ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ‘ଲଭଜିହାଦ’ ଅଭିଯୋଗ । ପରିଚୟ ଲୁଚାଇ ହିନ୍ଦୁ ଯୁବତୀକୁ ପ୍ରେମରେ ଫସାଇ ବିବାହ ଉଦ୍ୟମ ବେଳେ ଧରାପଡିଲା ମୁସଲିମ ଯୁବକ । ସେ ବି ପୁଣି ନିଜକୁ ଉତ୍ତର ପ୍ରଦେଶ ପୋଲିସର ଜଣେ କର୍ମଚାରୀ ଭାବେ ପରିଚୟ ଦେଇ ବିବାହ ସ୍ଥିର କରିଥିଲା । ବର ଆସି ପହଞ୍ଚଲା । କନ୍ୟା ମଧ୍ୟ ବିବାହ ମଣ୍ଡପରେ ପ୍ରସ୍ତୁତ ଥିଲା । କିଛି ସମୟ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ କୌଣସି ପ୍ରକାର ସତ ସାମ୍ନାକୁ ଆସିଛି । ବର ଭୂମିକାରେ ଥିବା ଯୁବକ ହିନ୍ଦୁ ନୁହେଁ ବରଂ ମୁସଲିମ ଓ ସେ କୌଣସି ପୋଲିସ କର୍ମଚାରୀ ନୁହେଁ ବୋଲି ଜଣାପଡିଛି । ପୋଲିସ ବରକୁ ଉକ୍ତ ମୁସଲିମ ଯୁବକକୁ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଏବେ ଉତ୍ତର ପ୍ରଦେଶର କୁଶିନଗରର ଅହୌରୋଲୀ ଥାନା କ୍ଷେତ୍ରରେ ଦେଖିବାକୁ ମିଳିଛି ।
ତେବେ ସୂଚନା ଅନୁସାରେ,କପ୍ତାନଗଞ୍ଜ ଥାନା କ୍ଷେତ୍ରର ମାଥୌଲୀ ଗ୍ରାମର ତବରେଜ ଆଲାମ ନାମକ ଏହି ମୁସଲିମ ଯୁବକ ମିଛ କହି ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା । ସେ ନିଜର ନାମ ଆର୍ଯ୍ୟନ ପ୍ରସାଦ ଓ ସେ ଉତ୍ତର ପ୍ରଦେଶ ପୋଲିସରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛି ବୋଲି ଯୁବତୀଙ୍କ ସାମ୍ନାରେ ପରିଚୟ ରଖିଥିଲା । ପ୍ରେମ ସମ୍ପର୍କ ବଢିବା ସହ ବିହାହ ପର୍ଯ୍ୟନ୍ତ କଥା ଗଲା । ଯୁବକ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଜର ପିତା ଭାବେ ପରିଚୟ କରାଇ ଯୁବତୀଙ୍କ ପରିବାର ସଦସ୍ୟଙ୍କ ସହ ବିବାହ ବାବାଦରେ କଥା ହେଲା । ରବିବାର (ଗତକାଲି) ବିବାହ ସ୍ଥିର ହୋଇଥିଲା । ଯୁବକ ଜଣକ କୌଣସି ବରଯାତ୍ରୀ କିମ୍ବା ସମ୍ପର୍କୀୟ ପରିବର୍ତ୍ତେ ଏକାକୀ ଏକ କାରରେ କନ୍ୟା ଘରେ ପହଞ୍ଚିଥିଲା । ମଣ୍ଡପରେ ବିବାହ ପ୍ରକ୍ରିୟା ଆରମ୍ଭ ହେଲା । ହେଲେ ଯୁବକ ଜଣକ ପିନ୍ଧିଥିବା କିଛି ନକଲି ଗହଣାରୁ କନ୍ୟା ପରିବାର ସଦସ୍ୟଙ୍କ ସନ୍ଦେହ ବଢିବା ପରେ ଯୁବକକୁ ପଚରା ଉଚରା କରାଯାଇଥିଲା । ଏହି ସମୟରେ ସତ ଜଣାପଡିଥିଲା ।