ETV Bharat / bharat

ପ୍ରେମରୁ ଆରମ୍ଭ ଫ୍ରିଜରେ ଶେଷ, ପ୍ରେମିକାକୁ ମାରି 11 ମାସ ଧରି ଫ୍ରିଜରେ ରଖିଥିଲା ପ୍ରେମିକ - WOMAN BODY IN FRIDGE

ସିନ୍ଦୁର ମାଗିଥିଲା ପ୍ରେମିକା । ହତ୍ୟା କରି ଫ୍ରିଜରେ ରଖିଦେଲା ପ୍ରେମିକ । 11 ମାସ ପରେ ଫ୍ରିଜରୁ ମିଳିଲା ମୃତଦେହ । ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ ।

WOMAN BODY IN FRIDGE
WOMAN BODY IN FRIDGE (ETV Bharat)
author img

By ETV Bharat Odisha Team

Published : Jan 11, 2025, 4:28 PM IST

Updated : Jan 11, 2025, 4:45 PM IST

ଭୋପାଳ: ପୁଣି ରକ୍ତାକ୍ତ ହେଲା ପ୍ରେମ କାହାଣୀ । ପ୍ରେମରୁ ଲିଭଇନ, ବିବାହ ପାଇଁ ଚାପ ପକେଇବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ । ଆଉ ଲିଭ-ଇନ ପାର୍ଟନରକୁ ହତ୍ୟା କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ । ହତ୍ୟାର 11 ମାସ ପରେ ଫ୍ରିଜରୁ ବାହାରିଲା ମୃତଦେହ । ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମଧ୍ୟପ୍ରଦେଶର ଦେବାସ ସହର ବୃନ୍ଦାବନ କଲୋନୀରେ ଘଟିଛି । ଏହି ଘଟଣା ଏବେ ପୁରା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଫ୍ରିଜରୁ ମିଳିଲା ମହିଳାଙ୍କ ମୃତଦେହ:

ଦେବାସ ସହର ବୃନ୍ଦାବନ କଲୋନୀରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ବନ୍ଦ ଘରୁ ଫ୍ରିଜ ଭିତରରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ଏନେଇ ସ୍ଥାନୀୟ ଲୋକେ ବିଏନପି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଯାହା ପାଇଲା ତାହା ସମସ୍ତଙ୍କ ହୋସ ଉଡାଇ ଦେଇଥିଲା । ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ ।

ଗତ ମାର୍ଚ୍ଚରେ ହତ୍ୟା, ଜାନୁଆରୀରେ ମିଳିଲା ମୃତଦେହ:

ମୃତ ମହିଳା ହେଲେ ପ୍ରତିଭା ପ୍ରଜାପତି ଓରଫ ପିଙ୍କି ପ୍ରଜାପତି । ଗତ ମାର୍ଚ୍ଚ ମାସରେ ତାଙ୍କ ପ୍ରେମିକ ହତ୍ୟା କରି ଫ୍ରିଜ ଭିତରେ ରଖି ଫେରାର ହୋଇଯାଇଥିଲା । ଘର ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ଯାଞ୍ଚ ପରେ ଫ୍ରିଜ ଭିତରରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ବାହାଘର ପାଇଁ ଚାପ ପକାଇବାରୁ ହତ୍ୟା:

ଦେବାସ ଏସପି ପୁନିତ ଗେହଲୋଟ କହିଛନ୍ତି କି, ‘ମୃତ ପିଙ୍କି ପ୍ରଜାପତି ଓ ଅଭିଯୁକ୍ତ ସଞ୍ଜୟ ପଟିଦାରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟେ ଲିଭଇନରେ 5 ବର୍ଷ ଧରି ରହିଆସୁଥିଲେ । ପ୍ରେମକୁ ବିବାହର ରୂପ ଦେବାକୁ ମୃତ ପିଙ୍କି ପ୍ରେମିକ ସଞ୍ଜୟଙ୍କ ଉପରେ ଚାପ ପକାଉଥିଲେ । ବାରମ୍ବାର ତାଙ୍କୁ ବିବାହ ପାଇଁ କହୁଥିଲେ । ଯାହାକୁ ନେଇ ଅଭିଯୁକ୍ତ ସଞ୍ଜୟ ଚାପରେ ରହୁଥିଲା । ଏଥିପାଇଁ ପିଙ୍କିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ସଞ୍ଜୟ । ଯେଉଁଥିରେ ତାକୁ ସହଯୋଗ କରିଥିଲା ସାଙ୍ଗ ବିନୋଦ ଦବେ । ପ୍ରଥମେ ସଞ୍ଜୟ ପିଙ୍କିଙ୍କୁ ହତ୍ୟା କରିଥିଲା । ଧରାନପଡିବା ପାଇଁ ଘରେ ଥିବା ଫ୍ରିଜରେ ମୃତଦେହକୁ ରଖିଥିଲା । ଏହାପରେ ଫ୍ରିଜକୁ କପଡାରେ ଭଲଭାବେ ସିଲ୍‌ କରିଥିଲା । ଗତ ବର୍ଷ(2024) ମାର୍ଚ୍ଚ ମାସରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତେବେ ଅଭିଯୁକ୍ତ ସଞ୍ଜୟ ବିବାହିତ ଥିଲା । ଅଭିଯୁକ୍ତର ଘର ମଧ୍ୟପ୍ରଦେଶର ଉଜ୍ଜ୍ବୈନରେ । ପରେ ସେମାନେ ଫେରାର ହୋଇଯାଇଥିଲେ ।’

ଏହା ମଧ୍ୟ ପଢନ୍ତୁ:

ଉତ୍ତରପ୍ରଦେଶରେ ବାପା-ମାଆ ଏବଂ ୩ ଝିଅଙ୍କୁ ହତ୍ୟା, ବେଡ୍ ବକ୍ସରୁ ମିଳିଲା ମୃତଦେହ

ହଟିଲା କନ୍ଦରପୁର ହତ୍ୟା ଘଟଣା ଉପରୁ ପରଦା, ସାର୍ଟର ଟ୍ୟାଗ କହିଲା ଅଭିଯୁକ୍ତ ଠିକଣା

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା, ଭଦ୍ରକରେ ଅଭିଯୁକ୍ତର ଆତ୍ମହତ୍ୟା; ୫୯ ଖଣ୍ଡ କରି ଫ୍ରିଜରେ ରଖିଥିଲା ମୃତଦେହ - Mahalakshmi murder case

କେମିତି ହେଲା ସନ୍ଦେହ ?

ତେବେ ବନ୍ଦ ଘରୁ ଦୁର୍ଗନ୍ଧ ଆସୁଥିଲା । ଲୋକେ ସନ୍ଦେହ କରି ଏହି ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚିଥିଲା । ଘରଟି ତାଲା ପଡିଥିଲା । ଯେବେ ତାଲା ଭାଙ୍ଗି ଘରେ ଛାନଭିନ କରିଥିଲା । ତଲାସି ବେଳେ ଘରେ ଥିବା ଏକ ଫ୍ରିଜ ଖୋଲିବା ପରେ ସେଥିରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସେହିପରି ବିଏନପି ଥାନା ପ୍ରଭାରୀ ଅମିତ ସୋଲାଙ୍କି କହିଛନ୍ତି, ‘ସ୍ଥାନୀୟଲୋକେ ଘର ଭିତରୁ ଦୁର୍ଗନ୍ଧ ଆସୁଥିବା ଖବର ଦେଇଥିଲେ । ଏହି ଘରଟି ଧିରେନ୍ଦ୍ର ଶ୍ରୀବାସ୍ତବଙ୍କର ଅଟେ ।’ ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2025, 4:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.