ଓଡିଶା

odisha

ETV Bharat / bharat

ଗଚ୍ଚିୱୋଲିରେ ଖୋଲିଲା ୧୨୧ ତମ ବ୍ରାଞ୍ଚ, MD କହିଲେ 'ସଠିକ ମାର୍ଗ ଦେଖାଏ ମାର୍ଗଦର୍ଶୀ' - NEW BRANCH OF MARGADARSI

ହାଇଦ୍ରାବାଦର ଗଚ୍ଚିୱୋଲିରେ 'ମାର୍ଗଦର୍ଶୀ'ର ୧୨୧ତମ ବ୍ରାଞ୍ଚ ଉଦଘାଟିତ । ରାମୋଜୀ ଗ୍ରୁପ ଚେୟାରମ୍ୟାନ ସିଏଚ କିରଣ ନୂଆ ଶାଖାର ଉଦଘାଟନ କରିଛନ୍ତି ।

Margadarsi Gachibowli Branch
Margadarsi Gachibowli Branch (ETV Bharat)

By ETV Bharat Odisha Team

Published : Dec 20, 2024, 10:12 PM IST

ହାଇଦ୍ରାବାଦ:ଗଚ୍ଚିୱୋଲିରେ ଖୋଲିଲା ମାର୍ଗଦର୍ଶୀର ୧୨୧ତମ ବ୍ରାଞ୍ଚ । ରାମୋଜୀ ଗ୍ରୁପର ଏହି ପ୍ରତିଷ୍ଠାନ ଆଉ ପାଦେ ଆଗେଇଛି । ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ଆର୍ଥିକ ସେବା ଯୋଗାଇ ଆସୁଥିବା 'ମାର୍ଗଦର୍ଶୀ ଚିଟଫଣ୍ଡ'ର ଆଉ ଏକ ନୂଆ ବ୍ରାଞ୍ଚ ଖୋଲିଛି ।

ଖୋଲିଲା ମାର୍ଗଦର୍ଶୀର ୧୨୧ତମ ବ୍ରାଞ୍ଚ:

ଆଜି (ଶୁକ୍ରବାର) ରାମୋଜୀ ଗ୍ରୁପ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ସିଏଚ କିରଣ ସ୍କାଏ ସିଟି ଗଚ୍ଚିୱୋଲି ସ୍ଥିତ 'ମାର୍ଗଦର୍ଶୀ ଚିଟଫଣ୍ଡ'ର ଏହି ନୂଆ ଶାଖାକୁ ଉଦଘାଟନ କରିଛନ୍ତି । ଏହାସହ ପ୍ରଥମ ଗ୍ରାହକ ହୋଇଥିବା ଦମ୍ପତିଙ୍କୁ ସେ ଏକ ଚିଟ୍ ପ୍ରଦାନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । 'ମାର୍ଗଦର୍ଶୀ ଚିଟଫଣ୍ଡ'ର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣଙ୍କ ସମେତ ରାମୋଜୀ ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ, ଇଟିଭି ଭାରତର ନିର୍ଦ୍ଦେଶିକା ବୃହତି, ଇନାଡୁ ଆନ୍ଧ୍ରପ୍ରଦେଶର ସମ୍ପାଦକ ଏମ ନାଗେଶ୍ବର ରାଓଙ୍କ ସମେତ ରାମୋଜୀ ରାଓଙ୍କ ନାତି ସୁଜୟ ଏବଂ ଇଟିଭିର ସିଇଓ ବାପିନେଡୁ ସାମିଲ ଥିଲେ । ଏହାସହ ଇନାଡୁ ତେଲେଙ୍ଗାନାର ସମ୍ପାଦକ ଡିଏନ ପ୍ରସାଦ, ଇନାଡୁ ଆନ୍ଧ୍ରପ୍ରଦେଶ ସମ୍ପାଦକ ଏମ ନାଗେଶ୍ବର ରାଓ ଏବଂ ମାର୍ଗଦର୍ଶୀ ସିଇଓ ସତ୍ୟନାରାୟଣଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Margadarsi Gachibowli Branch (ETV Bharat)

ଗ୍ରାହକଙ୍କ ସେବା ପ୍ରତି ପ୍ରତିବଦ୍ଧତା:

ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ରାମୋଜୀ ଗ୍ରୁପ ଚେୟାରମ୍ୟାନ ସିଏଚ କିରଣ କହିଛନ୍ତି, "ମାର୍ଗଦର୍ଶୀ ସବୁ ସମୟରେ ଗ୍ରାହକଙ୍କ ସାଥୀରେ ରହିଆସିଛି । ଆଉ ସେମାନଙ୍କ ସ୍ବପ୍ନ ସାକାର କରିବାରେ ସହାୟକ ହୋଇଛି । ସବୁ ଆବଶ୍ୟକତା ପୂରଣ କରିବା ସହ ନିରନ୍ତର ଭାବେ ୬୦ ବର୍ଷ ଧରି ଭରସାଯୋଗ୍ୟ ସେବା ଯୋଗାଇଆସୁଛି।" ଏହାସହ 'ମାର୍ଗଦର୍ଶୀ ଚିଟଫଣ୍ଡ'ର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, "ଶୈଳଜା କମ୍ପାନୀର ଅଭିବୃଦ୍ଧି ପାଇଁ ବଦ୍ଧପରିକର । କମ୍ପାନୀର ମିଶନକୁ ଆଗକୁ ବଢାଇବାକୁ ସେ ପ୍ରକ୍ରିୟା ଜାରି ରଖିଛନ୍ତି ।"

Margadarsi Gachibowli Branch (ETV Bharat)

ଏହା ବି ପଢନ୍ତୁ...କେଙ୍ଗେରୀ ଓ ହସୁରରେ ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡର ନୂଆ ଶାଖା - MARGADARSI CHIT FUND HOSUR

କମ୍ପାନୀର ସଫଳତା ବଖାଣିଲେ ଶୈଳଜା କିରଣ:

'ମାର୍ଗଦର୍ଶୀ'ର ପରିଚାଳନା ନିର୍ଦ୍ଦେଶିକା ଶୈଳଜା କିରଣ ମଧ୍ୟ କମ୍ପାନୀର ସଫଳତା ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଛୋଟ୍ ଚିଟରୁ ଆରମ୍ଭ କରି ବର୍ତ୍ତମାନ ଆମେ ୨-୩କୋଟି ଟଙ୍କା ଯାଏଁ ନିବେଶ ହେଉଥିବା ଦେଖିଆସୁଛୁ । ଗ୍ରାହକ ଆମ ଉପରେ ଭରସା କରୁଛନ୍ତି । କାରଣ ଆମେ ତାଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ ପ୍ରଦାନ କରୁ ।"

ନିଜର ବିଶ୍ବସନୀୟତା ପାଇଁ ମାର୍ଗଦର୍ଶୀ ଚିଟଫଣ୍ଟ ସଂସ୍ଥା ମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି । ଆଉ ୧୨୧ ତମ ଶାଖା ଉଦଘାଟନ ହୋଇଛି ।

'ମାର୍ଗଦର୍ଶୀ' ବିଷୟରେ:

Margadarsi Gachibowli Branch (ETV Bharat)

୧୯୬୨ ମସିହା ଅକ୍ଟୋବରରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦ୍ବାରା ମାର୍ଗଦର୍ଶୀ ଚିଟଫଣ୍ଡର ସ୍ଥାପନା ହୋଇଥିଲା । ଦୂରଦୃଷ୍ଟି ଏବଂ ସମନ୍ବିତ କାର୍ଯ୍ୟ ଦକ୍ଷତା ପାଇଁ ସଂସ୍ଥା ଗତ ୬ ଦଶନ୍ଧି ମଧ୍ୟରେ ବହୁ ମାଇଲଖୁଣ୍ଟ ଅତିକ୍ରମ କରିଲାଣି । ଏବେ କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକରେ ଏହାର ଶାଖା ଥିବାବେଳେ ହାଇଦ୍ରାବାଦରେ ପୁଣି ଏକ ଶାଖା ଖୋଲିଛି ।

ଏହା ବି ପଢନ୍ତୁ...ରାମୋଜୀ ରାଓଙ୍କ ଜନ୍ମ ବାର୍ଷିକୀରେ 3 ନୂଆ ଶାଖା ଖୋଲିଲା ମାର୍ଗଦର୍ଶୀ ଚିଟଫଣ୍ଡ

ଏହା ବି ପଢନ୍ତୁ...କର୍ଣ୍ଣାଟକ ଚିକ୍କାବାଲାପୁରରେ ଖୋଲିଲା 'ମାର୍ଗଦର୍ଶୀ ଚିଟଫଣ୍ଡ'ର ୧୧୫ତମ ଶାଖା

ABOUT THE AUTHOR

...view details