ହାଇଦ୍ରାବାଦ:ଆଜି (ଏପ୍ରିଲ 19) ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସର୍ବାଧିକ ୩୯ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଯାହା ପାଇଁ ତାମିଲନାଡ଼ୁରେ ବର୍ତ୍ତମାନ ମତଦାନ ପାଇଁ ବୁଥରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଅନେକ ନେତାଙ୍କଠାରୁ ଆରମ୍ଭ କରି ସାଉଥ ସେଲିବ୍ରିଟି ମଧ୍ୟ ଭୋଟିଂ ପାଇଂ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତା ଧନୁଷ, ଅଜିତ କୁମାର ଭଳି ତାରକା ଭୋଟ୍ ଦେଇଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ।
ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତା ତଥା ରଜନୀକାନ୍ତଙ୍କ ପୂର୍ବତନ ଜ୍ୱାଇଁ ଧନୁଷ ଏବଂ କମଲ ହାସନ ମଧ୍ୟ ଚେନ୍ନାଇରେ ଭିନ୍ନ ବୁଥରେ ନିଜ ମତଦାନ ଦେଇଛନ୍ତି । ରଜନୀକାନ୍ତଙ୍କୁ ଚେନ୍ନାଇର ପୋସ୍ ଗାର୍ଡେନ୍ ବୁଥରେ ସକାଳେ ଭୋଟ୍ ଦେଇଥିବା ଦେଖିବାକୁ ମିଳିଥିଲା । ମତଦାନ ବୁଥରେ ରଜନୀକାନ୍ତ ତାଙ୍କ ଟିମ ସହ ଯୋଗ ଦେଇଥିଲେ । ରଜନୀକାନ୍ତ ଏହି ସମୟରେ ଏକ ହ୍ୱାଇଟ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଭୋଟ୍ ଦେବା ଏକ ନାଗରିକ ବାଧ୍ୟତାମୂଳକ ଏବଂ ସେ ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।