ETV Bharat / health

ଆସୁଛି ପାର୍ବଣ, ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ - Chhena Poda Recipe - CHHENA PODA RECIPE

Famous odia sweet Chhena Poda: ଛେନାପୋଡ ନାଁ ଶୁଣିଲେ ପାଟିରୁ ଲାଳ ବାହାରେ । ପିଲାଠୁ ବୁଢା ସମସ୍ତଙ୍କ ଭାରି ପସନ୍ଦ । ତେବେ ନିଜ ଘରେ କେମିତି ସହଜରେ ବନାଇବେ ଏହି ସୁଆଦିଆ ଛେନାପୋଡ, ଜାଣନ୍ତୁ

ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ
ଘରେ ଏମିତି ସହଜରେ ବନାନ୍ତୁ ସୁଆଦିଆ ଛେନାପୋଡ (ETV Bharat)
author img

By ETV Bharat Health Team

Published : Sep 24, 2024, 4:40 PM IST

ହାଇଦ୍ରାବାଦ: ଆସୁଛି ପାର୍ବଣ ଋତୁ । ଦେବୀ ପୀଠରେ ଆରମ୍ଭ ହେବାକୁ ଯାଉଛି ମା' ଦୁର୍ଗତିନାଶିନୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା । ଏହି ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ନିଜ ଘରେ ବନାନ୍ତୁ ସୁଆଦିଆ ଛେନାପୋଡ଼ । ଓଡ଼ିଶାର ଏକ ଲୋକପ୍ରିୟ ମିଠା ହେଉଛି ଛେନାପୋଡ । ସବୁ ମିଠା ଦୋକାନରେ ଏହାର ଚାହିଦା ଢେର୍ ଅଧିକ । ପିଲାଠୁ ବୁଢା, ସମସ୍ତଙ୍କର ଛେନାପୋଡ ଭାରି ପସନ୍ଦ । ଏହାର ନାଁ ଶୁଣିଲେ, ପାଟିରେ ଲାଳ ଆସିଯାଏ । ଆଜି ଆସନ୍ତୁ ଜାଣିବା କେମିତି ନିଜ ଘରେ ପ୍ରସ୍ତୁତ କରିବେ ଏହି ସ୍ବାଦିଷ୍ଟ ଛେନାପୋଡ ।

ଘରେ ଏମିତି ବନାନ୍ତୁ ଛେନାପୋଡ:

ଆବଶ୍ୟକୀୟ ସାମଗ୍ରୀ:

  • ଛେନା
  • ଚିନି
  • ସୁଜି
  • ଗୁଜୁରାତି
  • କାଜୁ ଓ କିସମିସ୍
  • ଅଳ୍ପ ଘିଅ

ପ୍ରସ୍ତୁତି ପ୍ରଣାଳୀ: ନିଜ ଘରେ କ୍ଷୀରରେ ଲେମ୍ବୁ ରସ ମିଶାଇ ଛେନା ଛିଡାଇ ପାରିବେ । ପ୍ରଥମେ ଛେନା ନିଅନ୍ତୁ । ଏଥିରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ, ଗୁଜୁରାତି ଗୁଣ୍ଡ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ । ଆପଣ ଚାହିଁଲେ କାଜୁ, କିସମିସ୍ ହାଲୁକା ଭାଜି ପକାଇ ପାରିବେ । ଏହାପରେ ଏକ ରସ ପାତ୍ରରେ ଅଳ୍ପ କିଛି ଘିଅ ଲଗାଇ ଘଷି ଦିଅନ୍ତୁ । ଏବେ ଛେନାକୁ ପତ୍ରରେ ଘୋଡାଇ ସେହି ପାତ୍ରରେ ରଖି ନିଆଁ ଆଞ୍ଚରେ ବସାନ୍ତୁ । ପାତ୍ର ଉପରେ କିଛି କୋଇଲା ରଖନ୍ତୁ । ଏହାକୁ 40ରୁ 50 ମିନିଟ୍ ଏମିତି ନିଆଁରେ ରଖନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯାଏ ସୁଆଦିଆ ଛେନାପୋଡ । ଥଣ୍ଡା ହୋଇଯିବା ପରେ ଛେନାପୋଡକୁ କାଟି ନିଜେ ଖାଆନ୍ତୁ ଓ ପରିବାରର ଅନ୍ୟମାନଙ୍କୁ ପରଷନ୍ତୁ ।

ଓଡ଼ିଶା ବଜାରରେ କିଲୋ ପିଛା ପ୍ରାୟ 100ରୁ 250 ଟଙ୍କା ଯାଏଁ ଛେନାପୋଡ ବିକ୍ରି ହୋଇଥାଏ ।

ଛେନାପୋଡ ଫାଇଦା:

  • ଛେନାପୋଡ କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ଭଲ । ଛେନାପୋଡ ପ୍ରୋଟିନ ଓ କ୍ୟାଲସିୟମର ଏକ ଭଲ ଉତ୍ସ । କ୍ୟାଲେସିୟମ ଶରୀରର ହାଡ ଓ ଦାନ୍ତ ମଜଭୁତ କରେ ।
  • ଏଥିରେ ଭିଟାମିନ-ଡି ରହିଛି ।
  • ଛେନାରେ ଫସ୍‌ଫରସ୍ ଥାଏ ଯାହା ହଜମ ପ୍ରକ୍ରିୟା ଉନ୍ନତ କରେ ।
  • ଛେନାପୋଡ A2 ମିଲ୍କରୁ ପ୍ରସ୍ତୁତ ହେଉଥିବାରୁ ସହଜରେ ହଜମ ହୋଇଯାଏ ।
  • ଏହି ମିଠା ବେକ୍ (ସେକିବା) କରାଯାଏ, ତେଲରେ ଛଣା ହୁଏ ନାହିଁ । ତେଣୁ ଏଥିରେ ଅଧିକ ତେଲ ନଥାଏ ।
  • ଏହାର ଛୋଟ ଖଣ୍ଡଟିଏ ଖାଇଲେ ଦୀର୍ଘ ସମୟ ଯାଏଁ ଭୋକ ଲାଗେନି ।
  • ଅନ୍ୟ ମିଠା ତୁଳନାରେ ଚେନାପୋଡରେ କ୍ୟାଲୋରୀ କମ୍ ।

ଏହା ମଧ୍ୟ ପଢନ୍ତୁ: ଦାନ୍ତରୁ ରକ୍ତ ଓ ମୁଖ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା - Pyorrhea Cause and treatments

ଏହା ମଧ୍ୟ ପଢନ୍ତୁ: ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.