ପାଟନା: ଲୋକସଭା ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିହାରର 5ଟି ଲୋକସଭା ଆସନରେ ପଡୁଛି ଭୋଟ । ତେବେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପୋଲିଂ ବୁଥରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । କର୍ତ୍ତବ୍ୟ କରିବା ସମୟରେ ଟଳି ପଡିଲେ ପ୍ରିଜାଇଡିଂ ଅଫିସର । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି । ମୃକ ବ୍ୟକ୍ତିଙ୍କ ନାମ ଶୈଳେନ୍ଦ୍ର କୁମାର ।
ବିହାରର ସୁପୋଲରେ ବୁଥ ନମ୍ବର 154ରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ସିଭିଲ ସର୍ଜନ ଡାକ୍ତର ଲଲନ କୁମାର ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁକୁ ସୁନିଶ୍ଚିତ କରିଛନ୍ତି । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଥିବା ବେଳେ ପ୍ରାଥମିକ ଭାବେ ହୃଦଘାତ ହିଁ ମୃତ୍ୟୁର କାରଣ ବୋଲି କୁହାଯାଇଛି । ମୃତ ଶୈଳେନ୍ଦ୍ର କୁମାର ରତନପୁରର ପିଆରଏଲଏନ ଦ୍ବାଦଶ ଶ୍ରେଣୀର ଶିକ୍ଷକ ଥିଲେ । ଲୋକସଭା ନିର୍ବଚନ ପାଇଁ ତାଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ବ ଦିଆଯାଇଥିଲା ।
bihar election (ETV Bharat) ଏହା ମଧ୍ୟ ପଢନ୍ତୁ: ପୋଲିଂ ବୁଥରେ ଅଘଟଣ, କର୍ଣ୍ଣାଟକରେ ସହକାରୀ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ - Assistant Presiding Officer Dies
ସୁପୋଲରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ:କୁହାଯାଉଛି ଯେ, ଶୈଳେନ୍ଦ୍ର କୁମାର ସିରାୟଗଡ ଚାନ୍ଦପିପୁର ପଞ୍ଚାୟତର ମନରେଗା ସେଣ୍ଟର ନମ୍ବର 154ରେ ସକାଳ 5ଟା ସମୟରେ କର୍ତ୍ତବ୍ୟ କରୁଥିବା ବେଳେ ହଠାତ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ଶ୍ରୀଘ୍ର ଉଦ୍ଧାର କରି ସରାୟଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ, 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର - Lok Sabha Elections 2024
ସୁପୋଲରେ ମତଦାନ : ସୁପୋଲ ଲୋକସଭା ନିର୍ବାଚନମଣ୍ଡଳୀର 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ 71 ହଜାର 284 ଭୋଟର ମତଦାନ କରିବେ । ଏଥିରେ 36 ହଜାର 349 ଯୁବକ ଏବଂ 32 ହଜାର 736 ଯୁବତୀ ସାମିଲ ହୋଇଛନ୍ତି । ଯାଦବ ଭୋଟରଙ୍କ ସଂଖ୍ୟା ସୁପୋଲ ଲୋକସଭା ଆସନରେ ସର୍ବାଧିକ ରହିଛି । ଏହାପରେ ରହିଛି ମୁସଲିମ ଭୋଟର । ଚଳିତ ଲୋକସଭା ନିର୍ବାଚନରେ ଏନଡିଏ ସହିତ ଇଣ୍ଡିଆ ମେଣ୍ଟର ଟକ୍କର ଚାଲିଛି । ପ୍ରକାଶଥାଉକି, ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ଜଣେ ସହକାରୀ ପ୍ରିଜାଇଡିଂ ଅଫିସର (APRO)ଙ୍କ ମୃତ୍ୟୁ ହୋଇଖିଲା । ସେ ଡ୍ୟୁଟିରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ରକ୍ତଚାପ ହ୍ରାସ ପାଇବା ପରେ ତାଙ୍କୁ ତୁରନ୍ତ ଚିଲ୍ଲାକେରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ