ଓଡିଶା

odisha

2024 ଲୋକସଭା ନିର୍ବାଚନ; ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ, 96 ଆସନରେ ଭୋଟିଂ - Lok Sabha Polls Phase 4

By ETV Bharat Odisha Team

Published : May 12, 2024, 10:57 PM IST

Lok Sabha Election 2024: ସୋମବାର 2024 ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । 96 ଆସନରେ 1717 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ଅଧିକ ପଢନ୍ତୁ

Lok Sabha Election 2024
Lok Sabha Election 2024 (ETV Bharat Odisha)

ନୂଆଦିଲ୍ଲୀ:ଆସନ୍ତାକାଲି 2024 ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ସୋମବାର 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 96ଟି ଆସନରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ କାଲି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେହିପରି ତେଲୁଗୁ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କାଲି ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ଶେଷ ହେବ ।

Lok Sabha Polls Phase 4 (ETV Bharat Odisha)

ମୈଦାନରେ 1717 ପ୍ରାର୍ଥୀ:-ନାମାଙ୍କନ ପ୍ରକ୍ରିୟା ବେଳେ 96 ଆସନରେ ନାମାଙ୍କନ ଭରିଥିଲେ 4264 ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ 1970 ଜଣଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 2274ଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାଖ୍ୟାନ କରାଯାଇଥିଲା । ସେପଟେ 253 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ ଅଛନ୍ତି ମୋଟ 1717 ପ୍ରାର୍ଥୀ । ତେଲେଙ୍ଗାନା ସିକନ୍ଦରାବାଦରେ ସର୍ବାଧିକ 45 ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ ପ୍ରାର୍ଥୀଙ୍କ ସଂଖ୍ୟା ନବରଙ୍ଗପୁରରେ ରହିଛି । ମୋଟ 1717 ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ 1547 ଜଣ ଥିବା ବେଳେ ମହିଳା ପ୍ରାର୍ଥୀ ଅଛନ୍ତି 170 ଜଣ ।

Lok Sabha Polls Phase 4 (ETV Bharat Odisha)

ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସଂଖ୍ୟା:- ଆନ୍ଧ୍ରପ୍ରଦେଶରେ 25ଟି ଲୋକସଭା ଆସନରୁ 454 ପ୍ରାର୍ଥୀ ଲଢୁଥିବା ବେଳେ ବିହାର(5) ଆସନରୁ 55 ଜଣ ପ୍ରାର୍ଥୀ, ଜମ୍ମୁକାଶ୍ମୀର(1)ରୁ 24 ପ୍ରାର୍ଥୀ, ଝାଡ଼ଖଣ୍ଡ (4)ରୁ 45ଜଣ ପ୍ରାର୍ଥୀ, ମଧ୍ୟପ୍ରଦେଶ (8)ରୁ 74ଜଣ ପ୍ରାର୍ଥୀ, ମହାରାଷ୍ଟ୍ର (11)ରୁ 298ଜଣ ପ୍ରାର୍ଥୀ, ଓଡ଼ିଶା(4)ରୁ 37 ଜଣ ପ୍ରାର୍ଥୀ, ତେଲେଙ୍ଗାନା (17)ରୁ 525 ଜଣ ପ୍ରାର୍ଥୀ, ଉତ୍ତରପ୍ରଦେଶ (13)ରୁ 130 ଜଣ ପ୍ରାର୍ଥୀ ଓ ପଶ୍ଚିମବଙ୍ଗର 8 ଆସନରୁ 75 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

Lok Sabha Polls Phase 4 (ETV Bharat Odisha)

ଚର୍ଚ୍ଚିତ ଚେହେରା:-ଚତୁର୍ଥ ପର୍ଯ୍ୟାୟ ମତଦାନରେ ଅନେକ ଚର୍ଚ୍ଚିତ ଚେହେରା ରହିଛନ୍ତି । ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ସେମାନଙ୍କ ମଧ୍ୟରେ ଅଛନ୍ତି ଉତ୍ତର ପ୍ରଦେଶ କନୌଜ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ବେହରାମପୁରରୁ ରାଜ୍ୟ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ଟିଏମସି ନେତ୍ରୀ ମହୁଆ ମୋଇତ୍ରା, ତେଲେଙ୍ଗାନା ହାଇଦ୍ରାବାଦରୁ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି, ଆନ୍ଧ୍ରପ୍ରଦେଶ କଡାପାରୁ ୱାଇ.ଏସ ଶର୍ମିଳା, ପଶ୍ଚିମବଙ୍ଗ ବୁରଦ୍ବାନ-ଦୁର୍ଗାପୁରରୁ ବିଜେପି ବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ ।

Lok Sabha Polls Phase 4 (ETV Bharat Odisha)

ସେହିପରି ଆନ୍ଧ୍ରପ୍ରଦେଶ ରାଜମୁଣ୍ଡ୍ରିରୁ ବିଜେପି ପ୍ରାର୍ଥୀ ଦଗୁବତି ପୁରନ୍ଦେଶ୍ବରୀ, ତେଲେଙ୍ଗାନା କରିମନଗରରୁ ବଣ୍ଡି ସଞ୍ଜୟ କୁମାର, ସିକନ୍ଦରାବାଦରୁ ଜି କିଶନ ରେଡ୍ଡି, ପଶ୍ଚିମବଙ୍ଗ ବେହରାମପୁରରୁ ଏଆଇଟିସି ପ୍ରାର୍ଥୀ ତଥା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ, ଆସନସୋଲରୁ ଟିଏମି ନେତା ଶତ୍ରୁଘ୍ନ ସିହ୍ନା, ବିହାର ବେଗୁସରାଇରୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ ଓ ଝାଡ଼ଖଣ୍ଡ ଖୁଣ୍ଟିରୁ ବିଜେପି ନେତା ଅର୍ଜୁନ ମୁଣ୍ଡା ନିର୍ବାଚନୀ ମୈଦାନରେ ଅଛନ୍ତି ।

Lok Sabha Polls Phase 4 (ETV Bharat Odisha)

କୋଟିପତି ପ୍ରାର୍ଥୀ:- ଚତୁର୍ଥ ପର୍ଯ୍ୟାୟରେ ମୈଦାନରେ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ସବୁଠୁ କୋଟିପତି ହେଉଛନ୍ତି ଟିଡିପି ଗୁଣ୍ଟୁର ପ୍ରାର୍ଥୀ ଡଃ ଚନ୍ଦ୍ର ଶେଖର ପେମାସାଣି । ତାଙ୍କର ସମ୍ପତ୍ତି ମୂଲ୍ୟ 5705 କୋଟି । ଏହି ତାଲିକାର ସବୁଠୁ ଶେଷରେ ଥିବା କୋଟିପତି ପ୍ରାର୍ଥୀ ହେଉଛନ୍ତି AITC ଆସନସୋଲ ପ୍ରାର୍ଥୀ ଶତ୍ରୁଘ୍ନ ପ୍ରସାଦ ସିହ୍ନା । ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ କୋଟିପତି ପ୍ରାର୍ଥୀ ଯଥାକ୍ରମେ ବିଜେପି ଚେଭେଲା ପ୍ରାର୍ଥୀ କୋଣ୍ଡା ବିଶ୍ବେଶ୍ବର ରେଡ୍ଡି (4568କୋଟି), ଟିଡିପି ନେଲୋର ପ୍ରାର୍ଥୀ ପ୍ରଭାକର ରେଡ୍ଡି (716କୋଟି), ବିଜେପି କ୍ରୀଷ୍ଣାନଗର ପ୍ରାର୍ଥୀ ଅମ୍ରିତା ରଏ (554କୋଟି) ଓ ବିଜେପି ଅନକାପଲି ପ୍ରାର୍ଥୀ ସି.ଏମ ରମେଶ (487 କୋଟି )

Lok Sabha Polls Phase 4 (ETV Bharat Odisha)

ଶିକ୍ଷାଗତ ଯୋଗ୍ୟତା:- ଚତୁର୍ଥ ପର୍ଯ୍ୟାୟରେ ମୈଦାନରେ ଥିବା 1717 ସାଂସଦ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅଶିକ୍ଷିତ 26 ଜଣ ପ୍ରାର୍ଥୀ ଥିବା ବେଳେ ଶିକ୍ଷିତ 56, ପଞ୍ଚମ ପାସ୍‌ 71, ଅଷ୍ଟମ ପାସ୍‌ 129, ଦଶମ ପାସ୍‌ 203, ଦ୍ବାଦଶ ପାସ୍‌ 248, ସ୍ନାତକ 348, ବୃତ୍ତିଗତ ସ୍ନାତକ 195, ସ୍ନାତକୋତ୍ତର 356, ପିଏଚଡି 45, ଡିପ୍ଲୋମା ଡିଗ୍ରୀଧାରୀ 66 ଜଣ ରହିଛନ୍ତି ।

ପଢନ୍ତୁ ନିର୍ବାଚନ ସମ୍ବନ୍ଧୀୟ କିଛି ଖବର:

ଓଡ଼ିଶା ଲୋକସଭା ନିର୍ବାଚନ 2024: ମୈଦାନରେ 243 ପ୍ରାର୍ଥୀ, 28 ଆସନରେ ପଡ଼ିବ ଭୋଟ୍‌

2024 ଲୋକସଭା ନିର୍ବାଚନ; ରାତି ପାହିଲେ ପଡ଼ିବ ଭୋଟ, 37 ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ପ୍ରଥମ ପର୍ଯ୍ୟାୟରେ ୨୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ; ମଇଦାନରେ ହେଭିୱେଟ, କାହାକୁ ଭରସା କରିବେ ଭୋଟର ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details