ETV Bharat / bharat

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା - ATISHI MARLENA

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନାଙ୍କ ନାଁରେ ଏତଲା । ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ । ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ କଲେ ଆତିଶୀ ।

FIR Lodged Against Delhi Chief Minister Atishi Marlena
FIR Lodged Against Delhi Chief Minister Atishi Marlena (ANI)
author img

By ETV Bharat Odisha Team

Published : Jan 14, 2025, 4:16 PM IST

Updated : Jan 14, 2025, 4:31 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନାଙ୍କ ନାଁରେ ଏତଲା (FIR) ରୁଜୁ । ନିର୍ବାଚନ ଆଦର୍ଶ ଆଚରଣ ବିଧି (Model Code of Conduct ) ଉଲ୍ଲଙ୍ଘନ ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଗାଡ଼ି ବ୍ୟବହାର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଆଜି ଏହି ଏତଲା କରିଥିଲା । ପରେ ଏହାକୁ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ନାମକୁ ପରିବର୍ତ୍ତନ କକରାଯାଇଛି ।

  • ଆତିଶୀ ମାର୍ଲିନାଙ୍କ ନାମରେ ଏତଲା :

ତେବେ ଚଳିତମାସ 7 ତାରିଖରେ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ ଗାଡ଼ି ବ୍ୟବହାର କରିବା ଅଭିଯୋଗରେ ରିଟର୍ଣ୍ଣିଂ ଅଫିସର ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରଥମେ ଗୋବିନ୍ଦପୁର ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ । ଏହାର ପ୍ରାଥମିକ ତଦନ୍ତ ପରେ, ନିର୍ବାଚନ ପ୍ରଚାର ସମୟରେ ସରକାରୀ ଗାଡ଼ି ବ୍ୟବହାର ଅଭିଯୋଗରେ ପୋଲିସ ଜଣେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

  • ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ କଲେ ଆତିଶୀ:

ସେପଟେ ବିଜେପି ନେତା ପରବେଶ ବର୍ମା ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରିଛନ୍ତି ଆତିଶୀ । ସେ କହିଛନ୍ତି, "ବିଜେପି ନେତା ପରବେଶ ବର୍ମା କିଭଳି ଟଙ୍କା ବାଣ୍ଟୁଥିଲେ, ତାହା ସାରେ ଦୁନିଆ ଦେଖିଛି । ପରେ ସେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବା ଓ ଚଷମା ବାଣ୍ଟିବା ବିଷୟରେ ଟ୍ବିଟ୍‌ କରିଥିଲେ । ଏହାପରେ ତାଙ୍କ ନାମ ଲେଖାଥିବା ବେଡସିଟ୍‌ ମଧ୍ୟ ବାଣ୍ଟିଥିଲେ । ଏନେଇ ନିର୍ବାଚନ ଆୟୋଗ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ । ଏଠି ପ୍ରଶ୍ନ ହେଉଛି କି, ପୋଲିସ କାହା ସପକ୍ଷରେ ଅଛି ? ନିର୍ବାଚନ ଆୟୋଗଙ୍କ ଉପରେ କିଛି ଚାପ ରହିଛି କି ?"

  • ନିନ୍ଦା କଲେ ଅରବିନ୍ଦ କେଜ୍ରିୱାଲ:

ସେପଟେ ଏନେଇ ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ 'X'ରେ ଲେଖିଛନ୍ତି, "ସେମାନଙ୍କ ନେତା ଖୋଲାଖୋଲି ଭାବରେ ଟଙ୍କା, ଶାଢ଼ୀ, କମ୍ବଳ ଓ ସୁନା ଚେନ୍‌ ଆଦି ବାଣ୍ଟୁଛନ୍ତି । ହେଲେ ସେମାନଙ୍କ ବିରୋଧରେ FIR ରୁଜୁ କରାଯାଉନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନାଙ୍କ ବିରୋଧରେ ତୁରନ୍ତ FIR କରାଗଲା । ‘ଆମ୍‌ ଆଦମୀ ପାର୍ଟି’ ସମସ୍ତ ବ୍ୟବସ୍ଥା ବିରୋଧରେ ଲଢୁଛି । ନଷ୍ଟ ହୋଇଯାଇଥିବା ଏହି ବ୍ୟବସ୍ଥାକୁ ଜନତାଙ୍କ ସହ ମିଶି ପରିବର୍ତ୍ତନ କରିବାକୁ ପଡ଼ିବ ଓ ଲୋକଙ୍କ ସହ ମିଶି ସଫା କରିବାକୁ ପଡ଼ିବ । ବିଜେପି ଓ କଂଗ୍ରେସ ଉଭୟ ଏହି ନଷ୍ଟ ହୋଇଯାଇଥିବା ବ୍ୟବସ୍ଥାର ଅଂଶ ।"

ଏହା ମଧ୍ୟ ପଢ଼ନ୍ତୁ...କାର୍ଯ୍ୟଭାର ଗ୍ରହଣ କଲେ ଆତିଶୀ, ଶନିବାର ନେଇଥିଲେ ଶପଥ - CM Atishi takes charge

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀରେ ଆତିଶୀ ଯୁଗ ଆରମ୍ଭ, ଏମିତି ଥିଲା ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଯାତ୍ରା - Atishi Marlena New Delhi CM

କୋଲକାଜି ବିଧାନସଭା ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଦିଲ୍ଲୀ ବର୍ତ୍ତମାନ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଥିବା ବେଳେ ‘ଆମ୍‌ ଆଦମୀ ପାର୍ଟି’ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2025, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.