ETV Bharat / bharat

ପୋଲିସ ଏନକାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ସଫା - KHALISTANI TERRORISTS KILLED

ପଞ୍ଜାବରେ ଗ୍ରେନେଡ୍ ଆକ୍ରମଣରେ ସାମିଲ ଥିଲେ ୩ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତରପ୍ରଦେଶରେ ଏନକାଉଣ୍ଟରରେ ନିହତ ।

Khalistani terrorists killed
Khalistani terrorists killed (ETV BHARAT ODISHA)
author img

By ETV Bharat Odisha Team

Published : Dec 23, 2024, 1:07 PM IST

ଲକ୍ଷ୍ମୌ: ପଞ୍ଜାବରେ ଗ୍ରେନେଡ୍ ଆକ୍ରମଣ, ଉତ୍ତରପ୍ରଦେଶରେ ଏନକାଉଣ୍ଟର । ପୋଲିସ ଚେକପଏଣ୍ଟ ଉପରେ ଗ୍ରେନେଡ ମାଡ ଘଟଣାରେ ସମ୍ପୃକ୍ତ ୩ ଖଲିସ୍ତାନୀ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ । ଆଜି (ସୋମବାର) ଉତ୍ତରପ୍ରଦେଶର ପିଲିଭିତରେ ଏସଟିଏଫ, ଉତ୍ତରପ୍ରଦେଶ ପୋଲିସ ଓ ପଞ୍ଜାବ ପୋଲିସ ମିଳିତ ଅପରେସନରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।

୩ ଖଲିସ୍ତାନୀ ଆତଙ୍କବାଦୀ ନିହତ:

ଉତ୍ତରପ୍ରଦେଶ ପିଲିଭିତରେ ଏସଟିଏଫ ଓ ପଞ୍ଜାବ ପୋଲିସ ମିଳିତ ଅପରେସନରେ ବଡ ସଫଳତା । ସୋମବାର ୩ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ କରିଛି ପୋଲିସ । ନିହତ ସମସ୍ତ ଆତଙ୍କୀ ପାକିସ୍ତାନ ପାଣ୍ଠି ଯୋଗାଉଥିବା ଖଲିସ୍ତାନ ଜିନ୍ଦାବାଦ ଫୋର୍ସ (Pak Sponsored Khalistan Zindabad Force) ହୋଇଥିବା ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଥାନା ଚେକପଏଣ୍ଟ ଆକ୍ରମଣ କରିଥିଲେ ଆତଙ୍କବାଦୀ:

୩ ଜଣ ଯାକ ପଞ୍ଜାବ ଗୁରଦାସପୁର ଜିଲ୍ଲାରେ ପୋଲିସ ଚେକ୍ ପଏଣ୍ଟ ଉପରେ ଗ୍ରେନେଡ ମାଡ କରି ଫେରାର ହୋଇଯାଇଥିଲେ । ପିଲିଭିତରେ ସେମାନେ ଲୁଚି ରହିଥିବା ନେଇ ପଞ୍ଜାବ ପୋଲିସ ଉତ୍ତରପ୍ରଦେଶ ପୋଲିସକୁ ଜଣାଇବା ପରେ ୟୁପି ପୋଲିସ, ଏସଟିଏଫ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପିଲିଭିତର ପୁରନପୁର ଅଞ୍ଚଳରେ ପୋଲିସ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ନିହତ ଆତଙ୍କବାଦୀମାନେ ଗୁରଦାସପୁରରେ ବାସ କରୁଥିବା ଗୁରବିନ୍ଦର ସିଂହ, ବିରେନ୍ଦ୍ର ସିଂହ (ରବି) ଓ ଜସପ୍ରିତ ସିଂହ(ପ୍ରତାପ ସିଂହ) । ଏନକାଉଣ୍ଟରରେ ଗୁଳି ବାଜିବା ପରେ ସମସ୍ତ ଆହତଙ୍କୁ ପୁରନପୁର ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏମାନଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ, ୨ଟି ପିସ୍ତଲ ଓ ବିପୁଳ ପରିମାଣରେ ଗୁଳିଗୋଳା ଜବତ ହୋଇଛି ।

ପିଲିଭିତ ଏସପି ଅଭିନାଶ ପାଣ୍ଡେୟ କହିଛନ୍ତି," ଏନକାଉଣ୍ଟରରେ ନିହତ ୩ ଆତଙ୍କବାଦୀ ପଞ୍ଜାବ ଗୁରଦାସପୁର ନିବାସୀ । ଏମାନେ ହେଉଛନ୍ତି ୨୫ ବର୍ଷୀୟ ଗୁରବିନ୍ଦର ସିଂହ, ୨୩ ବର୍ଷୀୟ ବିରେନ୍ଦ୍ର ସିଂହ ଓ ୧୮ ବର୍ଷୀୟ ଜସପ୍ରୀତ ସିଂହ । ଏମାନଙ୍କ ପାଖରେ ଗୋଟିଏ ଚୋରି ବାଇକ ମଧ୍ୟ ଥିଲା ଯାହା ପୁରନପୁରରୁ ଚୋରି ହୋଇଥିଲା । ଏଥିସହ ୨ଟି ଏକେ-୪୭ ରାଇଫଲ, ୨ଟି ବିଦେଶୀ ପିସ୍ତଲ ଓ ଅନେକ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି । ଅଭିଯୁକ୍ତ ମାନେ ପଞ୍ଜାବରେ ପୋଲିସ ଚେକ ପଏଣ୍ଟ ଉପରେ ଗ୍ରେନେଡ ଆକାଟ୍ କରିଥିଲେ । ଏନକାଉଣ୍ଟର ସମୟରେ ଅଭିଯୁକ୍ତମାନଙ୍କ ଗୁଳିମାଡରେ ୨ଜଣ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି ।"

3 Khalistani terrorists killed
3 Khalistani terrorists killed (ETV Bharat)

ଘଟଣାକୁ ଉତ୍ତରପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, "ଏହି ଅପରେସନ ପିଲିଭିତ ଏସପି ଅଭିନାଶ ପାଣ୍ଡେୟଙ୍କ ନିର୍ଦ୍ଦେଶରେ ହୋଇଛି । ଏହି ୩ ଆତଙ୍କବାଦୀ ଉତ୍ତରପ୍ରଦେଶ ପିଲିଭିତରେ ଲୁଚି ରହିଥିବା ନେଇ ପଞ୍ଜାବ ପୋଲିସ ୟୁପି ପୋଲିସକୁ ସୂଚନା ଦେଇଥିଲେ । ୩ ଜଣଯାକ ଗୁରଦାସପୁରରେ ପୋଲିସ ଚେକ୍ ପଏଣ୍ଟ ଉପରେ ଗ୍ରେନେଡ ଆକ୍ରମଣ ମାମଲାରେ ଜଡିତ ଥିଲେ । ଏମାନଙ୍କୁ ଏସଟିଏଫ ଓ ପଞ୍ଜାବ ପୋଲିସ ସରେଣ୍ଡର କରିବାକୁ କହିଥିଲେ । କିନ୍ତୁ ସରେଣ୍ଡର କରିବାକୁ ମନା କରିବା ସହ ସେମାନେ ପ୍ରଥମେ ପୋଲିସ ଉପରେ ଗୁଳି ଚଳାଇଥିଲେ । ଯାହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳିମାଡ ହୋଇଥିଲା । ଏହି ସମୟରେ ୩ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ପଞ୍ଜାବ ଓ ୟୁପି ପୋଲିସର ମିଳିତ ଅପରେସନରେ ବଡ ସଫଳତା ହାସଲ ହୋଇଛି ।"

ଏହାମଧ୍ୟ ପଢନ୍ତୁ...

କୁଲଗାମରେ ଏନକାଉଣ୍ଟର, ୫ ଆତଙ୍କୀ ସଫା

ନିର୍ବାଚନ ପରେ କାଶ୍ମୀରରେ ବଡ଼ ଆତଙ୍କୀ ହମଲା, ଡାକ୍ତର ଏବଂ ୬ ଶ୍ରମିକଙ୍କୁ ହତ୍ୟା

SCO ସମ୍ମିଳନୀ ପୂର୍ବରୁ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ

JK Encounter: କୁପୱାରାରେ ୩ ଆତଙ୍କୀ ନିପାତ, ରଜୌରୀରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ - Rajouri Encounter

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.