ETV Bharat / entertainment

ତିରୁପତି ଲଡୁ ବିବାଦ; 11 ଦିନ ଉପବାସରେ ପୱନ କଲ୍ୟାଣ, କନକ ଦୁର୍ଗା ମନ୍ଦିରର କଲେ ଶୁଦ୍ଧିକରଣ - Tirumala Laddu Issue - TIRUMALA LADDU ISSUE

Pawan Kalyan On Tirumala Laddu Issue: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦ ମାମଲା । ଏହି ଘଟଣାକୁ ନେଇ ଡେପୁଟି ସିଏମ୍ ତଥା ଅଭିନେତା ପୱନ କଲ୍ୟାଣ ପ୍ରାୟଶ୍ଚିତ ପାଇଁ 11 ଦିନ ଉପବାସରେ ରହିବା ସହ ମନ୍ଦିରର ଶୁଦ୍ଧିକରଣ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ତିରୁପତି ଲଡୁ ବିବାଦ; 11 ଦିନ ଉପବାସରେ ପୱନ କଲ୍ୟାଣ, କନକ ଦୁର୍ଗା ମନ୍ଦିରର କଲେ ସୁଦ୍ଧିକରଣ
ତିରୁପତି ଲଡୁ ବିବାଦ; 11 ଦିନ ଉପବାସରେ ପୱନ କଲ୍ୟାଣ, କନକ ଦୁର୍ଗା ମନ୍ଦିରର କଲେ ସୁଦ୍ଧିକରଣ (ETV Bharat Odisha)
author img

By ETV Bharat Odisha Team

Published : Sep 24, 2024, 4:24 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଲଡୁରେ ପଶୁ ଚର୍ବି ମିଶ୍ରଣ ମାମଲା । ଯାହାକୁ ନେଇ ଏବେ ସବୁଠି ତେଜୁଛି ବିବାଦ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଏହି ସମୟରେ ଘଟଣା ନେଇ ଜନସେନା ପାର୍ଟି ମୁଖ୍ୟ ତଥା ଡେପୁଟି ସିଏମ୍ ତଥା ଅଭିନେତା ପୱନ କଲ୍ୟାଣ ପ୍ରାୟଶ୍ଚିତ ଆରମ୍ଭ କରିଛନ୍ତି । ଏହି ମାସର 22 ତାରିଖରୁ ସେ ପ୍ରାୟଶ୍ଚିତ କରିବା ଆରମ୍ଭ କରିଛନ୍ତି । ପ୍ରାୟଶ୍ଚିତ ପାଇଁ 11 ଦିନ ଉପବାସରେ ରହିଛନ୍ତି । 22 ସେପ୍ଟେମ୍ୱରରୁ ସେ ଉପବାସରେ ରହିଥବା ବେଳେ ଆଜି ତୃତୀୟ ଦିନରେ ସେ ବିଜୟୱାଡାର କନକଦୁର୍ଗା ଅମାଭରୀ ମନ୍ଦିର ପରିଦର୍ଶନ କରି ମନ୍ଦିରର ଶୁଦ୍ଧିକରଣ କରିଛନ୍ତି । ତେବେ ଅକ୍ଟୋବର 2 ରେ ତିରୁମାଲା ବାଲାଜୀଙ୍କ ଦର୍ଶନ କରି ଏହି ଉପବାସ ବ୍ରତ ଭାଙ୍ଗିବେ ।

ପ୍ରସାଦରେ ଅପମିଶ୍ରଣ ନେଇ ପୱନ କଲ୍ୟାଣଙ୍କ ପ୍ରତିକ୍ରିୟା-

କନକା ଦୁର୍ଗା ମନ୍ଦିରରେ ଶୁଦ୍ଧିକରଣ କରିଛନ୍ତି ପୱନ କଲ୍ୟାଣ । କନକ ଦୂର୍ଗା ମନ୍ଦିରରେ ଶୁଦ୍ଧି କାର୍ଯ୍ୟକ୍ରମରେ ଭାଗ ନେଇ ମନ୍ଦିର ସଫା କଲେ ଆନ୍ଧ୍ରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ତିରୁପତି ବାଲାଜୀ ମନ୍ଦିରରେ ଲଡ଼ୁ ବିବାଦକୁ ନେଇ ହଳଦୀ ପକାଇ ମନ୍ଦିର ସଫା କଲେ । ଏହି ସମୟରେ ପନ କଲ୍ୟାଣ ନିଜ ହାତରେ ମନ୍ଦିର ପରିସର ସଫା କରିବା ସହ ପାହାଚରେ ହଳଦୀ ଆଙ୍କିଥିଲେ । ଏହି ସମୟରେ ସେ ଲଡୁ ବିବାଦ ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ''ପ୍ରାୟଶ୍ଚିତର ଆଜି ତୃତୀୟ ଦିନ । ମୁଁ ପିଲାଦିନରୁ ସନାତନ ଧର୍ମ ଅନୁସରଣ କରୁଛି । ମୁଁ ଶ୍ରୀ ରାମଙ୍କର ଜଣେ ଭକ୍ତ ଏବଂ ମୁଁ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ । ପୂର୍ବତନ ସିଏମ ଜଗନ ମୋହନ ରେଡ୍ଡୀଙ୍କ ସରକାର ତଥା YSRCP ଟାର୍ଗେଟ କରି କହିଛନ୍ତି, ମୋତେ ଆଶା ନଥିଲା ଭଗବାନଙ୍କ ପ୍ରସାଦରେ ଏଭଳି ଅପମିଶ୍ରଣ କରାଯାଉଛି । YSRCP ସରକାରଙ୍କ ଶାସନ କାଳରେ ସେମାନେ ତିରୁମାଲା ଅଞ୍ଚଳକୁ ଏକ ବାଣିଜ୍ୟ କେନ୍ଦ୍ର ଭାବରେ ମଧ୍ୟ ଦେଖିଥିଲେ । ସେ ଏହାକୁ କେବେବି ଆଧ୍ୟାତ୍ମିକ କିମ୍ବା ତୀର୍ଥସ୍ଥାନ ଭାବରେ ଦେଖିନଥିଲେ । ସେମାନେ ଭଗବାନ ଭେଙ୍କଟେଶ୍ୱରଙ୍କ ପବିତ୍ରତାକୁ ଅପବିତ୍ର କରିଥିଲେ । ସେ କଦାପି ହିନ୍ଦୁଙ୍କ ଭାବନାକୁ ସମ୍ମାନ ଦେଇନଥିଲେ । ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ।''

ଏହା ମଧ୍ୟ ପଢନ୍ତୁ: ତିରୁପତି ଲଡୁ ବିବାଦ; ତଦନ୍ତ ପାଇଁ ଗଠନ ହେଲା SIT, ସୁଦ୍ଧିକରଣ ପାଇଁ ମନ୍ଦିରରେ ଶାନ୍ତି ହୋମ ଆରମ୍ଭ

11 ଦିନ ଉପବାସରେ ପୱନ କଲ୍ୟାଣ-

ଳଡୁ ବିବାଦ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ପୱନ କଲ୍ୟାଣ ଏକ୍ସରେ ପୋଷ୍ଟ କରି ପ୍ରାୟଶ୍ଚିତ ପାଇଁ 11 ଦିନିଆ 'ପ୍ରୟାଶିତ୍ ଦିକ୍ଷା' ଆରମ୍ଭ କରିଛନ୍ତି । ଏହି ଅବଧି ମଧ୍ୟରେ ସେ 11 ଦିନ ଉପବାସରେ ରହିବେ । ସେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି, 'ବ୍ୟକ୍ତିଗତ ସ୍ତରରେ, ଆମ ସଂସ୍କୃତି, ବିଶ୍ୱାସ, ବିଶ୍ୱାସ ଏବଂ ସମ୍ମାନର କେନ୍ଦ୍ରବିନ୍ଦୁ ଶ୍ରୀ ତିରୁପତି ବାଲାଜୀ ଧାମର ଅଶୁଦ୍ଧତା ବ୍ୟାପିବା ପାଇଁ ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଛି । ସତ କହିବାକୁ ଗଲେ, ମୁଁ ଭିତରୁ ଅତ୍ୟଧିକ ବିଶ୍ୱାସଘାତକତା ଅନୁଭବ କରୁଛି । ଏହି ଦୁଃଖର ମୁହୂର୍ତ୍ତରେ ଆମକୁ ଏବଂ ସମସ୍ତ ସନାତନଙ୍କୁ ଶକ୍ତି ଯୋଗାଇବା ପାଇଁ ମୁଁ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ପ୍ରାର୍ଥନା କରୁଛି । ବର୍ତ୍ତମାନ, ମୁଁ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି, ପ୍ରାୟଶ୍ଚିତର ଶପଥ ନେଉଛି ଏବଂ ଏକାଦଶ ଦିନ ଉପବାସ କରିବାକୁ ଏକ ଧାର୍ମିକ ଶପଥ ନେଉଛି । ଏକାଦଶ ଦିନର ପ୍ରାୟଶ୍ଚିତ ଆରମ୍ଭର ଶେଷ ଭାଗରେ, ଅକ୍ଟୋବର 1 ଏବଂ 2 ରେ, ମୁଁ ତିରୁପତି ଯାଇ ପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରି ଓ ମୋର ପ୍ରାୟଶ୍ଚିତ ସମାପ୍ତ କରିବି ।'

ଏହା ମଧ୍ୟ ପଢନ୍ତୁ: NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି

ଚନ୍ଦ୍ରବାବୁ ନାଇଡୁ ଆଣିଥିଲେ ଅଭିଯୋଗ-

ସୂଚନା ଥାଉ କି, YSRCP ସରକାର ସମୟରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ମିଶୁଥିବା ସେପ୍ଟେମ୍ବର 19 ତାରିଖରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ଅମରାବତୀରେ NDAର ଏକ ବିଧାୟକ ଦଳ ବୈଠକରେ ସେ କହିଥିଲେ," ପୂର୍ବ YSRCP ଜଗନ୍ ସରକାରଙ୍କ କାର୍ଯ୍ୟକାଳରେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ଲଡୁ ପ୍ରସାଦରେ ନିମ୍ନମାନର ସାମଗ୍ରୀ ଏବଂ ପଶୁ ଚର୍ବି ବ୍ୟବହାର କରାଯାଇଥିଲା । ତିରୁପତି ବାଲାଜୀ ମନ୍ଦିର ଲଡୁ ପ୍ରସାଦକୁ ପ୍ରଭୁ ଶ୍ରୀଭେଙ୍କଟେଶ୍ବରଙ୍କୁ ଅର୍ପଣ କରାଯାଇଥିଲା । ଯାହା NDDB ଲ୍ୟାବ ରିପୋର୍ଟରୁ ଜଣାପଡ଼ିଛି । ତିରୁମାଲା ଲଡ଼ୁ ମଧ୍ୟ ନିମ୍ନମାନ ସାମଗ୍ରୀରେ ତିଆରି କରାଯାଇଥିଲା । ସେହି ସମୟରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି ଏବଂ ପ୍ରସାଦ ପାଇଁ ଉନ୍ନତମାନର ସାମଗ୍ରୀ ବ୍ୟବହାର କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଇଏ ପୱନ ନୁହେଁ ତୁଫାନ'; ଏନଡିଏ ବୈଠକରେ ପୱନଙ୍କ ପ୍ରଶଂସାରେ ଶତମୁଖ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.