ETV Bharat / state

ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

Quality Of Ghee Used In Srimandir To be Tested: ତିରୁପତି ମନ୍ଦିରରେ ପ୍ରସାଦରେ ପଶୁ ଚର୍ବି, ମାଛ ତେଲ ମିଶିବା ଘଟଣା । ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ପୂରା ଖବର ପଢନ୍ତୁ

Ghee Quality
Ghee Quality (ETV Bharat Odisha)
author img

By ETV Bharat Odisha Team

Published : Sep 24, 2024, 4:12 PM IST

ପୁରୀ: ତିରୁପତି ମନ୍ଦିରରେ ପଶୁ ଚର୍ବି, ମାଛ ତେଲରେ ଅପମିଶ୍ରିତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଅଭିଯୋଗ ପରେ ତେଜିଛି ବିବାଦ । ଏହାପରେ ପୁରୀ ଶ୍ରୀମନ୍ଦିରର ପ୍ରସାଦରେ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଲାଣି । ଶ୍ରୀମନ୍ଦିରକୁ ଯୋଗାଣ ହେଉଥିବା ଘିଅର ହେବ ମାନ ପରୀକ୍ଷା । ବିଭିନ୍ନ ମହଲରୁ ଦାବି ପରେ ଘିଅର ମାନ ଯାଞ୍ଚ ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ଫୁଡ୍ ସେଫଟି ବିଭାଗ ଦ୍ୱାରା ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନ ଯାଞ୍ଚ କରାଯିବ । କିଭଳି ଶ୍ରୀମନ୍ଦିରକୁ ଭଲ ମାନର ଘିଅ ଆସିବ ସେନେଇ କଡ଼ା ନଜର ରଖାଯିବ ।"

ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା:
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ କହିବା କଥା, "ଶ୍ରୀମନ୍ଦିରରେ କୋଠ ଭୋଗ ଓ ବରାଦୀ ଭୋଗରେ ଘିଅ ବ୍ୟବହାର ହୋଇଥାଏ। ତେବେ ଘିଅର ମାନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନକୁ ଯାଞ୍ଚ କରାଯିବ । ତିରୁପତି ମନ୍ଦିରରେ ଅପମିଶ୍ରିତ ଘିଅକୁ ନେଇ ବିଭିନ୍ନ ଅଭିଯୋଗ ଆସିବା ପରେ ଆମେ ଶ୍ରୀମନ୍ଦିରକୁ ଯୋଗାଣ ହେଉଥିବା ଘିଅର ମାନ ମଧ୍ୟ ଯାଞ୍ଚ କରିବୁ । ତେବେ ଶ୍ରୀମନ୍ଦିରକୁ ଓମଫେଡ ପକ୍ଷରୁ ଘିଅ ଯୋଗାଇ ଦିଆଯାଉଛି । ଶ୍ରୀମନ୍ଦିରକୁ ଆସୁଥିବା ଘିଅର ମାନ କିଭଳି ବଜାୟ ରହିବ ସେନେଇ ସୁଆର ମହାସୁଆର ନିଯୋଗ, ଓମଫେଡ ସହ ଆଲୋଚନା ହେବ ।"

Puri Collector On Ghee Quality (ETV Bharat Odisha)

ଏହା ବି ପଢନ୍ତୁ...ତିରୁପତି ଲଡୁ ବିବାଦ; ତଦନ୍ତ ପାଇଁ ଗଠନ ହେଲା SIT, ସୁଦ୍ଧିକରଣ ପାଇଁ ମନ୍ଦିରରେ ଶାନ୍ତି ହୋମ ଆରମ୍ଭ - Tirupati laddu controversy

ଏହା ବି ପଢନ୍ତୁ...ତିରୁପତି ବାଲାଜୀ ପ୍ରସାଦ ବିବାଦ; ଜାଣନ୍ତୁ ଲଡୁରେ ବ୍ୟବହୃତ ଘିଅ ଦାମ କେତେ ? - SRIVARI LADDU PRASADAM

ଏହା ବି ପଢନ୍ତୁ...TTDର ଚାଞ୍ଚଲ୍ୟକର ବୟାନ, 'ଲଡୁରେ ବ୍ୟବହୃତ ଘିଅ ଗୁଣବତ୍ତାରେ ହୋଇଛି ସାଲିସ' - Tirupati Laddu Row

ଏହା ବି ପଢନ୍ତୁ...NDDB ଲ୍ୟାବ ରିପୋର୍ଟରେ ପ୍ରମାଣିତ, ତିରୁପତି ମନ୍ଦିର ପ୍ରସାଦରେ ମିଶୁଥିଲା ପଶୁ ଚର୍ବି: ଟିଡିପି - ANIMAL FAT IN TIRUPATI LADDUS

Tirupati Temple
Tirupati Temple (ETV Bharat)

ଯାଞ୍ଚ କରିବ ଫୁଡ୍ ସେଫଟି ବିଭାଗ:

"ଶ୍ରୀମନ୍ଦିରକୁ କିଭଳି ଅପମିଶ୍ରିତ ଘିଅ ପ୍ରବେଶ ନ କରିବ ସେ ଦିଗରେ କଡ଼ା ନଜର ରଖାଯିବ। ତେବେ ଶ୍ରୀମନ୍ଦିରକୁ ଯୋଗାଣ ହେଉଥିବା ଘିଅ ସହିତ ଭୋଗ ପ୍ରସ୍ତୁତି ପାଇଁ ଆସୁଥିବା ଜିନିଷ ଯେଭଳି ନିମ୍ନମାନର ନହେବ ଫୁଡ୍ ସେଫଟି ବିଭାଗ ପକ୍ଷରୁ ଯାଞ୍ଚ କରାଯିବ। ଏପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କୌଣସି ଅପମିଶ୍ରିତ ଓ ନିମ୍ନମାନର ସାମଗ୍ରୀ ଯାଉଥିବା ନେଇ ପ୍ରଶାସନ ଦୃଷ୍ଟିକୁ ଆସିନାହିଁ। ଶ୍ରୀମନ୍ଦିର ଭିତରେ ବିଭିନ୍ନ ଦୀପ ଦୋକାନ ଥିବାବେଳେ ସେଠାରେ କେଉଁ ପ୍ରକାର ଘିଅ ବ୍ୟବହାର ହେଉଛି ତାହାର ମାନ ମଧ୍ୟ ଯାଞ୍ଚ କରାଯିବ," ବୋଲି କହିଛନ୍ତି ଜିଲ୍ଲାପାଳ ।

Srimandir Puri
Srimandir Puri (SJTA)

ତିରୁପତି ପ୍ରସାଦରେ ଅପମିଶ୍ରିତ ଘିଅ:

ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ଓ ନିମ୍ନମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଦେଶରେ ତେଜିଛି ବିବାଦ। ତତକାଳୀନ YSRCP ସରକାର ସମୟରେ ଏପରି କରାଯାଉଥିବା ଅଭିଯୋଗ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି । NDDB ଲ୍ୟାବ ରିପୋର୍ଟରେ ଏହା ପ୍ରମାଣିତ ହୋଇଥିବା କହିଛନ୍ତି ଶାସକ TDP ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.