ହାଇଦ୍ରାବାଦ:ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଦର୍ଶନ ସେତୁର ଉଦଘାଟନ କଲେ ମୋଦି । ଏହା ଦେଶର ସବୁଠୁ ଦୀର୍ଘତମ କେବୁଲ ବ୍ରିଜ୍ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ । ଏହାସହ ଦ୍ବାରକା ମନ୍ଦିରରେ ପହଞ୍ଚି ସେ ପୂଜାର୍ଚ୍ଚନା କରିଛନ୍ତି । ଯାହାକି ଓଖାରୁ ବେଟ୍ ଦ୍ବାରକାକୁ ସଂଯୋଗ କରିବ । ଏହାସହ ରାଜକୋଟ ସ୍ଥିତ ଏମ୍ସ (AIIMS) ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 52ହଜାର 250 କୋଟି ଟଙ୍କା ପ୍ରକଳ୍ପର ଭେଟି ପାଇବେ ଗୁଜୁରାଟବାସୀ । ଏହାପରେ 1 ହଜାର 056 କୋଟି ଟଙ୍କାର ରେଲୱେ ପ୍ରକଳ୍ପର ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଯାହା ଦ୍ବାରା ବହୁ ଲୋକେ ଉପକୃତ ହେବେ ବୋଲି ଆଶା ରହିଛି ।
ତେବେ ଗୁଜୁରାଟର ଏହି ସିଗ୍ନେଚର ବ୍ରିଜ କାରଣରୁ ବାର୍ଷିକ ପ୍ରାୟ 65 ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ ବୋଲି କୁହାଯାଇଛି । ଆସନ୍ତାକାଲିଠୁ ଏହାକୁ ବ୍ୟବହାର କରିପାରିବେ ଲୋକେ । ସିଗ୍ନେଚର ବ୍ରିଜକୁ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଏ । ଆଜି ନିଜର ଡ୍ରିମ ପ୍ରୋଜେକ୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସିଗ୍ନେଚର ବ୍ରିଜର ଲମ୍ବ 2 ହଜାର 320 ମିଟର ରହିଛି । 4 ଲେନ୍ ବିଶିଷ୍ଟ ଏହି ସେତୁ 27.20 ମିଟର ଚଉଡ଼ା ହୋଇଥିବାବେଳେ ଦୁଇ ପାର୍ଶ୍ବରେ 2.50 ମିଟର ଚଉଡା ବିଶିଷ୍ଟ ଫୁଟପାଥ୍ ରହିଛି । ଏହାସହ ବ୍ରିଜର 12ଟି ସ୍ଥାନରେ ଗ୍ୟାଲେରୀର ବ୍ୟବସ୍ଥା ରହିଛି । ଏଠାରେ ଥିବା ଫୁଟପାଥରେ ସୋଲାର ପ୍ୟାନେଲ ମଧ୍ୟ ଲାଗିଛି।