ETV Bharat / entertainment

ସୈଫଙ୍କୁ ଛୁରାମାଡ ପଛରେ ବାଂଲାଦେଶୀ ! ଚାଞ୍ଚଲ୍ୟକର ବୟାନ ଦେଲା ମୁମ୍ବାଇ ପୋଲିସ - SAIF ALI KHAN STABBING CASE

ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ । ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ସନ୍ଦେହ ।

Saif Ali Khan Stabbing case
Saif Ali Khan Stabbing case (ETV Bharat)
author img

By ETV Bharat Odisha Team

Published : Jan 19, 2025, 7:19 AM IST

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ବଡ ସଫଳତା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ । ଆଜି (ରବିବାର) ହିରାନାନ୍ଦାନୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି ।

ସୈଫ ଛୁରାମାଡ ଘଟଣାର ଅଭିଯୁକ୍ତ ଗିରଫ:

ମୁମ୍ବାଇ ଜୋନ ୯ ଡିସିପି ଦିକ୍ଷିତ ଜେଡମଙ୍କ ସୂଚନା ଅନୁଯାୟୀ, ‘ଜାନୁଆରୀ ୧୬ ତାରିଖ ରାତି ୨ଟାରେ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ବାସଭବନରେ ଆକ୍ରମଣ କରାଯାଇଥିଲା ।ଏନେଇ ମାମଲା ରୁଜ୍ଜୁ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ମହମ୍ମଦ ସରିଫୁଲ ଇସଲାମ ଶେହଜାଦ (୩୦) । ସେ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି । ଚୋରି କରିବା ଉଦ୍ଦେଶ୍ୟରେ ସେ ଘର ଭିତରକୁ ପଶିଥିଲା । ତେବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ପୋଲିସ ହେପାଜତରେ ନେବାକୁ କୋର୍ଟରେ ଆବେଦନ କରିବ ।

ନାଁ ପରିବର୍ତ୍ତନ କରୁ ରହୁଥିଲା:

ପୋଲିସ ସୂଚନା ଅନୁଯାୟୀ, "ଅଭିଯୁକ୍ତ ଜଣକ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି । କାରଣ ତା ପାଖରେ ଭାରତୀୟ ହୋଇଥିବା ନେଇ କୌଣସି ପ୍ରମାଣ ପତ୍ର ନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପରେ ନାଁ ପରିବର୍ତ୍ତନ କରି ବିଜୟ ଦାସ ରଖିଥିଲା । ୫ରୁ ୬ ମାସ ତଳେ ସେ ମୁମ୍ବାଇ ଆସିଥିଲା । ଅଭିଯୁକ୍ତ ଜଣକ ହାଉସକିପିଙ୍ଗ ଏଜେନ୍ସିରେ କାମ କରୁଥିଲା ।

ମୋବାଇଲ ଲୋକେସନରୁ ଧରିଲା ପୋଲିସ:

ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତକୁ ଟ୍ରାକ କରି ଧରିବାରେ ସଫଳ ହୋଇଥିଲା । ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହମ୍ମଦ ସଜ୍ଜାଦ ଓରଫ ବିଜୟ ଦାସର ମୋବାଇଲ ଲୋକେସନ ବଡବଲି ପୋଲିସ ଷ୍ଟେସନ ଅଞ୍ଚଳରେ ମିଳିଥିଲା ।ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରି ତାକୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ...

ଧରାପଡିଲା ସୈଫଙ୍କ ଆକ୍ରମଣକାରୀ ! ଛତିଶଗଡ ଅଭିମୁଖେ ମୁମ୍ବାଇ ପୋଲିସ - SAIF ALI KHAN STABBING

ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣାରେ ପୋଲିସର ଖୁଲାସା, 'ସନ୍ଦିଗ୍ଧ ବ୍ୟକ୍ତି...'

ସୈଫଙ୍କୁ ଛୁରାମାଡ଼ ମାମଲା; ଜଣେ ଅଟକ, ଧରାପଡିଲା କି ଅଭିଯୁକ୍ତ ?

ସୈଫଙ୍କୁ ଛୁରାମାଡ ମାମଲା:

ଜାନୁଆରୀ 16 ତାରିଖରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘର ଭିତରେ ଛୁରାମାଡ ହୋଇଥିଲା । ଏହାପରେ ତାଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୈଫଙ୍କ ମେରୁଦଣ୍ଡରେ ଛୁରୀ ପଶିଯିବାରୁ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ମେରୁଦଣ୍ଡ ପାଖରୁ ୨.୫ ଇଞ୍ଚ ଲମ୍ବା ବ୍ଲେଡ୍ ବାହାର କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି । ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ ପରେ ପୋଲିସ ତାଙ୍କ ଘରର ଏକ ସିସିଟିଭି ଫୁଟେଜ ପାଇଥିଲା । ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା । ସିସିଟିଭିରେ ଅଭିଯୁକ୍ତର ଫଟୋ ଦେଖିବା ପରେ ଖୋଜା ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.