ଓଡିଶା

odisha

ETV Bharat / bharat

ସଲମାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣା, ମହାରାଷ୍ଟ୍ରର ଗୃହ ମନ୍ତ୍ରାଳୟ ଅକ୍ଷମ କହିଲେ ସୁପ୍ରିୟା ସୁଲେ - Firing Issue - FIRING ISSUE

Firing Outside Salman's House: ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଆଗରେ ଗୁଳିମାଡ଼ ଘଟଣା । ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଲେ ବିରୋଧୀ । ଅଧିକ ପଢନ୍ତୁ

Firing Issue
Firing Issue

By ETV Bharat Odisha Team

Published : Apr 14, 2024, 7:44 PM IST

ମୁମ୍ବାଇ:ସୁପରଷ୍ଟାର ସଲମାନ ଖାନଙ୍କ ଆପାର୍ଟମେଣ୍ଟ ଆଗରେ ଗୁଳିମାଡ଼ ଘଟଣା । ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଲେ ବିରୋଧୀ । ଏନେଇ ସାଂସଦ ସୁପ୍ରିୟା ସୁଲେଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ କହିଛନ୍ତି, ଏଭଳି ଘଟଣା ପାଇଁ ମହାରାଷ୍ଟ୍ର ସରକାର ହିଁ ଦାୟୀ । ଗୃହମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସେ ଟାର୍ଗେଟ୍ କରି କହିଛନ୍ତି, "ମହାରାଷ୍ଟ୍ରର ଗୃହ ମନ୍ତ୍ରାଳୟ ଅକ୍ଷମ ।" ସେପଟେ ଏନସିପି ନେତା ଶରତ ପାୱାର ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ଯେଉଁଭଳି ଭାବେ ଫାୟାରିଂ ହେଲା ତାହା ଦୁର୍ଭାଗ୍ୟଜନକ । କାରଣ ସଲମାନ ଖାନ ସେହି ସ୍ଥାନର ମାତ୍ର କିଛି ଦୂରରେ ହିଁ ରହନ୍ତି । ଏପରିକି ସେହି ଅଞ୍ଚଳରେ ବରିଷ୍ଠ ନାଗରିକମାନେ ଯିବା ଆସିବା କରନ୍ତି । ସେହିପରି ପରିବାର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ସେହି ରାସ୍ତା ଦେଇ ଯିବା ଆସିବା କରନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ, ଏଭଳି ସମ୍ବେଦନଶୀଳ ଘଟଣା ପାଇଁ କିଏ ଦାୟୀ ରହିବ ? ଏହା ହେଉଛି ଗୃହ ମନ୍ତ୍ରାଳୟର ବିଫଳତା ।"

ଏହା ମଧ୍ୟ ପଢନ୍ତୁ...ଭାଇଜାନଙ୍କ ଘର ବାହାରେ ଗୁଳିମାଡ଼; ଜବତ ହେଲା ଦୁବୃର୍ତ୍ତର ବାଇକ - Salman Khan

ସୂଚନା ଅନୁସାରେ, ଆଜି ଭୋର ସମୟରେ ବାନ୍ଦ୍ରା ଘର ବାହାରେ ୪ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଦୁଇ ଜଣ ବ୍ୟକ୍ତି ଦ୍ରୁତ ଗତିରେ ବାଇକରେ ଆସି ଏହି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମୁମ୍ବାଇ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ବାଇକ ଜବତ କରିଛି ପୋଲିସ । ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି ପୋଲିସ।ମୁମ୍ବାଇ ଡିସିପିଙ୍କ ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା ସମୟରେ ୨ ଜଣ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିଲେ । ତେବେ ଏହି ଗୁଳିକାଣ୍ଡରେ କେହି ଆହତ ହୋଇନାହାନ୍ତି । ହେଲେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।

ABOUT THE AUTHOR

...view details