ETV Bharat / technology

ପୃଥିବୀ ନିକଟକୁ ଆସିବ ନୂଆ ଅତିଥି; ଆକାଶରେ ଦିଶିବ 2ଟି ଜହ୍ନ, କଣ ଏହି Mini Moon ଜାଣନ୍ତୁ - Earth To get a second mini moon

author img

By ETV Bharat Tech Team

Published : 2 hours ago

Mini Moon 2024: ଚଳିତ ମାସ ସେପ୍ଟେମ୍ବରର ଶେଷ ଭାଗରେ ଆକାଶରେ ଦିଶିବ 2-2ଟି ଜହ୍ନ । ଆଜ୍ଞା ହଁ, ଏହା ପ୍ରାୟ 56ଦିନ ପର୍ଯ୍ୟନ୍ତ ପୃଥିବୀର ନିକଟରେ ରହିବ । ଏହାକୁ 'ମିନି ମୁନ୍‌' (Mini Moon) ନାମ ଦିଆଯାଇଛି । ତେବେ ଏହା କଣ ଏ ସମ୍ପର୍କରେ ଅଧିକ ଜାଣନ୍ତୁ...

Mini Moon 2024
Mini Moon 2024 (X)

ହାଇଦ୍ରାବାଦ: ଚଳିତ ମାସ ସେପ୍ଟେମ୍ବର ଶେଷାର୍ଦ୍ଧରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ 2ଟି ଜହ୍ନ । ଯାହାକି ପୃଥିବୀର ନିକଟ କକ୍ଷପଥରେ ପରିକ୍ରମା କରିବ । ଏହାକୁ 'ମିନି ମୁନ୍‌ ବା 2024 PT5' ବୋଲି କୁହାଯାଉଛି । ଏହି ମିନି ମୁନକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ଏଥିଲାଗି କୌଣସି ହାଇ-ପାୱାର ଟେଲିସ୍କୋପର ଆବଶ୍ୟକତା ପଡ଼ିବ । ଏହି ଆଷ୍ଟେରଏଡ (ସୂର୍ଯ୍ୟଙ୍କ ଚାରିପାଖରେ ଘୁରୁଥିବା ଛୋଟ ପଥର ଖଣ୍ଡ ଭଳି ଗ୍ରହ) ମାତ୍ର 10ମିଟରର ହୋଇଥିବା ବେଳେ ଏହାକୁ ଚଳିତ ବର୍ଷ ଅଗଷ୍ଟ ମାସରେ ଖୋଜି ବାହାର କରାଯାଇଥିଲା ।

କଣ ଏହି Mini Moon ?

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମିନି-ମୁନ ହେଉଛି ଏକ ଆଷ୍ଟେରଏଡ (Asteroid) । ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗ୍ରହର ଚାରିପାଖକୁ ଚାଲିଆସେ । ଏହା ସେତେ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ଘୁରି ବୁଲୁଥାଏ, ଯେତେ ପର୍ଯ୍ୟନ୍ତ ଏହା ଦୂରକୁ ଚାଲି ଯାଇନାହିଁ । ପୃଥିବୀର କକ୍ଷପଥରେ ପ୍ରବେଶ କରୁଥିବା ଏଭଳି ମିନି-ମୁନକୁ ଦେଖିବା ମୁସ୍କିଲ । କାରଣ ଏହା ଆକାରରେ ବହୁ ଛୋଟ ହୋଇଥିବା ବେଳେ ମହାକାଶରେ ଅନ୍ଧାର ଯୋଗୁଁ ଭଲ ଭାବେ ଦୃଶ୍ୟମାନ ହୋଇନଥାନ୍ତି ।

ମିନି ମୁନ୍‌ 2024
ମିନି ମୁନ୍‌ 2024 (X)
Also Read: ମହାକାଶରେ 'ଆଷ୍ଟରଏଡ' ଠାବ କଲେ ୧୧ ବର୍ଷୀୟ ହାଇଦ୍ରାବାଦୀ ଛାତ୍ରୀ, ନାସା କଲା ପ୍ରଶଂସା

ମିନି ମୁନ କେଉଁଥିରେ ତିଆରି ?

ମହାକାଶରେ ଅନ୍ୟ ଚଟାଣ ପିଣ୍ଡ ପରି ମିନି-ମୁନ୍‌ ମଧ୍ୟ ଧାତୁ ପଦାର୍ଥ, କାର୍ବନ, ମାଟି ଓ ସିଲିକେଟ ସାମଗ୍ରୀର ମିଶ୍ରଣର ହୋଇଥାଏ । ସ୍ବିସ ଜର୍ଣ୍ଣାଲ ଫ୍ରଣ୍ଟିୟର୍ସ ଇନ ଆଷ୍ଟ୍ରୋନୋମି ଆଣ୍ଡ ସ୍ପେଶ ସାଇନ୍ସର ପ୍ରକାଶିତ 2018 ରିପୋର୍ଟ ଅନୁସାରେ ମିନି-ମୁନ୍‌ ଅଧିକାଂଶ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ କ୍ଷୁଦ୍ରଗ୍ରହ ବେଲ୍ଟ ଦେଇ ପୃଥିବୀ ନିକଟକୁ ଆସିଥାନ୍ତି । ପୃଥିବୀର ସ୍ଥାୟୀ ଉପଗ୍ରହ ଚନ୍ଦ୍ର ପରି ଏହାର କୌଣସି ସ୍ଥିର କକ୍ଷପଥ ନଥାଏ ।

ମିନି ମୁନ୍‌ 2024
ମିନି ମୁନ୍‌ 2024 (X)

2006ରେ ବି ଦିଶିଥିଲା ମିନି-ମୁନ୍‌:-

ମିନି-ମୁନ୍‌ ସାଧାରଣତଃ ଏକ ଦୁର୍ଲଭ ପିଣ୍ଡ । ନିକଟରେ ପୃଥିବୀର କକ୍ଷପଥରେ ଏଭଳି ଅନେକ ଆଷ୍ଟେରଏଡଗୁଡ଼ିକୁ ଚିହ୍ନଟ କରାଯାଇଛି । 2006 RH120 ନାମକ ଏକ ମିନି-ମୁନ୍‌ 1ବର୍ଷ ପର୍ଯ୍ୟନ୍ତ ପୃଥିବୀର କକ୍ଷପଥ ନିକଟରେ ଦେଖିବାକୁ ମିଳିଥିଲା । ଏହା ଏକମାତ୍ର ମିନି-ମୁନ୍‌ ଥିଲା ଯାହାର ଫଟୋ ସାମ୍ନାକୁ ଆସିଥିଲା । 2002ରେ ବି ଏପରି ଏକ ପିଣ୍ଡକୁ ଦେଖାଯାଇଥିଲା । ଯାହାକୁ ଏହା ପୂର୍ବରୁ 1981ରେ ଦେଖିବାକୁ ମିଳିଥିଲା । ଏଥର ସେପ୍ଟେମ୍ବର 29 ତାରିଖଠାରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଏହି ମିନି-ମୁ୍ନ୍‌ ଦୃଶ୍ୟମାନ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.