୍କସ କମ୍ପାନୀ ଏବେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି । ଏବେ ରିଲ୍ସ ଯୁଗ ଚାଲିଥିବା ବେଳେ ଧିରେ ଧିରେ ସର୍କସ ପ୍ରତି ବିମୁଖ ହେବାରେ ଲାଗିଛନ୍ତି ।

ଜୋକର ଭୂମିକାରେ ଅଭିନୟ କରିଥିବା କଳାକାର
ଜୋକର ଭୂମିକାରେ ଅଭିନୟ କରିଥିବା କଳାକାର (ETV Bharat Odisha)

ଦେଶରେ ଚାଲିଛି ମାତ୍ର ୫ରୁ ୬ ସର୍କସ ଦଳ :

ଏବେ ସାରା ଦେଶରେ ମାତ୍ର ୫ କିମ୍ବା ୬ଟି ସର୍କସ କମ୍ପାନୀ ଥିବାବେଳେ ଏଥିରେ ଏକ ହଜାରରୁ କିଛି ଊର୍ଦ୍ଧ୍ବ ଲୋକ ମାତ୍ର ଏହି ପରମ୍ପରାକୁ ଧରି ରଖିଛନ୍ତି ।

ସର୍କସରେ ଜୀବଜନ୍ତୁ ବ୍ୟବହାର ଉପରେ କଟକଣା :

ସର୍କସରେ ପଶୁଙ୍କ ପ୍ରତି କ୍ରୁରତା ଦର୍ଶାଇ ଭାରତରେ ସର୍କସରେ ଜୀବଜନ୍ତୁଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ସର୍କସ, ପ୍ରଦର୍ଶନୀ ମନୋରଞ୍ଜନ କାର୍ଯ୍ୟରେ ପଶୁପକ୍ଷୀଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ । 2011 ଆଇନ ଅନୁସାରେ, ସର୍କସରୁ ବାଘ, ସିଂହ, ମାଙ୍କଡ ଭାଲୁ ଆଦି ଖେଳ ନିଷିଦ୍ଧ କରାଯାଇଛି । ସେହିପରି ଘୋଡା, ଜଳହସ୍ତୀ, ହାତୀ ମଧ୍ୟ ଖେଳ ଦେଖାଇବା ଉପରେ ବ୍ୟାନ କରାଯାଇଛି ।

କେନିଆର କଳାକାରଙ୍କ ସହ ମାଲିକ
କେନିଆର କଳାକାରଙ୍କ ସହ ମାଲିକ (ETV Bharat Odisha)

ପରଫରମିଙ୍ଗ ଆନିମଲ୍‌ସ (ରେଜିଷ୍ଟେସନ) ଆମେଣ୍ଡମେଣ୍ଟ ରୁଲସ୍‌ 2018 ଅନୁସାରେ (Performing Animals (Registration) (Amendment) Rules), କୌଣସି ପ୍ରକାର ଖେଳ ଦେଖାଇବା ବା ପ୍ରଦର୍ଶନ କରାଯିବାକୁ କୌଣସି ସର୍କସ କିମ୍ବା ଭ୍ରାମ୍ୟମାଣ ମନୋରଞ୍ଜନ କାର୍ଯ୍ୟକ୍ରମରେ ଜୀବଜନ୍ତୁଙ୍କୁ ବ୍ୟବହାର କରାଯାଇପାରିବ ନାହିଁ ।

ସରକାରୀ ପ୍ରୋତ୍ସାହନ ଆବଶ୍ୟକ:

ଦୁର୍ଦ୍ଦିନରେ ସର୍କସ ଚାଲୁଥିବା ବେଳେ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ମାଲିକ । ଏପରି ଦୁର୍ଦ୍ଦିନରୁ ମୁକୁଳିବା ପାଇଁ ସରକାରୀ ସାହାଯ୍ୟ ସହଯୋଗୀ ଲୋଡିଛନ୍ତି ସମସ୍ତେ ।

ସର୍କସରେ ଖାଲି ଚେୟାର
ସର୍କସରେ ଖାଲି ଚେୟାର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଇଣ୍ଟରନେଟ ଜମାନାରେ ସର୍କସ, ମୋବାଇଲ ବନାମ ଜୀବନ୍ତ ଖେଳ - rolex circus in balasore

ସିଲଭର ସିଟିକୁ ଫେରିଲା ସର୍କସ୍‌; ହସେଇ ହସେଇ ଗଡ଼ାଉଛି ଜୋକର, ମନ କିିଣିଲା ମଣିପୁର ଯୁବତୀଙ୍କ ଦୁଃସାହସିକ ପ୍ରଦର୍ଶନ

ଅଣ୍ଟା ସଲଖୁଛି ସର୍କସ, କଟକଣା ପରେ କଳାକାର ଚିନ୍ତା

ଦୁଃଖ ବଖାଣିଲେ ହସାଉଥିବା ଜୋକର:
ସର୍କସର ଜୋକର ହୋଇ ଲୋକଙ୍କୁ ହସାଇ ଆସୁଥିବା କଳାକାର ମହମ୍ମଦ ମିମାମୁଦ୍ଦିନ କହିଛନ୍ତି, "ମୁଁ 14 ବର୍ଷ ହେବ ସର୍କସର ଜୋକର କାମ କରି ଆସୁଛି । ବିଭିନ୍ନ ପ୍ରକାରର ଅଭିନୟ କରି ମୁଁ ଲୋକଙ୍କୁ ହସାଇ ଆସୁଛି । ପୂର୍ବରୁ ଏହି ଲୋକ ଖୁବ ଭିଡ ଜମାଇ ସର୍କସ ଦେଖିବାକୁ ଆସୁଥିଲେ । ହେଲେ ଏବେ ସେପରି ହେଉନାହିଁ । ଆମେ ବଡ଼ କଷ୍ଟରେ ଆମର ଗୁଜୁରାଣ ମେଣ୍ଟାଉଛୁ । ତେଣୁ ଲୋକ ସର୍କସକୁ ଅଧିକରୁ ଅଧିକ ଦେଖିବାକୁ ଆସିଲେ ଆମର ପେଟ ପାଟଣା ଚାଲିବ । ହେଲେ ସେମିତି ହେଉନାହିଁ । କୌଣସି ମତେ ଆମେ ସର୍କସକୁ ବଞ୍ଚାଇ ରଖିବାର ଉଦ୍ୟମ କରୁଛୁ ।’

ଇତିହାସ ପାଲଟିଯିବ କି ସର୍କସ
ଇତିହାସ ପାଲଟିଯିବ କି ସର୍କସ (ETV Bharat Odisha)

ମିଛ କଳା ଆଗରେ ହଜି ଯାଇଛି ସତ କଳା:

ଆଫ୍ରିକା ମହାଦେଶର କେନିଆର କଳାକାର ମୁସଲେମାନ ହରଫାନ କହିଛନ୍ତି, "ମୁଁ ଓ ମୋର ସାଥି ଦୀର୍ଘ 14 ବର୍ଷ ହେବ ଭାରତ ଆସି ଏହି ସର୍କସରେ କାମ କରୁଛୁ । ଏଠି ଆମର ବିଭିନ୍ନ ଜିମ୍ନାଷ୍ଟିକ ଓ ଏରବେଟିକ କଳା ଦେଖାଇ ଆମେ ଲୋକଙ୍କ ମନୋରଞ୍ଜନ କରି ଆସୁଛୁ । ହେଲେ ଏବେ ଆନିମେସନ ଓ ଏଡିଟିଂ ଦୁନିଆରେ ଆମର କଳା ଫିକା ପଡିଯାଇଛି । ଆମର ସତର କଳା ଆଜିର ମିଛ କଳା ଆଗରେ ହଜି ଯାଇଛି । ଲୋକ ମଧ୍ୟ ଆଉ ସର୍କସକୁ ସେମିତି ଆସୁ ନାହାନ୍ତି । ତେଣୁ ଲୋକ ସତ ଦେଖନ୍ତୁ ଓ ନିଜେ ଲାଇଭ ଆମର କର୍ତ୍ତବ୍ୟ ଦେଖନ୍ତୁ । ଯାହାଦ୍ୱାରା ଆମର ଏହି ସର୍କସ ବଞ୍ଚି ରହିବ ।’

ନିୟମ ପରେ ବ୍ୟାପକ ପ୍ରଭାବ:

ସର୍କସ ମାଲିକ ଏମ. ଡି ହାସନେନ କହିଛନ୍ତି, ‘ସର୍କସ ହସି ମଜା ସହିତ କସରତର ଖେଳ ଅଟେ । ଶିଶୁଠୁ ନେଇ ବଡ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ । ହେଲେ କିଛି ସରକାରୀ ନିୟମ କଟକଣା ଯୋଗୁଁ ସର୍କସ ବ୍ୟବସାୟ ବିପଦରେ ପଡ଼ିଛି । ସାରା ଦେଶରେ ଅନେକ ସର୍କସ କମ୍ପାନୀ ବନ୍ଦ ହୋଇ ସାରିଛି । ପୂର୍ବରୁ ସର୍କସରେ କଳା କସରତ ଖେଳ ସହ ପଶୁ ପକ୍ଷୀଙ୍କ କସରତ ଲୋକଙ୍କୁ ବେଶ ଆକୃଷ୍ଟ କରୁଥିଲା । ହେଲେ ଏବେ ନିୟମ ଆସିବାରୁ ପଶୁ ପକ୍ଷୀ ବ୍ୟବହାର ଆଉନାହିଁ । ଯାହା ଫଳରେ ବ୍ୟାପକ ଫରକ ପଡ଼ିଛି ।’

ନିୟମ ସରଳ କରନ୍ତୁ ସରକାର:

ସେ ଆହୁରି କହିଛନ୍ତି, ‘ଆମେ ଜିମ୍ନାଷ୍ଟିକ ଏରୋବେଟିକ ଭଳି ଖେଳ ଦେଖାଇ ଆସୁଛୁ । ବାହାର ଦେଶର କଳାକାର କଳାକାରଙ୍କୁ ମଧ୍ୟ ଆଣୁଛୁ । ହେଲେ ସେଭଳି ଆଉ ବ୍ୟବସାୟ ନାହିଁ । ଆଗରୁ ଗୋଟିଏ କମ୍ପାନୀରେ ୨ ଶହରୁ ଅଧିକ କଳାକାର ଲୋକ ଥିଲେ । ହେଲେ ଏବେ ବ୍ୟବସାୟ ନ ଥିବାରୁ ଆମ ପାଖରେ ଏବେ 60 ରୁ 65 କର୍ମଚାରୀ କଳାକାର ଅଛନ୍ତି । ସେହିପରି ଭାରତରେ ଏବେ ମାତ୍ର ପାଞ୍ଚଟି ସର୍କସ କମ୍ପାନୀ ଶେଷ ରହିଛି । ଯେଉଁଥିରେ 12 ଶହ କଳାକାର ଓ ଲୋକ କର୍ମଚାରୀ ଅଛନ୍ତି । ତେବେ ଏଭଳି ସ୍ଥିତିରେ ସରକାରୀ ସାହାଯ୍ୟ ସହଯୋଗ ନ ମିଳିଲେ ସର୍କସ ବନ୍ଦ ହୋଇଯିବ । ଲୋକେ ସର୍କସ ଥିଲା ବୋଲି କହିବେ । ତେଣୁ ସରକାର ଟ୍ୟାକ୍ସରେ ରିହାତିଠୁ ନେଇ ଅନୁମତି ସରଳ କଲେ ଆମ ପାଇଁ ସହାୟକ ହୁଅନ୍ତା ।’

ଇତିହାସ ପାଲଟିଯିବ କି ସର୍କସ
ବଲାଙ୍ଗୀରରେ ଚାଲିଥିବା ସର୍କସ (ETV Bharat Odisha)

ଏବେ ଦେଖିବାକୁ ମିଳୁନି ସର୍କସ :

ଦର୍ଶକ ରବି ମିଶ୍ର କହିଛନ୍ତି, ‘ବର୍ଷ ବିତି ଯାଇଛି ସର୍କସ ଦେଖି ଥିବାର । ଛୋଟ ବେଳେ ଆମେ ସର୍କସ ଦେଖିଥିଲୁ । ଜୋକର, ପଶୁ. ପକ୍ଷୀ ଓ ଲୋକଙ୍କ କଳା ଆମକୁ ମଜା ଦେଉଥିଲା । ତାର ଏକ ସ୍ବତନ୍ତ୍ର ମଜା ରହୁଥିଲା । ହେଲେ ଏବେ ସର୍କସ ଦେଖିବାକୁ ମିଳୁନାହିଁ । କାରଣ କିଛି ଥାଇ ପାରେ କିଛି ସରକାରୀ ନିୟମ । ତେବେ ଆଗକୁ ଏହି ସର୍କସ ଥିଲା ବୋଲି ହିଁ କୁହାଯିବ କାରଣ ଏହା ଆଉ କିଛି ବର୍ଷ ପରେ ବନ୍ଦ ହୋଇଯିବ ଭଳି ଜଣାପଡୁଛି।’

କାହିଁକି କମୁଛି ସର୍କସ ଚାହିଦା ?

ଏସବୁ ହୋଇପାରେ କାରଣ ...

  • ଟେକ୍ନୋଲୋଜି ବ୍ୟବହାର ବୃଦ୍ଧି
  • ମୋବାଇଲ ପାଲଟିଛି ମନୋରଞ୍ଜନ ମାଧ୍ୟମ
  • ସର୍କସରେ ଜୀବଜନ୍ତୁ ବ୍ୟବହାର ବନ୍ଦ
  • ବ୍ୟସ୍ତବହୁଳ ଜୀବନ
  • ମନୋରଞ୍ଜନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ
  • ସର୍କସକୁ ମିଳୁନି ପ୍ରୋତ୍ସାହନ

ଇତିହାସ ହୋଇଯିବ କି ସର୍କସ ?

ଇତିହାସ ପାଲଟି ଯିବ ସର୍କସ । ଏ ପ୍ରଶ୍ନ ଜଣେ ସାଧାରଣ ଦର୍ଶକଙ୍କର । କାରଣ ଦିନେ ମନୋରଞ୍ଜନର ଖୋରାକ ସାଜିଥିବା ସର୍କସ ମାତ୍ର ହାତ ଗଣତି କେତୋଟି ରହିଯାଇଛିି । ଗୋଟିଏ କମ୍ପାନୀରେ ଯେଉଁଠି 200 ଲୋକ କାମ କରୁଥିଲେ ତାହା ଖସି ଆସି 60ରୁ 65କୁ । ଯାହା ସର୍କସର ଭବିଷ୍ୟତକୁ ନେଇ ଅନେକ ଅସମାହିତ ପ୍ରଶ୍ନର ପାହାଡ ଛିଡା କରିଛି । ସରକାର ପ୍ରୋତ୍ସାହନ ଯୋଗାଇ ଦେବେ ନା ଦୀପ ଶିଖା ଭଳି ଜଳି ଜଳି ଦିନେ ଲିଭି ଯିବ ସର୍କସ । କଣ ହେବ କଳାକାରଙ୍କ ଭାଗ୍ୟ । ଏ ପ୍ରଶ୍ନ ଏବେ କଳାକାରଙ୍କ ମନକୁ ଆନ୍ଦୋଳିତ କରୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦଙ୍କ ରିପୋର୍ଟ , ଇଟିଭି ଭାରତ ...

Last Updated : Jan 27, 2025, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.