ହାଇଦ୍ରାବାଦ:ପାକିସ୍ତାନ ଝିଅକୁ ଦିଲ୍ଲୀରୁ ମିଳିଲା ଦିଲ୍ । ଚେନ୍ନାଇରେ ହେଲା ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ହୃଦୟର ନିକଟତର ବୋଲି ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଯୁବତୀର ନାମ ଆୟେଶା ରଶନ । ଚେନ୍ନାଇର ଏମଜିଏମ ହେଲ୍ଥ କେୟାରରେ ତାଙ୍କର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ, କରାଚିରେ ରହୁଥିବା 19 ବର୍ଷୀୟ ଯୁବତୀ ଅସୁସ୍ଥତା କାରଣରୁ ହାର୍ଟରେ ସମସ୍ୟା(ହୃଦଘାତ) ଦେଖାଯାଇଥିଲା । ତେବେ ଏନେଇ ପରିବାର ଲୋକେ ଅନେକ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ କୁହାଯାଇଥିଲା । ବର୍ତ୍ତମାନ ସେ ଭାରତରେ ମାଗଣାରେ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି । ଏହାପରେ ସେ ଏକ ନୂଆ ଜୀବନ ପାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ହୃଦଘାତ ପରେ ଆୟେଶା ରଶନଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ତାଙ୍କର ହାର୍ଟ ବଲ୍ବରେ ଲିକେଜ ହୋଇଥିଲା । ଏହି କାରଣରୁ ତାଙ୍କୁ ଟ୍ରାନ୍ସପ୍ଲାଣ୍ଟ କରିବାର ଆବଶ୍ୟକତା ରହିଥିଲା । ତେବେ ଟ୍ରାନ୍ସପ୍ଲାଣ୍ଟ ସଫଳ ହେବା ପରେ ଆୟେଶାଙ୍କ ପରିବାର ଲୋକେ ଚେନ୍ନାଇର ଏମଜିଏମ ହେଲଥ କେୟାର ଏବଂ ମେଡିକାଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଆୟେଶାଙ୍କର ଅବସ୍ଥାରେ ସୁଧାର ଆସୁଥିବା ବେଳେ ସେ ଖୁବଶୀଘ୍ର କରାଚି ଫେରିବେ ।