ହାଇଦ୍ରାବାଦ: ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ 88ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ‘ମାର୍ଗଦର୍ଶୀ ଚିଟଫଣ୍ଡ’ ତେଲେଙ୍ଗାନାରେ ତିନୋଟି ନୂତନ ଶାଖା ଖୋଲିଛି । ଏହି ନୂତନ ଶାଖାଗୁଡ଼ିକ ବାନାପର୍ଥୀ, ଶମଶାବାଦ ଏବଂ ହାସ୍ତିନାପୁରମରେ ଶୁଭାରମ୍ଭ ହୋଇଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା (ଏମଡି) ଶୈଲଜା କିରଣ ଭର୍ଚ୍ଚୁଆଲି ଏହି ଶାଖାଗୁଡିକୁ ଶୁଭାରମ୍ଭ କରିଥିଲେ । ଗତ ଛ’ ଦଶନ୍ଧି ଧରି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଲକ୍ଷାଧିକ ଗ୍ରହକଙ୍କୁ ଆର୍ଥିକ ସେବା ପ୍ରଦାନ କରି ଆସୁଥିବା ‘ମାର୍ଗଦର୍ଶୀ ଚିଟଫଣ୍ଡ’ ନେଟୱାର୍କ ଏହି ତିନୋଟି ଶାଖାକୁ ମିଶାଇ ସମଗ୍ର ଦକ୍ଷିଣ ଭାରତରେ 118 ଶାଖାରେ ପହଞ୍ଚିଛି ।
- ପରିଚାଳନା ନିର୍ଦ୍ଦେଶିକା ଶୌଳଜା କିରଣ କଲେ ଶୁଭାରମ୍ଭ:-
ଗତକାଲି (ଶନିବାର) ପୂର୍ବାହ୍ନରେ ତେଲେଙ୍ଗାନାର ବାନାପର୍ଥୀରେ ସଂସ୍ଥାର 116ତମ ଶାଖା ଉଦ୍ଘାଟିତ ହୋଇଥିଲା । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରୁ ଭର୍ଚୁଆଲ୍ ସମ୍ବୋଧନ ମାଧ୍ୟମରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶୌଳଜା କିରଣ ଏହି ନୂତନ ଶାଖାର ଉଦଘାଟନ ସହ ସଂସ୍ଥାରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଥିଲେ । ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମଧୁସୂଦନ, ଉପସଭାପତି ବଳରାମ କୃଷ୍ଣ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନୀ ସମାରୋହର ଶୁଭାରମ୍ଭ କରିଥିଲେ ।
- ତେଲେଙ୍ଗାନାରେ ଖୋଲିଲା 3 ନୂଆ ଶାଖା;-
ପରେ ସଂଧ୍ୟାରେ ଏମ.ଡି ଶୈଳଜା କିରଣ ରଙ୍ଗାରେଡ୍ଡୀ ଜିଲ୍ଲାର ଶମଶାବାଦ ମଣ୍ଡଳର ରାଲାଗୁଡାରେ ସଂସ୍ଥାର 117ତମ ଶାଖା ଉଦ୍ଘାଟନ କରିଥିଲେ । ଉପ-ସଭାପତି ରାଜାଜୀଙ୍କ ସହ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାରାୟଣ ଏବଂ ଶାଖା ପରିଚାଳକ ଅରୁଣ କୁମାର ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନୀ ସମାରୋହକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହାପରେ ଏମ.ଡି ଶୈଳଜା କିରଣଙ୍କ ଦ୍ବାରା ରଙ୍ଗାରଡ୍ଡୀ ଜିଲ୍ଲାର ହସ୍ତିନାପୁରମରେ ସଂସ୍ଥାର 118ତମ ଶାଖା ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶୀ ଚିଟଫଣ୍ଡର ନିର୍ଦ୍ଦେଶକ ଭେଙ୍କଟାସ୍ୱାମୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।