ନୂଆଦିଲ୍ଲୀ:ଦେଶରେ ଜାତି ଭିତ୍ତିକ ଗଣନା ନେଇ ଜାରି ରହିଛି ରାଜନୀତି । ଏହାରି ମଧ୍ୟରେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଛୁଆ ବର୍ଗର ନୁହେଁ, ବରଂ ସାଧାରଣ ବର୍ଗର ବୋଲି ଏକ ଜନସଭାରେ କହିଥିଲେ ରାହୁଲ ଗାନ୍ଧୀ । ଏହାପରେ ଆଜି (ଶୁକ୍ରବାର) ସ୍ପଷ୍ଟୀକରଣ ରଖିଛନ୍ତି ଜାତୀୟ ପଛୁଆ ଶ୍ରେଣୀ ଆୟୋଗ (NCBC) । ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋଧ ଘାଞ୍ଚି ଜାତି ପଛୁଆ ବର୍ଗର ଅନ୍ତର୍ଭୁକ୍ତ ବୋଲି ଆୟୋଗ କହିଛନ୍ତି ।
ଗତ ୮ ତାରିଖରେ ଝାରସୁଗୁଡ଼ାରେ ଚାଲିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗରେ ଜନ୍ମ ହୋଇ ନାହାନ୍ତି ବରଂ ସେ ସାଧାରଣ ବର୍ଗରେ ଜନ୍ମ ହୋଇଛନ୍ତି ବୋଲି କହିଥିଲେ ରାହୁଲ । ଏନେଇ ବିବାଦ ଦେଖାଦେବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଦେଶବାସୀଙ୍କୁ ସୂଚିତ କରିଛନ୍ତି ଏନସିବିସି । ମୋଧ ଘାଞ୍ଚି ଜାତି ମଣ୍ଡଳ ତାଲିକାରେ ୯୧ (ଏ)ରେ ଅନ୍ତର୍ଭୁକ୍ତ ଏବଂ ଏହି ଜାତିକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ଗୁଜୁରାଟ ସରକାର ୨୫ ଜୁଲାଇ୧୯୯୪ରେ ଏକ ନୋଟିସ ଜାରି କରିଥିଲେ ।
ଏହା ବି ପଢନ୍ତୁ- ପ୍ରଧାନମନ୍ତ୍ରୀ ଓବିସି ନୁହନ୍ତି, ଜେନେରାଲ ବର୍ଗ: ରାହୁଲ ଗାନ୍ଧୀ