ଓଡିଶା

odisha

ETV Bharat / bharat

ମଣିଶଙ୍କର ଆୟରଙ୍କୁ ମୋଦିଙ୍କ ଟାର୍ଗେଟ; 'କଂଗ୍ରେସ ନିଜ ଦେଶବାସୀଙ୍କୁ ଭୟଭୀତ କରିବା ଲାଗି ବାଟ ଖୋଜୁଛି' - PM Modi attacks Mani Shankar Aiyar - PM MODI ATTACKS MANI SHANKAR AIYAR

PM MODI ATTACKS MANI SHANKAR AIYAR: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟରଙ୍କ 'ପାକିସ୍ତାନକୁ ସମ୍ମାନ କର' ମନ୍ତବ୍ୟ ଉପରେ ମୋଦିଙ୍କ ଟାର୍ଗେଟ । କହିଲେ 'କଂଗ୍ରେସ ନିଜ ଦେଶବାସୀଙ୍କୁ ଭୟଭୀତ କରିବା ଲାଗି ବାଟ ଖୋଜୁଛି' । ଅଧିକ ପଢନ୍ତୁ

PM MODI
PM MODI (ETV Bharat Odisha)

By ANI

Published : May 11, 2024, 5:37 PM IST

ଫୁଲବାଣୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟରଙ୍କ 'ପାକିସ୍ତାନକୁ ସମ୍ମାନ କର' ମନ୍ତବ୍ୟକୁ ନେଇ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଜ ଦେଶବାସୀଙ୍କୁ ଭୟଭୀତ କରିବା ଲାଗି ବାଟ ଖୋଜୁଛି । 'ୟେ ମରେ ପଡେ ଲୋଗ୍‌, ଦେଶ କେ ମନ କୋ ଭି ମାର ରହେ ହେଁ' । ଆଜି (ଶନିବାର) କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ମୋଦି ଏପରି କହିଛନ୍ତି ।

ଗତ ଏପ୍ରିଲ 15 ତାରିଖରେ ଏକ ସାକ୍ଷାତକାର ଦେଇ ମଣିଶଙ୍କର ଆୟର କହିଥିଲେ, "ପାକିସ୍ତାନ ଏଭଳି ଏକ ଦେଶ, ଯାହାକୁ ଭାରତ ସମ୍ମାନ ଦେବା ଉଚିତ । ଆପଣ ହାତରେ ବନ୍ଧୁକ ଧରି ବୁଲିଲେ ଏହାର ସମାଧାନ କିଛି ହେବ ନାହିଁ । ପାକିସ୍ତାନ ନିକଟରେ ପରମାଣୁ ବୋମା ରହିଛି ।" ମଣିଶଙ୍କରଙ୍କ ଏହି ବିବାଦୀୟ ବୟାନକୁ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, "ବାରମ୍ବାର କଂଗ୍ରେସ ନିଜ ଦେଶବାସୀଙ୍କୁ ଭୟଭୀତ କରାଉଛି । ସେମାନେ କହୁଛନ୍ତି ଦେଖିଚାହିଁ କଥାବାର୍ତ୍ତା କର, କାରଣ ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି । ଏଭଳି ଅସହାୟ ଲୋକ ଦେଶର ମନକୁ ବି ମାରୁଛନ୍ତି । "

ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥାକୁ ଟାର୍ଗେଟ କରି ମୋଦି କହିଛନ୍ତି, "ସେମାନେ (କଂଗ୍ରେସ) ପାକିସ୍ତାନର ବୋମା ବିଷୟରେ କହୁଛନ୍ତି, କିନ୍ତୁ ପାକିସ୍ତାନର ସ୍ଥିତି ଏପରି ଯେ ସେମାନେ ତାହାକୁ କେଉଁଠି ରଖିବେ ଜାଣିପାରୁନାହାନ୍ତି । ସେମାନେ ସେହି ବୋମାଗୁଡ଼ିକୁ ବିକ୍ରି କରିବାକୁ ମଧ୍ୟ ଚାହୁଁଛନ୍ତି, ହେଲେ କିଣିବାକୁ କେହି ବି ରାଜି ନାହାନ୍ତି । କାରଣ ସମସ୍ତେ ବୋମାର ଖରାପ କ୍ବାଲିଟି ସମ୍ପର୍କରେ ଅବଗତ ଅଛନ୍ତି ।"

ଏହା ବି ପଢନ୍ତୁ- ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ତେଣୁ ତା'ର ସମ୍ମାନ କର: ମଣିଶଙ୍କର ଆୟର

କଂଗ୍ରେସ ଉପରେ ବର୍ଷି ମୋଦି ଆହୁରି କହିଛନ୍ତି, "କଂଗ୍ରେସର ଏଭଳି ବିଚାରଧାରା ଯୋଗୁଁ ଜମ୍ମୁକାଶ୍ମୀରର ଲୋକେ ଗତ 60ବର୍ଷ ଧରି ଆତଙ୍କବାଦର ସମ୍ମୁଖୀନ ହୋଇଥିଲେ । ଦେଶ କେବେ ଭୁଲିବ ନାହିଁ ଯେ ସେମାନେ (କଂଗ୍ରେସ) ଆତଙ୍କବାଦ ସଂଗଠନ ସହିତ ଆଲୋଚନା କରିଥାନ୍ତି । 26/11 ଆକ୍ରମଣ ପରେ ସେମାନେ ଆତଙ୍କବାଦୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଚାହୁଁନଥିଲେ, କାରଣ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କର ସାହାସ ନଥିଲା । ଇଣ୍ଡିଆ ମେଣ୍ଟର ସଦସ୍ୟ ଭାବୁଥିଲେ ଯେ ସେମାନଙ୍କର ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବ । ଏନଡିଏ 400 ଆସନ ପାର୍‌ କରିବା ନେଇ ଦେଶବାସୀ ମନସ୍ଥ କରିାସାରିଥିବା ବେଳେ କଂଗ୍ରେସକୁ 50 ଆସନ ବି ମିଳିବ ନାହିଁ ।"

ABOUT THE AUTHOR

...view details