ପାଟଣା: କଥାରେ ଅଛି ଚୋର ଯେତେ ଚାଲାକ ହେଲେ ବି, ଦିନେ ନା ଦିନେ ଆଇନର ‘ଲମ୍ବା ହାତ’ରେ ଧରାପଡିଥାଏ । ବିହାରରେ ଏପରି ଏକ ଘଟଣା ଘଟିଛି ଯାହା ଏହାର ଜ୍ବଳନ୍ତ ଉଦାହରଣ । ସହରସା ଜିଲ୍ଲାରେ ୩୪ ବର୍ଷ ପରେ ଗୋଟିଏ ଲାଞ୍ଚ ମାମଲା ରୁଜୁ ହୋଇଥିଲା । ତେବେ ୩୪ ବର୍ଷ ପରେ କନେଷ୍ଟବଳ ବିରୋଧରେ ଗିରଫ ନୋଟିସ ଜାରି କରିଛନ୍ତି ସ୍ପେଶାଲ୍ ମନିଟରିଂ କୋର୍ଟ । ମାତ୍ର ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏହି ଗିରଫନାମା (ନୋଟିସ୍) ହୋଇଛି ।
Saharsa Railway Station (ETV Bharat Odisha) ଏହା ବି ପଢନ୍ତୁ- କଙ୍ଗାରୁ କୋର୍ଟ ମାମଲାରେ 4 ଗିରଫ: ମହିଳାଙ୍କୁ ଲଣ୍ଡା କରି ମଟନ ଭୋଜି ଖାଇଥିଲେ, ମା' ପାଇଁ ନ୍ୟାୟ ମାଗିଲା ପୁଅ - Kangaroo Court In jharsuguda
ଅଭିଯୋଗ ମୁତାବକ, ହାବିଲଦାର ସୁରେଶ ପ୍ରସାଦ ୧୯୯୦ ମସିହା ୬ ତାରିଖରେ ସହରସା ରେଲଓ୍ବେ ଷ୍ଟେସନରେ ପରିବା ବିକ୍ରି କରୁଥିବା ଜଣେ ମହିଳାଙ୍କ ଠାରୁ ୨୦ ଟଙ୍କା ଲାଞ୍ଚ ନେଇଥିଲେ । ସେତେବେଳେ ପରିବା ବିକାଳୀ ମହିଳା ସିତା ଦେବୀଙ୍କଠାରୁ ଲାଞ୍ଚ ନେବା ସମୟରେ ହିଁ ସରହସା ରେଲଓ୍ବେ ଷ୍ଟେସନ ଅଫିସର ଏବଂ ପୋଲିସ ଅଭିଯୁକ୍ତ ହାବିଲଦାରଙ୍କୁ ଗିରଫ କରିଥିଲା । କିନ୍ତୁ କୋର୍ଟକୁ ଆସିନଥିଲେ ଅଭିଯୁକ୍ତ ହାବିଲଦାର । କାରଣ ଅଭିଯୁକ୍ତ ବେଲ ପାଇବା ସମୟରେ ଭୁଲ ଘର ଠିକଣା ଦେଇଥିଲେ । ସେ ନିଜ ଘର ଠିକଣା ସହରସା ମହେଶଖଣ୍ଟ ବୋଲି ଦେଇଥିଲେ କିନ୍ତୁ ସେ ବିଜୟ ଗାଁରେ ବାସ କରନ୍ତି । ଏହା ଲାଖିସରାଇ ଜିଲ୍ଲା ବାରିହା ଅଞ୍ଚଳରେ ଅବସ୍ଥିତ । ତେବେ ସେ ଭୁଲ ଠିକଣା ଦେଇ ଥିଲେ ଯେପରି ତାଙ୍କୁ କେହି ଖୋଜି ପାଇବେ ନାହିଁ ।
Saharsa Railway Station (ETV Bharat Odisha) ଏହା ବି ପଢନ୍ତୁ- Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ - LIFE IMPRISONMENT BY COURT
୧୯୯୯ ମସିହାରେ ଗିରଫ ପରଓ୍ବାନା ଜାରି-
ଏହି ମାମଲାରେ ଯେତେବେଳେ ବାରମ୍ବାର ସମନ ପରେ ଅଭିଯୁକ୍ତ କୋର୍ଟରେ ହାଜର ହେଲା ନାହିଁ, କୋର୍ଟ ୧୯୯୯ରେ ତାଙ୍କ ବେଲ୍ ବଣ୍ଡ ବାତିଲ କରିଥିଲେ । ଏହା ସହିତ କୋର୍ଟ ମଧ୍ୟ ଗିରଫ ପରଓ୍ବାନା ଜାରି କରିଥିଲେ । ଏହାସହିତ ମଧ୍ୟ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ତାଙ୍କୁ ପୋଲିସ ଖୋଜି ଖୋଜି ପାଇ ନଥିଲା । ତେବେ ତଦନ୍ତ ପରେ ଜଣା ପଡିଥିଲା ଅଭିଯୁକ୍ତ ହାବିଲଦାର ଜଣଙ୍କ ଭୁଲ ଠିକଣା ପ୍ରଦାନ କରିଥିଲେ ।
ଏହା ବି ପଢନ୍ତୁ- Step-Son Murder Case: ଔରସରୁ ନୁହେଁ ବୋଲି ମାରିଦେଲା ବାପା, ୫ ବର୍ଷ ପୁଅ ହତ୍ୟାକାଣ୍ଡରେ ସାବତ ବାପାକୁ ସଜ୍ଜା - Mancheswar Step son murder case
Saharsa Railway Station (ETV Bharat Odisha) ତେବେ ଶେଷରେ ଫେରାର କନେଷ୍ଟବଳଙ୍କ ଲୁଚକାଳି ଖେଳ ଖତମ ହୋଇଛି । ଶେଷରେ କନଷ୍ଟେବଳଙ୍କ ରହସ୍ୟ ଉନ୍ମୋଚିତ ହୋଇଛି । ବର୍ତ୍ତମାନ ସହରସା ସ୍ୱତନ୍ତ୍ର ନୀରିକ୍ଷଣ ବିଚାରପତି ସୁଦେଶ ଶ୍ରୀବାସ୍ତବ ବିହାର ଡିଜିପିଙ୍କୁ ଏକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଉ । 34 ବର୍ଷ ପରେ 20 ଟଙ୍କା ଲାଞ୍ଚ ମାମଲାରେ ଅଭିଯୁକ୍ତ ହାଭିଲଦାରଙ୍କୁ ଗିରଫ କରିବା ଆଦେଶ ଦୋଷୀଙ୍କ ପାଇଁ ଏକ ଦୃଢ ବାର୍ତ୍ତା ଭାବରେ ଦେଖାଯାଉଛି ।
ଏହା ବି ପଢନ୍ତୁ- ଦିଲ୍ଲୀ କୋଚିଂ ସେଣ୍ଟର ଟ୍ରାଜେଡି: ସୁପ୍ରିମକୋର୍ଟ ଖପ୍ପା, କହିଲେ କୋଚିଂ ସେଣ୍ଚର ଏବେ ଡେଥ ଚାମ୍ବର - SC ON COACHING CENTER TRAGEDY