ବେଙ୍ଗାଲୁରୁ: ମାଟ୍ରିମୋନି ସାଇଡରୁ ବର ଖୋଜୁଛନ୍ତି କି ? ଯଦି ଖୋଜୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଫେକ ଆଇଡି ଖୋଲି ବିବାହର ପ୍ରଲୋଭନ ଦେଖାଇ ଠକୁଛନ୍ତି ଠକ । ଟଙ୍କା ଠକି ନେଇ ଆଉ ଧରାଛୁଆଁ ଦେଉନାହାନ୍ତି । ଜଣେ କି ଦୁଇ ଜଣ ନୁହଁ ବରଂ 250 ଜଣ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଛନ୍ତି ଜଣେ ଯୁବକ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ । ବିବାହର ପ୍ରତିଶ୍ରୁୃତି ଦେଇ ଠକେଇ ଓ ଟଙ୍କା ଠକି ନେବା ଅଭିଯୋଗରେ ଯୁବକ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ହେଉଛି ରାଜସ୍ଥାନର ନରେଶ ପୁରୀ ଗୋସ୍ବାମୀ ।
ଫେକ ଆକାଉଣ୍ଟ ଖୋଲି ଠକେଇ:ନରେଶ ପୁରୀ ଗୋସ୍ବାମୀ ବେଙ୍ଗାଲୁରୁର ଏକ କପଡା ଦୋକାନରେ କାମ କରେ । ସେ ତାର ନାମ ପରିବର୍ତ୍ତନ କରି ପଓ୍ବନ ଅଗ୍ରଓ୍ବାଲ ନାମରେ ମାଟ୍ରିମୋନିରେ ଏକ ଆକାଉଣ୍ଟ ଖୋଲିଥିଲା ଓ ନିଜକୁ ଏୟାରପୋର୍ଟରେ ଜଣେ କଷ୍ଟମ ଅଫିସର ବୋଲି ପରିଚୟ ଦେଉଥିଲା । ମାଟ୍ରିମୋନିରେ କୋଏମ୍ବାଟୁରର ଜଣେ ଛାଡପତ୍ର ପାଇଥିବା ମହିଳାଙ୍କ ସହ କଥା ହୋଇଥିଲେ । ଏହାପରେ ବିବାହ ବିଷଯରେ କଥା ହେବାକୁ ତାଙ୍କ ଅଭିଭାବକଙ୍କୁ ଜାନୁଆରୀ 14 ତାରିଖରେ ବେଙ୍ଗାଲୁରୁ ଡକାଇଥିଲା ଠକ । ଏହାପରେ ବେଙ୍ଗାଲୁରୁରେ ଦେଖା କରିବା ପରେ ମହିଳାଙ୍କ ବାପା ଓ ମାଆଙ୍କୁ ପର୍ସ ଆଣିବାକୁ ଭୁଲିଯାଇଥିବା କହି ଟିକେଟ କରିବାକୁ ଟଙ୍କା ମାଗିଥିଲା । ବିଶ୍ବାସ ଜମାଇବା ପରେ 10 ହଜାର ଟଙ୍କା ଧରି ଘରକୁ ଯିବା ପରେ ଆଉ ଧରାଛୁଆଁ ଦେଇନଥିଲା । ଏନେଇ ମହିଳାଙ୍କ ବାପା ମାଆ ଥାନାରେ ଅଭିଯୋଗ କରିଥିଲେ । ରେଲଓ୍ବେ ପୋଲିସ ଏକ ମମାଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।
ଏହା ମଧ୍ୟ ପଢନ୍ତୁ-ନକଲି ଡାକ୍ତର ରମେଶ ସ୍ବାଇଁର ଫିଟୁଛି ଗୁମର, ମାଟ୍ରିମୋନିଆଲ ସାଇଟକୁ ପୋଲିସର ଚିଠି