ହାଇଦ୍ରାବାଦ:ପଶ୍ଚିମ-ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
- ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା:-
ଶୁଭେଚ୍ଛା ଟ୍ବିଟରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି,‘‘ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂଆଁଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର । ଏହି ପର୍ବ ସଭିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।’’
- ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା:-
‘‘ନୂଆଖାଇ ହୁହାର । ନୁଆଖାଇର ବିଶେଷ ଉତ୍ସବରେ ମୋର ଶୁଭେଚ୍ଛା । ଆମେ ଆମର ପରିଶ୍ରମୀ କୃଷକମାନଙ୍କୁ କୃତଜ୍ଞତା ଜଣାଉଛୁ ଏବଂ ଆମ ସମାଜ ପାଇଁ ସେମାନଙ୍କର ଉଦ୍ୟମ ପ୍ରଶଂସନୀୟ । ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ମିଳୁ ।’’
- ମୁଖ୍ୟମନ୍ତ୍ରୀ ମୋହନଙ୍କ ଶୁଭେଚ୍ଛା:-
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି,‘‘ପଶ୍ଚିମ-ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ମା' ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରୁଛି ।’’
- ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା ବାର୍ତ୍ତା:-
କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ ସମ୍ବଲପୁରୀ ଭାଷାରେ ଲେଖିଛନ୍ତି,‘‘ଆମର୍ ରାଏଜ୍ ର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍ବାସୀ କୁଁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ । ଆମର୍ ବଡ୍ଖା ତିହାର୍ ‘ନୂଆଁଖାଇ’ ର୍ ଇ ଶୁଭ୍ ଅବସର୍ ନେ ସମ୍କର୍ ସୁସ୍ୱାସ୍ଥ୍ୟ, ସୁଖ୍, ସମୃଦ୍ଧି, ଆର୍ ପ୍ରଗତି ର୍ ଲାଗି ମାଁ ସମ୍ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର୍ ଠାନେ ଗୁହାରି କରୁଛେଁ । ’’
- ନବୀନଙ୍କ ଶୁଭେଚ୍ଛା:-