ETV Bharat / state

ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା, ମଣ୍ଡିରେ ଧାନ FAQ ବାଦ୍ ଦେବାକୁ ବିଜେଡିର ଦାବି - PADDY DAMAGE

ଧାନ ଫସଲ କ୍ଷତି ପରେ ମଣ୍ଡିରେ ଧାନ ଗୁଣାତ୍ମକ ମାନ ବାଦ ଦେବାକୁ ଦାବି କରିଛି ଗଞ୍ଜାମ ବିଜେଡି । କ୍ଷୟକ୍ଷତିର ଆକଳନ କରି ଉଦାରତା ମନୋଭାବ ପୋଷଣ କରିବାକୁ କହିଲେ ମନ୍ତ୍ରୀ ।

ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା
ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା (ETV Bharat Odisha)
author img

By ETV Bharat Odisha Team

Published : Dec 23, 2024, 9:44 PM IST

ବ୍ରହ୍ମପୁର/ସମ୍ୱଲପୁର/ବାଲେଶ୍ୱର: ଅଦିନିଆ ବର୍ଷା ଡାକିଆଣିଲା ଦୁଃଖ । ପାଣିରେ ଲୋଟିଲା ହେକ୍ଟର ହେକ୍ଟର ଧାନ ଫସଲ । ଧାନ ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ । ଏପଟେ ଅଦିନିଆ ବର୍ଷା ପାଇଁ ଗଞ୍ଜାମ ଜିଲ୍ଲାର ୨୨ବ୍ଲକରେ ଅଧିକା ଧାନ ଚାଷ ପ୍ରଭାବିତ ହେବା ସହିତ ଅନେକ ଚାଷ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ମଣ୍ଡିରେ ଏଫଏକ୍ୟୁ (FAQ) ବାଦ ଦେଇ ଚାଷୀଙ୍କ ଆଦାୟ ହୋଇଥିବା ସମସ୍ତ ଧାନକୁ ପ୍ରଶାସନ ପକ୍ଷରୁ ସଂଗ୍ରହ କରିବାକୁ ଦାବି କରିଛି ଗଞ୍ଜାମ ଜିଲ୍ଲା ବିଜେଡି । ସେପଟେ ଗଞ୍ଜାମ ଜିଲ୍ଲା ସମେତ ଅଦିନିଆ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଚାଷର ସଠିକ୍ ଆକଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଚାଷୀଙ୍କ ପ୍ରତି ଉଦାରତା ମନୋଭାବ ପୋଷଣ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା (ETV Bharat Odisha)

ସରକାରୀ ଉଦାସୀନତା ଓ ଆଗୁଆ ସୂଚନା ଦିଆନଯିବାକୁ ଦାୟୀ କଲା ବିଜେଡି:

ଅଦିନିଆ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ଧାନ ଚାଷ ବେଶ ମାତ୍ରାରେ ପ୍ରଭାବିତ ହେବା ଘଟଣାକୁ ନେଇ ସରକାରୀ କଳକୁ ଦାୟୀ କରିଛି ବିରୋଧି ବିଜୁ ଜନତା ଦଳ । ପୂର୍ବରୁ ରାଜ୍ୟରେ ରହିଥିବା ପୂର୍ବ ସରକାରଙ୍କ ପକ୍ଷରୁ ଧାନ କାଟିବା ସମୟରେ ଏପରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିବାର ପୂର୍ବାନୁମାନ କିମ୍ୱା ସୂଚନା ଆସିଲେ ତାହାକୁ ତୁରନ୍ତ ଚାଷୀ ମାନଙ୍କୁ ଅବଗତ କରି ସତର୍କ କରିଦିଆଯାଉଥିଲା । ହେଲେ ଚଳିତଥର ତାହାକୁ କରାଯାଇନଥିବା ଯୋଗୁଁ ଚାଷୀ ତାର ଅମଲ ଧାନ ସହିତ ପନିପରିବା ଫସଲକୁ ବଞ୍ଚାଇ ପାରିଲା ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସମୟରେ ସମାଲୋଚନା କରିଛନ୍ତି ଦଳର ବିଜେଡି ଦଳର ନେତା ତଥା ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭୃଗୁବକ୍ସି ପାତ୍ର ।

ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା
ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା (ETV Bharat Odisha)

ଧାନ ଫସଲ ନଷ୍ଟ ପାଇଁ ସରକାରଙ୍କୁ ଦାୟୀ କଲା ବିଜେଡି:

ଏନେଇ ବିଜେଡି ନେତା ଭୃଗୁବକ୍ସି ପାତ୍ର କହିଛନ୍ତି, ‘ବିଗତ ଦଶନ୍ଧି ମଧ୍ୟରେ ଓଡିଶା ବିଶେଷ ଭାବରେ ଗଞ୍ଜାମ ଭଳି ଉପକୂଳ ଜିଲ୍ଲା ଅନେକ ବାତ୍ୟା ଓ ଲଗାଣ ଅଦିନିଆ ବର୍ଷାର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିଗତ ଦିନର ବିଜୁ ଜନତା ଦଳର ସରକାରରେ ସରକାରଙ୍କ ତତ୍ପରତା, ପ୍ରଶାସନିକ ସଚେତନା ଯୋଗୁଁ ଗଞ୍ଜାମର କୃଷକ ମାନେ ସତର୍କ ହୋଇ କୃଷି କାର୍ଯ୍ୟର କୃଷି ଉତ୍ପାଦନକୁ ସୁରକ୍ଷା ଦେବାରେ ସମର୍ଥ ହେଉଥିଲେ । ହେଲେ ଶୀତଦିନିଆ ଅଦିନ ମେଘ ପୂର୍ବରୁ ସରକାରୀ କଳର ଅପାରଗତା ଏବଂ ଆଗୁଆ ଆକଳନ ସହ ସତର୍କ ସୂଚନା ଚାଷୀ ପାଖରେ ନପହଞ୍ଚିଥିବା ଯୋଗୁଁ ଗଞ୍ଜାମର ୨,୨୩,୫୦୦ ହେକ୍ଟର ଜମିର ଧାନ ଫସଲ ସହ ଶୀତଦିନିଆ ପନିପରିବା ଚାଷୀ ମାତ୍ରାଧିକ କ୍ଷତିରେ ସମ୍ମୁଖିନ ହୋଇଛି ।’

ଧାନର ଏଫଏକ୍ୟୁ ମାନ ତଥା ଗୁଣାତ୍ମକ ମାନରେ କୋହଳ କରିବାକୁ ଦାବି:

ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାନର ଏଫଏକ୍ୟୁ ମାନ ତଥା ଗୁଣାତ୍ମକ ମାନ କୋହଳ କରିବା ଆବଶ୍ୟକ ରହିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ଦଳର ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେପରି ଧାନସଂଗ୍ରହ ପୂର୍ବରୁ ଅଦିନିଆ ବର୍ଷାରେ ଯେପରି ଧାନ ଚାଷ ଜମିରେ ବୁଡି ରହିଛି ତାହାକୁ ବାହାରକୁ ଆଣି ଶୁଖାଇବା, ପାଣି ବାହାର କରିବା, ଚାଷ ହୋଇଥିବା ଧାନକୁ ରାସ୍ତା ଉପରକୁ ଆଣି ତାକୁ ସୁଖାଇବା ପାଇଁ କୁହାଯାଉଥିବା ବେଳେ ସରକାର ବର୍ତ୍ତମାନ ଆଦାୟ ଧାନ ଗଜା ହୋଇସାରିଥିବା ବିଷୟ ଜାଣନ୍ତୁ ବୋଲି କହିଛି ବିଜୁ ଜନତା ଦଳ ।

କୃଷକଙ୍କ ଜଳକର ଓ ଋଣ ଛାଡ କରିବାକୁ ଦାବି:

ଗଞ୍ଜାମ ଜିଲ୍ଲାରେ ଆଗାମୀ ଜାନୁଆରୀ ୩ ତାରିଖରୁ ଯେଉଁ ମଣ୍ଡି ଖୋଲାଯିବା ସେଥିରେ ଚାଷୀର ଆଦାୟ ହୋଇଥିବା ଧାନକୁ ନିଆଯିବା ସହିତ ଚାଷୀର ଜଳକର ଏବଂ ରଣ ଛାଡ କରିବାକୁ ଦାବି କରିଛି ବିଜେଡି । କୃଷକ ଖଳାରେ ଜମା କରିଥିବା ବେଳେ ବର୍ଷା ପାଣି ଖାଇ ଅନେକ ଧାନ ଗଜା ହେବା ଆରମ୍ଭ କରିଥିବା ଯୋଗୁଁ ଧାନର ଆଦ୍ରତା, ଧାନ ଫିକା ରଙ୍ଗ ପଡିବା, ଧୂସରିଆ ହେବା ସହ ସରକାରୀ ନିର୍ଦ୍ଧାରିତ ରଙ୍ଗ ସହ ମେଳ ନଖାଇବା, ଗମଧାନ, ଗତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇଛି ।

ଅଦିନିଆ ବର୍ଷା ଯୋଗୁଁ ପାଣି ଜମି ଧୂସରିଆ, ବେରଙ୍ଗ ହୋଇଥିବା, ଗମି ଯାଇଥିବା ଧାନକୁ କ୍ରୟକରିବା ପାଇଁ ସରକାରୀ ସୃଷ୍ଟ ନୀତି ନିର୍ଦ୍ଧାରଣର ନିର୍ଦେଶନାମା ଜାରି ଯଥା- ନଷ୍ଟ ଓ ଆଶିଂକ ନଷ୍ଟ ଧାନ ପରିମାଣକୁ ୫-୬%, ବେରଙ୍ଗ ତଥା ଗମ ଧାନକୁ ୫%-୭% ଭଙ୍ଗା ତଥା ଗଢି ଧାନ(ଖୁଦ ହେବାର ସମ୍ଭାବନା) ତାହାର ୩୦% କୋହଳ ଗୁଣାତ୍ମକ ମାନ ଜିଲ୍ଲା ପ୍ରଶାସନ ଗ୍ରହଣ କରିବାକୁ ସରକାରୀ ନିର୍ଦ୍ଦେଶ ଜାରି କରାଯିବା ସହିତ ହେକ୍ଟର ପ୍ରତି କ୍ଷତିର ସହାୟ ମୂଲ୍ୟକୁ ବୃଦ୍ଧି କରିବା,ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ୨.୪ ଲକ୍ଷରୁ ଅଧିକ ଭାଗଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି କ୍ଷତିପୂରଣ ନୀତି ନିର୍ଦ୍ଧାରଣ କରିବାକୁ କୁହାଯାଇଛି ।

କେବଳ ଧାନ ନୁହେଁ ପନିପରିବା ଚାଷ ମଧ୍ୟ ପ୍ରଭାବିତ:

ଅଦିନିଆ ବର୍ଷାରେ କେବଳ ଧାନ ଚାଷ ନୁହେଁ ବାଇଗଣ, ଫୁଲକୋବି, ଫଳକୋବି, ମୂଳା, ମଟର, ଝୁଡୁଙ୍ଗ, ଝଟା ଭଳି ପନିପରିବା ଚାଷ କରି ଜୀବନ ବିତାଉଥିବା ଚାଷୀ ମାନଙ୍କ ଚାଷ ଅନେକ ମାତ୍ରାରେ ଉପରେ ମଧ୍ୟ ଅଦିନିଆ ମେଘ ଦାଉ ସାଧିଥିବା କୁହାଯାଇଛି । ଏଣୁ ଆଧୁନିକ ବୈଷୟିକ ଜ୍ଞାନ କୌଶଳରେ ସମସ୍ତ ପ୍ରକାର କୃଷି କ୍ଷେତ୍ରର କ୍ଷତିର ଯୁଦ୍ଧକାଳୀନ ଆକଳନ ଏବଂ ଆର୍ଥିକ ସହାୟତା ପ୍ରଦାନ ,କୃଷି ଋଣ ସହ କୃଷକର ମୁଣ୍ଡ ଉପରେ ରହିଥିବା ଅନ୍ୟାନ୍ୟ ଋଣ ଛାଡ ,ସମସ୍ତ ବର୍ଗର ଚାଷୀଙ୍କୁ ଜଳକର ଓ ଖଜଣା ଛାଡ କରିବାକୁ ଦାବି କରାଯାଇଥିବା କହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା

ଫସଲ କ୍ଷୟକ୍ଷତିର ସଠିକ ଆକଳନ କରି ଉଦାରତା ମନୋଭାବ ପୋଷଣ କର: ରାଜସ୍ୱ ମନ୍ତ୍ରୀ

ଅଦିନିଆ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ଚାଷ ସହିତ ଅନ୍ୟାନ୍ୟ ଚାଷ ପ୍ରଭାବିତ ହେବା ଘଟଣାକୁ ନେଇ ସମ୍ୱଲପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କି, ‘ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରି ଉଦାରତା ମନୋଭାବ ପୋଷଣ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ କହିଛି ।’

ଏଥିସହ ଗଞ୍ଜାମ ଜିଲ୍ଲାପାଳଙ୍କ ସହିତ କଥା ହୋଇଥିବା ବେଳେ ଜିଲ୍ଲାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଭୂତି ଜେନା ରହି ସମସ୍ତ ବିଷୟକୁ ତଦାରଖ କରୁଥିବା କହିବା ସହିତ ସେ ନିଜେ ଆରଡିସିଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ । ବର୍ଷା ପାଇଁ କ୍ଷୟକ୍ଷତି ହୋଇଥିବା ଫସଲର ସଠିକ ଆକଳନ କରାଇବା ସହିତ ବର୍ଷା କାରଣରୁ ସଠିକ୍ ଆକଳନ ହୋଇପାରିନଥିବା ଏବଂ ସୁଖିଲା ପାଗ ଆରମ୍ଭ ହେଲେ ତାହାକୁ କରାଇବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ:

ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ‘ଯେଉଁ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇନାହିଁ ସେଠାକାର ତହସିଲଦାର, ଆର୍.ଆଇ, ଅମିନ ମାନଙ୍କୁ ଫେରସ୍ତ ଅଣାଯାଇଛି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ । ପୂରା କ୍ଷେତ୍ର କର୍ମଚାରୀ ପ୍ରସ୍ତୁତ ରହିଥିବା ବେଳେ ବର୍ଷା କମିଯିବା ପରେ କ୍ଷୟକ୍ଷତିର ପୂରା ହିସାବ କିତାବ ନିଖୁଣ ହେବ ଏବଂ ଆବଶ୍ୟକ ପଡିଲେ ମୁଁ ମଧ୍ୟ ଗସ୍ତ କରିବି ।’ ଜିଲ୍ଲାପାଳଙ୍କୁ କ୍ଷତିପୂରଣ ବାବଦରେ ଉଦାରତାର ସହିତ ପର୍ଯ୍ୟାପ୍ତ କ୍ଷତିପୂରଣର ଚିନ୍ତା କର ଆମେ ପ୍ରସ୍ତୁତ ଅଛୁ ଅର୍ଥ ଦେବା ପାଇଁ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି ଚାଷୀଙ୍କ ଯେଉଁ କ୍ଷୟକ୍ଷତି ହେଲା ସେମାନେ ଆଦୌ ନିରାଶ ନହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେବା ସହିତ ସମସ୍ତଙ୍କୁ କ୍ଷୟକ୍ଷତିର ହିସାବ କରାଯିବ, ଯେଉଁ ଧାନ ବଞ୍ଚିଥିବ ତାକୁ ବିକ୍ରି କରିବାର ସହାୟତା ମଧ୍ୟ ପ୍ରଦାନ କରିବେ ଏବଂ ଯେଉଁ ଧାନ ନଷ୍ଟ ହୋଇଯାଇଥିବ କ୍ଷତିପୂରଣ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଚାଷୀଙ୍କୁ ନେଇ ସରକାର ଚିନ୍ତା କରୁଛନ୍ତି: ଖାଦ୍ୟ ଯୋଗାଣ ମନ୍ତ୍ରୀ
ରାଜ୍ୟରେ ଅଦିନିଆ ବର୍ଷାରେ ଧାନ ଚାଷ ବହୁ ମାତ୍ରାରେ ପ୍ରଭାବିତ ହେବା ଘଟଣାକୁ ନେଇ ବାଲେଶ୍ୱର ଗସ୍ତରେ ଆସିଥିବା ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ବାବଦରେ ଶାସକ ଦଳର ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିବା ଏବଂ ରାଜ୍ୟ ସରକାର ମଧ୍ୟରେ ଚିନ୍ତିତ ରହିଥିବା କହିବା ସହିତ ଯଦି ସେଭଳି କୌଣସି ସମସ୍ୟା ଦେଖାଯାଏ ତାହାକୁ ନେଇ ବିଚାର କରାଯିବ ବୋଲି କହିଛନ୍ତି । ରାଜ୍ୟରେ ଅଦ୍ୟାବଧି ଏକ ଲକ୍ଷ ୪୦ ହଜାର କୃଷକ ସେମାନଙ୍କ ଧାନ ବିକ୍ରି କରିସାରିଥିବା ବେଳେ ଏଫ୍.ଏ.କ୍ୟୁ ମାନର ଦେଇଛନ୍ତି । ଏଫ୍.ଏ.କ୍ୟୁ କୌଣସି ଅଲଗା ଧାନ ନୁହେଁ । ଚାଷୀ ତାର ଅମଳ ଧାନକୁ ଶୁଖାଇକି, ସଫେଇ କରି ଆଣିବା ହିଁ ଏଫ୍.ଏ.କ୍ୟୁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

୩ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ, ୫ ଦିନରେ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଅଦିନିଆ ବର୍ଷା ଉଜାଡିଲା ଧାନ, କ୍ଷେତରେ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ

ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା

ବିଲରେ ଭାସୁଛି ଧାନ, ବର୍ଷକର ରୋଜଗାର ପାଣିରେ ପକାଇ ଦେଲା ବର୍ଷା

ମଣ୍ଡିରେ ପଡ଼ି ରହିଛି ଧାନ, ଚାଷୀଙ୍କୁ ଘାରିଛି ବର୍ଷା ଭୟ

ଚାଷୀଙ୍କ ପାଖକୁ ସରକାର ଆସିଛି, ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛୁ:

ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲାର ଧାନ ଚାଷ ଜମିରେ ପାଣି ଜମି ରହି କ୍ଷୟକ୍ଷତି ହେବା ଘଟଣାକୁ ନେଇ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ସମୟରେ ଚାଷୀଙ୍କ ପାଖକୁ ସରକାର ଆସିଛି । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ତଥା ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଭିନ୍ନ ଅଞ୍ଚଳ ଗସ୍ତ ସମୟରେ ବାସ୍ତବ ଚିତ୍ର ଦେଖୁଥିବା, ଧାନ ଗଦାରେ ମଧ୍ୟ ପାଣି ଜମିଥିବା ଦେଖିଥିବା କହିଛନ୍ତି । ଗଞ୍ଜାମ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପ୍ରଶାସନ ପହଞ୍ଚିବାକୁ କୁହାଯାଇଥିବା ବେଳେ ଲଗାଣ ବର୍ଷା କ୍ଷତି କରିଛି ସେଥିରେ ଚାଷୀ ନଭାଙ୍ଗିପଡୁ ଏବଂ ତାର ଧାନ ମଣ୍ଡିରେ ବିକ୍ରି କରିବା ସହିତ ସମାନ୍ତରାଳ ଭାବରେ କ୍ଷତିର ଆକଳନ ମଧ୍ୟ ଜାରି ରହୁ ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର / ସମ୍ୱଲପୁର/ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.