ପ୍ରୟାଗରାଜ (ଉତ୍ତରପ୍ରଦେଶ):ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତ୍ରିବେଣୀ ସଙ୍ଗମରେ ରାଷ୍ଟ୍ରପତି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବୁଡ଼ ପକାଇଛନ୍ତି । ଶ୍ବେତ ବର୍ଣ୍ଣର ପୋଷାକ ପରିଧାନ କରି ରାଷ୍ଟ୍ରପତି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ମନ୍ତ୍ର ଉଚ୍ଚାରଣ କରିଥିଲେ । ସାଙ୍ଗରେ ତାଙ୍କର ଝିଅ ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଛନ୍ତି ।
- ବିମାନ ବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ
ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନା ସ୍ବତନ୍ତ୍ର ବିମାନରେ ପ୍ରୟାଗରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଟୋକଲ୍ ଅନୁସାରେ ରାଜ୍ଯପାଳ ଆନନ୍ଦିବେନ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିମାନ ବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ସେଠାରୁ ସିଧା ରାଷ୍ଟ୍ରପତିଙ୍କ କାରକେଡ୍ ମହାକୁମ୍ଭ ସ୍ଥଳ ତ୍ରିବେଣୀ ସଙ୍ଗମ ‘ସଙ୍ଗମ ନୋଜ’ ପହଞ୍ଚିଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଧ୍ୟାତ୍ମିକତାର ମହାକୁମ୍ଭରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମଧ୍ୟ ସ୍ନାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- |