ଓଡିଶା

odisha

ETV Bharat / bharat

ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲା ଜୀବନ

ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ମରଣାନ୍ତକ ଆକ୍ରମଣ । ସ୍ବର୍ଣ୍ଣମନ୍ଦିର ବାହାରେ ଗୁଳିମାଡ କଲା ଦୁର୍ବୃତ୍ତ ।

sukhbir badal
sukhbir badal (Etv Bharat)

By ETV Bharat Odisha Team

Published : 20 hours ago

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ । ପଞ୍ଜାବ ଅମୃତ ସହରର ସ୍ବର୍ଣ୍ଣମନ୍ଦିରରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ ହୋଇଛି । ଏହି ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁଖବୀର । ସେପଟେ ଗୁଳି ଚଳାଇଥିବା ବ୍ୟକ୍ତି କାବୁ କରିନେଲେ ସେଠାରେ ଉପସ୍ଥିତ ଲୋକେ ।

ସ୍ବର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି:

ଆଜି ସ୍ବର୍ଣ୍ଣ ମନ୍ଦିର ବାହାରେ ଫୁଟିଛି ଗୁଳି । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂଙ୍କ ଉପରକୁ ଗୁଳିମାଡ କରିଥିଲା ଦୁର୍ବୃତ୍ତ । ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଗୁଳିମାଡ କରିଥିବା ବ୍ୟକ୍ତିର ପରିଚୟ ମିଳିଛି । ବ୍ୟକ୍ତି ଜଣକ ହେଲେ ନାରାୟଣ ସିଂ ଚଉରା । ଗୁଳିମାଡ ଦେଖିକି ତୁରନ୍ତ ସେଠାରେ ଉପସ୍ଥିତ ଲୋକେ ନାରାୟଣଙ୍କୁ କାବୁ କରିନେଇଥିଲେ । ତା ହାତରୁ ପିସ୍ତଲ ଛଡାଇ ନେଇଥିଲେ ।

ଗୁଳିମାଡରୁ ଅଳ୍ପକେ ବର୍ତ୍ତିଲେ ସୁଖବୀର:

ଏହି ଗୁଳିମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିରୋମଣି ଅକାଳି ଦଳର ସୁପ୍ରିମୋ ସୁଖବୀର । ଏହି ଗୁଳିମାଡରେ ତାଙ୍କର କିଛି କ୍ଷତି ହୋଇନଥିବା କହିଛନ୍ତି ଏଡିସିପି ହରପାଲ ସିଂହ । ସେ ଆହୁରି କହିଛନ୍ତି, ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି । ସୁଟର ମନ୍ଦ ଉଦ୍ଦେଶ୍ୟ ରଖି ଗୁଳିଚାଳନା କରିଥିଲା ହେଲେ ସେ ତାହା ଯୋଜନାରେ ସଫଳ ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ:

ଶୁଭକାମନା ଜଣାଇବା ବାହାନାରେ ଗୁଳିମାଡ଼, ଟଳିପଡ଼ିଲେ ନବନିର୍ବାଚିତ ସରପଞ୍ଚ

ରାମ ରହିମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ହତ୍ୟା ମାମଲାରେ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ - Ram Rahim

ସୁଖବୀରଙ୍କୁ କାହିଁକି ମିଳିଥିଲା ଦଣ୍ଡ ?

2007ରୁ 2017 ମଧ୍ୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦଣ୍ଡ ସ୍ବରୂପ ତାଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଶୌଚାଳୟ, ବାସନ, ଜୋତା ସଫା କରିବାକୁ କୁହାଯାଇଛି । ହେଲେ ଅସୁସ୍ଥତା କାରଣରୁ ସେ ସ୍ବର୍ଣ୍ଣ ମନ୍ଦିର ଫାଟକ ସମ୍ମୁଖରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟ କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details