ଓଡିଶା

odisha

ETV Bharat / bharat

ଆଜି ବସିବ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ, କାହାକୁ ମିଳିବ କେଉଁ ମନ୍ତ୍ରଣାଳୟ ? - Cabinet meeting - CABINET MEETING

Cabinet meeting: ଆଜି ବସିପାରେ ମୋଦି 3.0ର କ୍ୟାବିନେଟର ପ୍ରଥମ ବୈଠକ । ବିଭାଗ ବଣ୍ଟନ ନେଇ ହୋଇ ପାରେ ଆଲୋଚନା । ଅଧିକ ପଢନ୍ତୁ

Cabinet meeting
Cabinet meeting (ETV BHARAT ODISHA)

By ETV Bharat Odisha Team

Published : Jun 10, 2024, 9:21 AM IST

ନୂଆଦିଲ୍ଲୀ: ଆଜି ବସିବ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ସନ୍ଧ୍ୟା 5ଟା ସମୟରେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ବସିବା ନେଇ ସୂଚନା ମିଳିଛି । ଗତକାଲି ଶପଥ ନେଇଥିବା 71 ଜଣ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ । ବିଭାଗ ବଣ୍ଟନ ନେଇ ହୋଇ ପାରେ ଆଲୋଚନା । କାହାକୁ କେଉଁ ମନ୍ତ୍ରଣାଳୟ ମିଳିବ ତାହା ଉପରେ ସମସ୍ତଙ୍କ ନଜର । ମୋଦିଙ୍କ କ୍ୟାବିନେଟରେ 72 ଜଣ ମନ୍ତ୍ରୀ ଥିବା ବେଳେ ତନ୍ମଧ୍ୟରୁ 30 ଜଣଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । 5ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ 36 ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରେ 27 ଜଣ ଓବିସି, 10 ଅନୁସୂଚିତ ଡାତି, 5 ଜଣ ସଂଖ୍ୟାଲଘୁ ଓ 5 ଜଣ ଜନଜାତି ରହିଛନ୍ତି । ମୋଦିଙ୍କ କ୍ୟାବିନେଟରେ 24 ରାଜ୍ୟର ସାଂସଦଙ୍କୁ ସ୍ଥାନ ମିଳିଥିବା ବେଳେ 7 ଜଣ ମହିଳା ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; 71ମନ୍ତ୍ରୀ ନେଲେ ଶପଥ, ଓଡ଼ିଶାକୁ 3 ମନ୍ତ୍ରୀପଦ - 30 Cabinet Ministers take Oath

ମୋଦି କ୍ୟାବିନେଟରେ 6 ପୂର୍ବତନ ମୁଖ୍ୟମନ୍ତ୍ରୀ:ମୋଦିଙ୍କ ମନ୍ତ୍ରୀମଣ୍ଡଳରେ 6 ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ହରିୟାଣାର ମନୋହର ଲାଲ ଖଟ୍ଟର, ଆସାମର ସର୍ବାନନ୍ଦ ସୋନଓ୍ବାଲ, କର୍ଣ୍ଣାଟକର ଏଚ୍‌ଡି କୁମାର ସ୍ବାମୀ, ଉତ୍ତରପ୍ରଦେଶର ରାଜନାଥ ସିଂ, ବିବାହରର ଜିତନ ରାମ ମାଞ୍ଝୀଙ୍କୁ ମିଳିଛି ସ୍ଥାନ ।

7 ମହିଳାଙ୍କୁ ମନ୍ତ୍ରୀ ପଦ: ନିର୍ମଳା ସୀତାରମଣ, ଅନ୍ନପୂର୍ଣ୍ଣା ଦେବୀ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର, ନିମୁବେନ ବାମ୍ଭାନିଆ, ଅନୁପ୍ରିୟା ପଟ୍ଟେଲ । ଗତ କ୍ୟାବିନେଟରେ 10 ଜଣ ମହିଳା ମନ୍ତ୍ରୀ ଥିବା ବେଳେ ଏଥର ସଂଖ୍ୟା 7କୁ ହ୍ରାସ ପାଇଛି । ଏଥର ମୋଟ 74 ମହିଳା ସାଂସଦ ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ନୂଆ-ପୂରୁଣା ଚେହେରା:ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି ଏକାଧିକ ପୁରୁଣା ଓ ନୂଆ ଚେହେରା । ଏଚଡି କୁମାର ସ୍ବାମୀ, ଚିରାଗ ପାଶ୍ବାନ ଓ ସୁରେଶ ଗୋପୀଙ୍କ ସମେତଲ 34 ଜଣ ନୂଆଁ ଚେହେରା ରହିଛନ୍ତି । ସେହିପରି ରାଜନାଥ ସିଂ, ଅମିତ ଶାହ, ଜୟଶଙ୍କର, ସୀତାରମଣ, ଗଡକରୀଙ୍କ ପରି ଅନୁଭବୀଙ୍କ ପରି 39 ଜଣ ପୂରୁଣା କେନ୍ଦ୍ରମନ୍ତ୍ରୀଙ୍କୁ କ୍ୟାବିନେଟରେ ସୁଯୋଗ ମିଳିଛି ।

ABOUT THE AUTHOR

...view details