ETV Bharat / entertainment

ସୋନପୁରରୁ ବଲିଉଡ: କେମିତି ଥିଲା ସଂଘର୍ଷ ? ଇଟିଭି ଭାରତକୁ ମନର କଥା କହିଲେ ରାଜ କିଶୋର

ସୋନପୁରରୁ ବଲିଉଡ ଯାତ୍ରା । 'ଭୁଲ ଭୁଲେୟା 3' ଭଳି ଫିଲ୍ମରେ ସହ-ନିର୍ଦ୍ଦେଶନା ଦେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରାଜ କିଶୋର ହୋତା । କେମିତି ଥିଲା, ଶୁଣନ୍ତୁ ତାଙ୍କ ମୁହଁରୁ

INTERVIEW WITH RAJ KISHORE HOTA
INTERVIEW WITH RAJ KISHORE HOTA (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି ସୋନପୁରର ପୁଅ ରାଜ କିଶୋର ହୋତା । ବଲିଉଡରେ ସହ ନିର୍ଦ୍ଦେଶକ ଭାବେ ନିଜର ଜଲୱା ଦେଖାଇ ଦର୍ଶକଙ୍କୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ ।‌ ପିଲାଦିନରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର ଗଢିବାକୁ ଚାହୁଁଥିବା ରାଜ କିଶୋରଙ୍କ ସ୍ୱପ୍ନ ଏବେ ଧିରେ ଧିରେ ସାକାର ହେଉଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ଭୁଲ ଭୁଲେୟା 3' ଭଳି ଫିଲ୍ମରେ ସହ-ନିର୍ଦ୍ଦେଶନା ଦେଇ ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରାଜ କିଶୋର ହୋତା । ନଭେମ୍ୱର 1ରେ ରିଲିଜ ହୋଇଥିବା ଏହି ଫିଲ୍ମ ଲୋକଙ୍କ ମନ ଜିତୁଥିବା ବେଳେ ବକ୍ସ ଅଫିସରେ ବମ୍ପର କଲେକ୍ସନ ମଧ୍ୟ କରୁଛି । ଓଡ଼ିଆ ପୁଅ ରାଜ କିଶୋରଙ୍କ ବଲିଉଡ ଯାତ୍ରାର ସଂଘର୍ଷ କିପରି ରହିଥିଲା । ଇଟିଭି ଭାରତର ସ୍ୱତନ୍ତ୍ର ସାକ୍ଷାତକାରରେ ଅନୁଭୂତି ବଖାଣିଛନ୍ତି ରାଜ କିଶୋର

'ଭୁଲ ଭୁଲେୟା 3' କୁ ନେଇ ପ୍ରତିକ୍ରିୟା ରଖିଲେ ରାଜ କିଶୋର ହୋତା

'ଭୁଲ ଭୁଲେୟା 3' କୁ ନେଇ ପ୍ରତିକ୍ରିୟା ଦେଇ ରାଜ କିଶୋର କହିଛନ୍ତି, ‘ମୋର ସ୍ୱପ୍ନ ପୂରଣ ହୋଇଛି । 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ମୁଁ ଗୋଟେ ଅଂଶ ହୋଇପାରିଛି । ଏହା ମୋ ପାଇଁ ଏକ ସ୍ୱପ୍ନ ଥିଲା । ଯାହା ପୂରଣ ହୋଇଛି କହିବି । ମୁଁ ଏହି ଫିଲ୍ମର ପ୍ରଥମ ଭାଗ ଦେଖି ବଡ଼ ହୋଇଥିଲି । ଏବେ ମୁଁ ଏଥିରେ କାମ କରି ବହୁତ ଭଲ ଲାଗିଲା । ଫିଲ୍ମର ନିର୍ଦ୍ଦେଶକ ଅନିସ ବାଜମି ସାରଙ୍କ ସହ କାମ କରି ମୁଁ ବହୁତ ଖୁସି ଏବଂ ତାଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି । ଏହି ଫିଲ୍ମରେ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା । ମୁଁ ଜଣେ ଓଡ଼ିଆ ପୁଅ ଭାବେ ହିଟ୍ ଫିଲ୍ମରେ କାମ କରି ବେଶ ଖୁସି । ମୋତେ ଏବେ ଲାଗୁଛି ମୁଁ ଯେଉଁ ପରିଶ୍ରମ କରିଥିଲି ତାହାର ଫଳ ମିଳିଛି । କାରଣ ଲୋକେ ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି । ମୁଁ ଗୋଟେ ଛୋଟ ଗାଁରୁ ଆସି ବଲିଉଡରେ ଯାତ୍ରା କରିଛି ଏବଂ ଫିଲ୍ମ ହିଟ ହୋଇଛି । ମୋତେ ବେଶ ଖୁସି ଯେ ମୁଁ ଏହି ଫିଲ୍ମର ଅଂଶ ହୋଇପାରିଛି ।’

'ବଲିଉଡ ଯାତ୍ରା ନଥିଲା ସହଜ'

INTERVIEW WITH RAJ KISHORE HOTA
INTERVIEW WITH RAJ KISHORE HOTA (ETV Bharat Odisha)

ବଲିଉଡ ଯାତ୍ରା ନେଇ ପ୍ରତିକ୍ରିୟା ଦେଇ ରାଜ କିଶୋର କହିଛନ୍ତି, ''ମୁଁ ବଲିଉ଼ଡରେ 16 ବର୍ଷ କାମ କରିଛି । ମୁଁ 2008ରେ ମୁମ୍ୱାଇ ପହଞ୍ଚିଥିଲି । ଯାତ୍ରା ସହଜ ନଥିଲା ବହୁତ ସଂଘର୍ଷ ଥିଲା । ସେହି ସମୟରେ ମୁଁ ସିନମାଟାଗ୍ରାଫି ଭାବେ କ୍ୟାରିଅର ଆରମ୍ଭ କରିଥିଲି । ସେତେବେଳେ ଆସିଥିବା 'କାହାନୀ ଘର ଘର କି', 'ଉତ୍ତରନ', 'ବାଲିକା ବଧୂ' ଭଳି ଟିଭି ସିରିଏଲରେ ସିନେମାଟୋଗ୍ରାଫି ଭାବେ କାମ ଆରମ୍ଭ କରିଥିଲି । ପରେ 2010 ରେ 'I Am Kalam' ଫିଲ୍ମ ସହ ମୁଁ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲି । ମୁଁ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ ମୋର ଏହି ପ୍ରଥମ ଫିଲ୍ମ କରିଥିଲି । ସାରଙ୍କଠୁ ମୁଁ ବହୁତ କିଛି ଶିଖିଛି । ଏହା ପରେ ମୋର ନିର୍ଦ୍ଦେଶନାରେ ଯାତ୍ରା ଆରମ୍ଭ କରିଛି । ମୁଁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଡ୍ରିମ ଗାର୍ଲ 2' କରିଥିଲି । ଏହା ପରେ ଏବେ 'ଭୁଲ ଭୁଲେୟା 3' ରେ କାମ କରିଛି । ଆଗକୁ ମୋତେ ଅକ୍ଷୟ କୁମାର, ଅଜୟ ଦେବଗନଙ୍କ କାମ କରିବାର ଇଚ୍ଛା ଅଛି ।''

ରାଜ୍ୟ ପୁରସ୍କାର ନେଇ ଏମିତି କହିଲେ ରାଜ କିଶୋର

ନିକଟରେ 'ହକି' ଉପରେ ନିର୍ମିତ ଏକ ଫିଲ୍ମକୁ ନେଇ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ପାଇଛନ୍ତି । ଏହା ପ୍ରଥମ ଡକ୍ୟୁମେଣ୍ଟାରି ଫିଲ୍ମ ଯାହା ହଟଷ୍ଟାରରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମହିଳା Empowerment ଉପରେ ନିର୍ମିତ ଯାହା ଏକ ସତ ଘଟଣା ଉପରେ ଆଧାରିତ । ଯାହା ବେଶ ସୁନ୍ଦର ହୋଇଛି । ବର୍ତ୍ତମାନ ନୂଆ ସରକାରରେ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଉଥିବାରୁ ଆମେ ବେଶ ଖୁସି । ମୁଁ ସରକାରଙ୍କୁ ଅନୁରୋଧ ମଧ୍ୟ କରିବି ଯେ ସେହି ଆଦିବାସୀ ପିଲାଙ୍କ ପାଇଁ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: 'ଭୁଲ ଭୁଲେୟା 3'ରେ ଓଡ଼ିଆ ପୁଅ ରାଜ କିଶୋରଙ୍କ କମାଲ୍, ସହ-ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ

'ଭଲ କଣ୍ଟେଣ୍ଟ ମିଳିଲେ ନିଶ୍ଟୟ କରିବି ଓଡ଼ିଆ ପିଲ୍ମ'

‘ଓଡ଼ିଶା ମୋର ମାତୃଭୂମି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ଗୋଟେ ଛୋଟ ଗାଁରୁ ଯାଇ ବଲିଉଡରେ ସଂଘର୍ଷ କରି ବଡ଼ ବଡ଼ ଷ୍ଟାରଙ୍କ ସହ ଫିଲ୍ମ କରିବା ମୋ ପାଇଁ ବହୁତ ବଡ଼ ଉପଲବ୍ଧି । ମୁଁ ଆଗକୁ ଚେଷ୍ଟା କରିବି ମୋ ପାଖକୁ ଯଦି ଭଲ କଣ୍ଟେଣ୍ଟ ଆସେ, ମନୋରଞ୍ଜନ ସହ କିଛି ସୋସିଆଲ ମେସେଜ ଥିବ । ତେବେ ମୁଁ ନିଶ୍ଚୟ ଫିଲ୍ମ କରିବି । କେମିତି ଗୋଟେ ଭଲ ଓଡ଼ିଆ ଫିଲ୍ମକୁ ନେଟପ୍ଲିକ୍ସ, ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ତାହା ଉପରେ ଧ୍ୟାନ ଦେବି । ’

କଳା ଜଗତରେ ପାଦ ରଖୁଥିବା ବ୍ୟକ୍ତିଙ୍କୁ ଏଭଳି ପରାମର୍ଶ ଦେଲେ ରାଜକିଶୋର:

'ଜରୁରୀ ନୁହଁ କି ସେ ଯାଇ ବଲିଉଡରେ କାମ କରିବ । ଆପଣଙ୍କ ପାଖରେ ଯଦି ଦକ୍ଷତା ଅଛି, କ୍ରିଏଟିଭିଟି ଅଛି ଏବଂ କଳା ଅଛି । ତେବେ ଓଡ଼ିଶାରେ ରହି ମଧ୍ୟ ଆପଣ ନିଶ୍ଚୟ ସଫଳତା ହାସଲ କରିପାରିବେ । ଭଲ ସିନେମା କରନ୍ତୁ । ଯାହା ଆପଣଙ୍କ ଜ୍ଞାନ ଅଛି ତାହା ଦେଖାନ୍ତୁ ।'

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.