ଓଡିଶା

odisha

ETV Bharat / bharat

ISBକୁ 30 କୋଟିର CSR ଉପହାର ଦେଲା ରାମୋଜୀ ଫାଉଣ୍ଡେସନ - RAMOJI FOUNDATION

ISBକୁ 30 କୋଟିର ଉପହାର ଦେଲା ରାମୋଜୀ ଫାଉଣ୍ଡେସନ । ହାଇଦ୍ରାବାଦରେ ତିଆରି ହେବ 430 ସିଟ୍‌ ବିଶିଷ୍ଟ ଅଡିଟୋରିୟମ ।

ISBକୁ ରାମୋଜୀ ଫାଉଣ୍ଡେସନର ଉପହାର
ISBକୁ ରାମୋଜୀ ଫାଉଣ୍ଡେସନର ଉପହାର (ETV Bharat)

By ETV Bharat Odisha Team

Published : Nov 21, 2024, 9:04 PM IST

ହାଇଦ୍ରାବାଦ: ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସ(ISB)କୁ ରାମୋଜୀ ଫାଉଣ୍ଡେସନ ପକ୍ଷରୁ ଉପହାର । ହାଇଦ୍ରାବାଦରେ ଥିବା ସ୍କୁଲ କ୍ୟାମ୍ପସର ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ରାମୋଜୀ ଫାଉଣ୍ଡେସନ ପକ୍ଷରୁ 30 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏନେଇ ଆଜି(ଗୁରୁବାର) ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସ ପକ୍ଷରୁ ସୂଚନା ଦିଆଯାଇଛି । ରାମୋଜୀ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ଏହି ସହାୟତାରେ କ୍ୟାମ୍ପସରେ 430 ସିଟ୍‌ ବିଶିଷ୍ଟ ଅଡିଟୋରିୟମ ନିର୍ମାଣରେ ସହାୟକ ହେବ । ଏହାର କାର୍ଯ୍ୟ ଶେଷ ହେବା ପରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ, ସେମିନାର, ବିଭିନ୍ନ କାର୍ଯ୍ୟକ୍ରମର କରିବାରେ ସାହାଯ୍ୟ କରିବ ।

ରାମୋଜୀ ଫାଉଣ୍ଡେସନର 30 କୋଟିର ଗିଫ୍ଟ ପାଇବା ପରେ ଖୁସି ବ୍ୟକ୍ତ କରିବା ସହISB ବୋର୍ଡର ସଭାପତି ହରିଶ ମାନୱାନି କହିଛନ୍ତି, ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସକୁ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ କରିବାରେ ଏହି ଅର୍ଥ ବଡ ଭୂମିକା ଗ୍ରହଣ କରିବ । ରାମୋଜୀ ଫାଉଣ୍ଡେସନର ଏହି ଯୋଗଦାନ ପାଇଁ ଆମେ କୃତଜ୍ଞ । ଏହି ଅର୍ଥ ଦ୍ବାରା ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସ ଆଗକୁ ଅନେକ ରାସ୍ତା ଅତିକ୍ରମ କରିବ ।

ସେହିପରି ରାମୋଜୀ ଫାଉଣ୍ଡେସନ ପକ୍ଷରୁ ଏହି ଉପହାର ପାଇବା ପରେ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସର ଡିନ୍‌ ମଦନ ପିଲ୍ଲୁଟଲ୍ଲା କହିଛନ୍ତି, ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସକୁ ସମର୍ଥନ ମିଳିଆସିଛି । ଏହି ଉପହାର ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସକୁ ଆଗକୁ ବଢିପାରେ ସାହାଯ୍ୟ କରିବ । ରାମୋଜୀ ଫାଉଣ୍ଡସେନ ପକ୍ଷରୁ କରାଯାଇଥିବା ଏହି ଉପହାର ସ୍କୁଲ ବିକାଶରେ ମହତ୍ତ୍ବପୂର୍ଣ୍ଣ ଭାବେ ସହାୟକ ହେବ । ଏହା ସୁନିଶ୍ଚିତ ମଧ୍ୟ କରାଇବ ଆମେ ବିଶ୍ବସ୍ତରୀୟ ଶୈକ୍ଷିକ ଅନୁଭବ ପ୍ରଦାନ କରୁଛୁ ।

ଦେଶରେ ସବୁସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ରାମୋଜୀ ରାଓ ପ୍ରତିଶ୍ରୁତିବଦ୍ଧ ଥିଲେ । ଉପହାର ପ୍ରଦାନ ସମୟରେ ରାମୋଜୀ ଫାଉଣ୍ଡେସନର ଟ୍ରଷ୍ଟି ସିଏଚ କିରଣ କହିଛନ୍ତି, ରାମୋଜୀ ରାଓଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଏହି ଉପହାର ପ୍ରଦାନ କରୁଛୁ । ଏହି ଉପହାର ଫଳରେ ଭାରତୀୟ ସ୍କୁଲ ଅଫ୍‌ ବିଜିନେସ ବିଶ୍ବସ୍ତରୀୟ ସୁବିଧା ପ୍ରଦାନ ଓ ବିକଶିତ କରିବାରେ ସହାୟକ ହେବ । ଯେଉଁଥିରେ ଏହି ଅଡିଟୋରିୟମ ବି ସାମିଲ ଅଛି । ଯାହାକି ଆକାଡେମିର ବିଚାର-ବିମର୍ଷ, ଜ୍ଞାନ ଆଦାନ ପ୍ରଦାନର କେନ୍ଦ୍ର ବିନ୍ଦୁ ସାଜିବ । ଆମେ ଭାବୁଛୁ, ଦୃଢ ଅର୍ଥବ୍ୟବସ୍ଥା ଓ ବିଶ୍ବ ସ୍ତରୀୟ ଭାରତକୁ ଆଗକୁ ବଢିବାରେ ସହାୟତା ପ୍ରଦାନ କରିବ ।

ISB ସମ୍ପର୍କରେ:

ଇଣ୍ଡିଆନ ସ୍କୁଲ ଅଫ୍‌ ବିଜିନେସ ଏକ ବିଶ୍ବ ସ୍ତରୀୟ ମାନ୍ୟତା ପ୍ରାପ୍ତ ବିଜନେସ ସ୍କୁଲ ଅଟେ । ଯାହାର ହାଇଦ୍ରାବାଦ ଓ ମୋହାଲିରେ କ୍ୟାମ୍ପସ ରହିଛି । ବିଶ୍ବସ୍ତରୀୟ ରାଙ୍କିଂରେ ବିଜିନେସ ସ୍କୁଲରେ ଏହା ସ୍ଥାନ ପାଇଛି । ଫ୍ଲାଗସିପ୍ ପୋଷ୍ଟ ଗ୍ରାଜୁଏଟ୍ ପ୍ରୋଗ୍ରାମ୍ ଇନ୍ ମ୍ୟାନେଜମେଣ୍ଟ (PGP), କାର୍ଯ୍ୟନିର୍ବାହୀ ଶିକ୍ଷା ଏବଂ ଡକ୍ଟରାଲ୍ ପ୍ରୋଗ୍ରାମ ସହିତ କାର୍ଯ୍ୟକ୍ରମ ପ୍ରଦାନ କରେ । ଏହି ଶିକ୍ଷାନୁଷ୍ଠାନରୁ ବହୁ ବଡ ବଡ ନେତାଙ୍କୁ ତିଆରି କରିଛି । ବିଶ୍ବସ୍ତରୀୟ ବାଣିଜ୍ୟରେ ଯେଉଁମାନଙ୍କ ଅବଦାନ ଢେର୍‌ ଅଧିକ ରହିଛି ।

ରାମୋଜୀ ଫାଉଣ୍ଡେସନ ସମ୍ପର୍କରେ:

ରାମୋଜୀ ଫାଉଣ୍ଡେସନ ଏକ ପଞ୍ଜିକୃତ ଟ୍ରଷ୍ଟ ଅଟେ । ଯାହା ରାମୋଜୀ ଗ୍ରୁପ ପ୍ରମୋର୍ଟ କରେ । ରାମୋଜୀ ଫାଉଣ୍ଡେସନ 2012ରେ ସ୍ଥାପନ କରାଯାଇଥିଲା । ଯାହାକି ଶିକ୍ଷା, କୌଶଳ ବିକାଶ, ଜରାଶ୍ରମ, ଗ୍ରାମୀଣ ବିକାଶ, ସ୍ବାସ୍ଥ୍ୟସେବା ଓ ଖେଳ ପ୍ରଶିକ୍ଷଣ କ୍ଷେତ୍ରରେ ସିଏସଆର ଜରିଆରେ ଆଗକୁ ବଢାଉଛି । ଫାଉଣ୍ଡେସନ ଏଲବି ପ୍ରସାଦ ଆଇ ଇଣ୍ଟଷ୍ଟିଚ୍ୟୁଟ୍‌, ଜିନୋମ ଫାଇଣ୍ଡେସନ ଓ ଅକ୍ଷୟପାତ୍ର ଓ ବସବତାରକମ କ୍ୟାନ୍ସରକୁ ସାହାଯ୍ୟ କରିଛି ।

ABOUT THE AUTHOR

...view details