ETV Bharat / state

ପୂରଣ ହେବ ବଳକା ୬୩୦୦ କନିଷ୍ଠ ଶିକ୍ଷକ ପଦବୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ - JUNIOR TEACHER RECRUITMENT

ରାଜ୍ୟରେ ବଳକା ଥିବା ୬୩୦୦ କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଥିସହ ଦ୍ବିତୀୟ ମେରିଷ୍ଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ORISSA HIGH COURT
ORISSA HIGH COURT (ETV Bharat Odisha)
author img

By ETV Bharat Odisha Team

Published : Dec 23, 2024, 10:09 PM IST

କଟକ: ପୂରଣ ହେବ ରାଜ୍ୟରେ ବଳକା ଥିବା ୬୩୦୦ କନିଷ୍ଠ ଶିକ୍ଷକ ପଦବୀ । ପୂର୍ବରୁ ସ୍ଥିର ହୋଇଥିବା କଟ ଅଫ ମାର୍କରେ ପରିବର୍ତ୍ତନ କରି ମେରିଟଲିଷ୍ଟରୁ ବାଦ ପଡ଼ିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଦ୍ଵିତୀୟ ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ପଡ଼ିଥିବା ପଦବୀ ପୂରଣ ସମ୍ପର୍କିତ ଏକାଧିକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ମେରିଟ୍‌ ଆଧାରରେ ଲିଷ୍ଟ ପ୍ରସ୍ତୁତି କରି ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ:

ରାଜ୍ୟର ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା 20 ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗତବର୍ଷ ଅକ୍ଟୋବର 9 ତାରିଖରେ ଓପେସା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ଆହୁରି 4 ହଜାର ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଚୟନ ପ୍ରକ୍ରିୟାରେ ଥିବା ଦ୍ଵନ୍ଦ୍ବକୁ ନେଇ ମାମଲା ପ୍ରଥମେ ହାଇକୋର୍ଟର ଜଣିକିଆ ବିଚାରପତି ଏବଂ ପରେ ଡିଭିଜନ ବେଞ୍ଜରେ ନିଷ୍ପତ୍ତି ହୋଇଥିଲା । ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ମେରିଟ ଆଧାରରେ ଷ୍ଟେଟ ଲିଷ୍ଟ ପ୍ରସ୍ତୁତ କରି ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ଡିଭିଜନ ବେଞ୍ଜଙ୍କ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଆଶାୟୀ:

ତେବେ କୌଣସି କାରଣରୁ ପଦ ଖାଲି ରହିଲେ କଟ ଅଫ ମାର୍କ କମ କରି ଦ୍ଵିତୀୟ ମେରିଟ ଲିଷ୍ଟ ଅନୁଯାୟୀ ସରକାର ସମସ୍ତ ପଦବୀ ପୂରଣ କରିପାରିବେ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । ଡିଭିଜନ ବେଞ୍ଜଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ମାସ 5 ତାରିଖରେ ପ୍ରାୟ 16 ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ପ୍ରାୟ 2 ହଜାର ପଦ ପାଇଁ ପ୍ରାର୍ଥୀ ମିଳୁନଥିବା ବେଳେ ଅନ୍ୟାନ୍ୟ ବର୍ଗରେ ଏବଂ ପ୍ରାୟ 6300 ପଦ ପୂରଣ ହୋଇନାହିଁ । ସାନି ମେରିଟ ଲିଷ୍ଟ ପ୍ରସ୍ତୁତି କରି ନିଯୁକ୍ତି ଦେବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ବି ଓପେସା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲାନାହିଁ । ଓପେସାର ଏହି କାର୍ଯ୍ୟକଳାପକୁ ବିରୋଧ କରି ମୂଳ ତାଲିକାରୁ ବାଦ ପଡ଼ିଥିବା ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:

ପୋଲିସ ଡ୍ରାଇଭର ପଦବୀ ନିଯୁକ୍ତି, ବୟସସୀମାରେ କୋହଳ

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଡେଣ୍ଟାଲ ସର୍ଜନ ମେଧା ତାଲିକାକୁ ତୁରନ୍ତ OPSC ସାଇଟରେ ଦାଖଲ କର

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: OPSC କର୍ତ୍ତୃପକ୍ଷ ହାଜର, ପ୍ରତିପକ୍ଷଙ୍କୁ ଜବାବ ମାଗିଲେ ହାଇକୋର୍ଟ

କନେଷ୍ଟବଳ ନିଯୁକ୍ତି; ସର୍ବାଧିକ ବୟସ ସୀମା ୬ବର୍ଷ କୋହଳ କଲେ ହାଇକୋର୍ଟ

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.