ETV Bharat / state

ବାଲିଯାତ୍ରାରେ ବିଦ୍ୟୁତ ଆଘାତରେ ଛାତ୍ର ମୃତ, ଦାୟୀ କିଏ ? - STUDENT DIES ELECTROCUTED

ଐତିହାସିକ ବାଲିଯାତ୍ରାରେ କରେଣ୍ଟ ଲାଗି ଛାତ୍ର ମୃତ୍ୟୁ ଘଟଣା । ପ୍ରଶାସନକୁ ଦାୟୀ କଲେ ବାରବାଟୀ ବିଧାୟକ । ପ୍ରଶାସନର ଖୋଳତାଡ ।

ବିଦ୍ୟୁତ ଆଘାତରେ ଛାତ୍ର ମୃତ
ବିଦ୍ୟୁତ ଆଘାତରେ ଛାତ୍ର ମୃତ (ETV Bharat Odisha)
author img

By ETV Bharat Odisha Team

Published : Nov 18, 2024, 7:58 PM IST

କଟକ: ବାଲିଯାତ୍ରାର ତୃତୀୟ ଦିନରେ ଏକ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ବିଶ୍ୱପ୍ରକାଶ ମନ୍ଥନ । ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ବୟସ ୧୮ ବର୍ଷ ହେବ । ସେ କଟକରେ ପାଠ ପଢ଼ୁଥିବା ବେଳେ ଛୁଟିରେ ଫେରି କଟକ ବାଲିଯାତ୍ରା ଦେଖିବା ପାଇଁ ଆସିଥଲେ । ଯାତ୍ରା ପଡିଆ ନିକଟରେ ଥିବା ରିଂ-ବନ୍ଧରେ ଲାଗିଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ଯେଉଁଠି ଘଟଣା ଘଟିଥିଲା ସେହି ସ୍ଥାନ ଯାଞ୍ଚ କରିଛି ତଦନ୍ତକାରୀ ଟିମ ।

ବାଲିଯାତ୍ରାରେ ଅଘଟଣ:

ବିଦ୍ୟୁତ ଆଘାତରେ ଛାତ୍ର ମୃତ (ETV Bharat Odisha)

ବାଲିଯାତ୍ରା ଇତିହାସରେ ପ୍ରଥମ । ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ । ପ୍ରଥମ ଦିନରେ ରାଗିଲେ ମୁଖ୍ୟମନ୍ତ୍ରୀ, ଦ୍ୱିତୀୟ ଦିନରେ ବନ୍ଦ ହେଲା ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ଆଉ ତୃତୀୟ ଦିନରେ କରେଣ୍ଟ ଲାଗି ଚାଲିଗଲା ଏକ ଛାତ୍ରର ଜୀବନ । ଗତକାଲି(ରବିବାର) ବାଲିଯାତ୍ରାରେ ଲକ୍ଷାଧିକ ଜନସମାଗମ ହୋଇଥିଲା । ଏହି ସମୟରେ କଟକ ତୁଳସୀପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର +୨ରେ ପଢୁଥିବା ଛାତ୍ର ବିଶ୍ୱ ପ୍ରକାଶ ମନ୍ଥନ ଓ ତାଙ୍କ ସାଙ୍ଗ ବାଲିଯାତ୍ରା ଦେଖିବା ପାଇଁ ଆସିଥିଲେ । କ୍ୟାଣ୍ଟନମେଣ୍ଟ ଥାନା ନିକଟ ରାସ୍ତା ପାସ କରୁଥିଲା ବେଳେ ଲିଚୁ ଲାଇଟ୍ କରେଣ୍ଟ ଲାଗି ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ବିଶ୍ୱପ୍ରକାଶ ।

ଅଘଟଣ ପାଇଁ ପ୍ରଶାସନକୁ ଦାୟୀ କଲେ ବିଧାୟିକା:

ଗୋଟିଏ ପଟେ ଏହି ଅପମୃତ୍ୟୁ ପାଇଁ ପରିବାର ନ୍ୟାୟ ଦାବି କରିଥିଲା ବେଳେ ଅନ୍ୟପଟେ ଘଟଣା ଘଟିବା ପରେ ପ୍ରଶାସନକୁ ସିଧାସଳଖ ଦାୟୀ କରିଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ । ସୋଫିଆ କହିଛନ୍ତି, ‘ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ପାଇଁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ମୃତକଙ୍କ ପରିବାରକୁ ଶୀଘ୍ର କ୍ଷତିପୂରଣ ଦେବା ପାଇଁ ଆମେ ଦାବି କରିଛୁ । କାହାକୁ ଦାୟିତ୍ବ ଦିଆଯାଇଥିଲା । କାହିଁକି ଏମିତି ଦୁଃଖଦ ଘଟଣା ଘଟିଲା ତାହାର ତଦନ୍ତ ହେଉ । ଯିଏ ଦାୟିତ୍ବରେ ଅଛନ୍ତି ତାଙ୍କୁ ନିଲମ୍ବିତ କରାଯାଉ ।’

ଘଟଣାସ୍ଥଳରେ ତଦନ୍ତ କଲା ଟିମ୍‌:

ଅନ୍ୟପଟେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ଯେଉଁଟି ଘଟଣା ଘଟିଥିଲା ସେହି ସ୍ଥାନ ଆଜି ଯାଞ୍ଚ କରିଛି ତଦନ୍ତକାରୀ ଟିମ । ଯେଉଁ ପ୍ରମାଣ ମିଳିଛି ସେଥିରେ ଲିଚୁ ତାର ଅସୁରକ୍ଷିତ ଥିବା ନେଇ ଜଣାପଡିଛି । କାହାର ଭୁଲ ପାଇଁ ଏଭଳି ଘଟଣା ଘଟିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲାପାଳ । ଏହାସହ ପ୍ରାଥମିକ ପର୍ଯ୍ୟାୟରେ ଛାତ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ସହ କିଛି ଆର୍ଥିକ ସହାୟତା ପରିବାରକୁ ହସ୍ତାନ୍ତର କରଯାଇଛି । କିନ୍ତୁ ଏହି ଘଟଣା ଯେପରି ଆଗାମୀ ଦିନରେ ନଘଟେ ସେ ଦିଗରେ ଯଥେଷ୍ଟ ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ।

ଏହା ମଧ୍ୟ ପଢନ୍ତୁ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ, ଅଧଘଣ୍ଟା ବଢ଼ିଲା ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି

ବାଲିଯାତ୍ରାରେ ବାସିଖାଦ୍ୟ ବିକ୍ରି, CMCର ଚଢ଼ାଉ

ନୌସେନାରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି, ବୁଲି ଆସନ୍ତୁ କଟକ ବାଲିଯାତ୍ରା Indian Navy ଷ୍ଟଲ୍‌

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.