ETV Bharat / state

ମଣ୍ଡି ବୁଲି ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଚାଷୀ ଆଣିଲେ କଟନୀ ଛଟନୀ ଅଭିଯୋଗ - MUKESH MAHALING VISITED MANDI

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ବଲାଙ୍ଗୀରରେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ପରଖିଛନ୍ତି । ସେପଟେ ଚାଷୀ ସେମାନଙ୍କ ନିକଟରେ ଧାନ କଟନୀଛଟନୀ ଅଭିଯୋଗ ଆଣିଛନ୍ତି ।

MUKESH MAHALING VISITED MANDI
MUKESH MAHALING VISITED MANDI (ETV Bharat Odisha)
author img

By ETV Bharat Odisha Team

Published : Dec 23, 2024, 9:35 PM IST

ବଲାଙ୍ଗୀର: ଅଚାନକ ମଣ୍ଡି ଗସ୍ତ କରି ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି(ସୋମବାର) ଅଚାନକ ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ଏହି ସମୟରେ ଧାନ କଟନୀଛଟନୀ ନେଇ ଚାଷୀମାନେ ଅଭିଯୋଗ କରିଥିବା ବେଳେ 24 ବର୍ଷର ଦୁର୍ନୀତିକୁ ଆମେ ଧୀରେ ଧୀରେ ଠିକ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।

ମଣ୍ଡି ବୁଲିଲେ ମନ୍ତ୍ରୀ:

MUKESH MAHALING VISITED MANDI (ETV Bharat Odisha)

ଆଜି (ସୋମବାର) ନିଜ ନିର୍ବାଚନ ମଣ୍ଡଳୀ ପୁଇନ୍ତଳା ବ୍ଲକର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ସମୟରେ ଚାଷୀମାନେ ମଣ୍ଡିରେ ହେଉଥିବା ଧାନ କଟନୀଛଟନୀ ଓ ଫଟା ବସ୍ତା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଚାଷୀଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

କଟନୀ ଛଟନୀ ଅଭିଯୋଗ ଆଣିଲେ ଚାଷୀ:

MUKESH MAHALING VISITED MANDI
MUKESH MAHALING VISITED MANDI (ETV Bharat Odisha)

ଧାନ ଚାଷୀ ଗୋବିନ୍ଦ ପ୍ରଧାନ କହିଛନ୍ତି " ଅନ୍ୟ ମଣ୍ଡିରେ ଦୁଇ କେଜି କଟନୀ ହେଉଥିବା ବେଳେ ଆମ ସାଉଁତପୁର ମଣ୍ଡିରେ ପାଞ୍ଚ କେଜି କଟନୀ ହେଉଛି । ସେହିପରି ଏଠି ଫଟା ଅଖା ବସ୍ତା ଦେଉଛନ୍ତି ଯେଉଁଥିରେ ଧାନ ଆଣିବା ସମ୍ଭବ ହେଉ ନାହିଁ । ସେହିପରି ଆମେ ଜରି ବସ୍ତାରେ ଧାନ ଭରି ସାରିଥିବା ବେଲେ ଏବେ ପୁଣି ଅଖା ବସ୍ତାରେ ଧାନ ଭରିବୁ ଯାହାର ଖର୍ଚ୍ଚ କିଏ ଦେବ ? ସେହିପରି ଅନ୍ୟପଟେ ଅଖା ବସ୍ତା ବଦଳରେ ଜରି ବସ୍ତା ଗ୍ରହଣୀୟ ହେଉଛି । ତେଣୁ ଏଠି ମଧ୍ୟ ତାକୁ ଗ୍ରହଣ କରାଯାଉ । "

ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ:

ଅନ୍ୟପଟେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ମୁଁ ଆଜି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାନ ମଣ୍ଡି ବୁଲୁଛି । ଗ୍ରାଉଣ୍ଡର ସ୍ଥିତି ପରଖିଛି ଏବଂ ସବୁଠି ଲୋକେ କୃତଜ୍ଞତା ସହ ହୃଦୟରୁ ଏହି ସରକାରକୁ ଧନ୍ୟବାଦ ଜଣାଇଛନ୍ତି । ଯେହେତୁ ସେମାନେ 31 ଶହ ଟଙ୍କାରେ ଧାନ ବିକ୍ରି କରୁଛନ୍ତି ତା ପାଇଁ ଖୁସି ଅଛନ୍ତି । ଆମେ ଯାହା କହିଥିଲୁ ତାହା କରିକି ଦେଖାଇଛୁ । ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଆମେ ନିଶ୍ଚିତ ଭାବରେ 24 ବର୍ଷର ସମସ୍ୟାକୁ ଉତ୍ତରାଧିକାରୀ ଭାବରେ ପାଇଛୁ । ଗତ ସରକାର ପ୍ଲାଷ୍ଟିକ ବସ୍ତା ଦୁର୍ନୀତି କରି ଆସିଥିଲା ହେଲେ ଆମେ ଚାଷୀଙ୍କୁ ଝୋଟ ବସ୍ତା ଯୋଗାଇ ଦେଉଛୁ । ସେହିପରି ଧାନ ଠିକରେ କିଣିବା ପାଇଁ ଆମେ ସବୁ ପ୍ରକାରର ମେସିନାରୀ ସବୁଠି ବ୍ୟବସ୍ଥା କରିଛୁ ।"

ବଲାଙ୍ଗୀରରୁ 2ରୁ ଆରମ୍ଭ ହୋଇଛି ଧାନକିଣା

ବଲାଙ୍ଗୀରରେ ଗତ ଡିସେମ୍ବର ଦୁଇ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । 15 ଦିନ ବିଳମ୍ବରେ ଏବେ ଧାନ କିଣା ଚାଲିଛି । ସେହିପରି 147ଟି ପେକ୍ସ ଓ 18 ମହିଳା ଏସଏଚଜି ଦ୍ୱାରା ଧାନ କିଣା ହେବ । ଯେଉଁଥିରୁ ଏଯାଏଁ 140ଟି ପେକ୍ସ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଛି । ସେହିପରି ମିଲରଙ୍କ ମନମାନି ଯୋଗୁଁ ସବୁଠି ୫ କିଲୋରୁ ୬ କିଲୋ ଧାନ କଟନୀ ହେଉଥିବାର ଅଭିଯୋଗ ଆସିଛି ।

ଏହାମଧ୍ୟ ପଢନ୍ତୁ...

ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କୁ ଘାରିଛି ବର୍ଷା ଭୟ

କଳାହାଣ୍ଡିରେ ଆରମ୍ଭ ହେଲା ଧାନ ମଣ୍ଡି

ଧାନମଣ୍ଡି ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଟୋଲ୍ ଫ୍ରି ନମ୍ବର ଜାରି

ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.