ଓଡିଶା

odisha

ETV Bharat / bharat

ରେଳଯାତ୍ରୀଙ୍କ ପାଇଁ ବମ୍ପର ଅଫର, ଏହି ଟ୍ରେନରେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ - Free Food In Train

ଟ୍ରେନ ଯାତ୍ରୀଙ୍କ ପାଇଁ ରହିବନି ଖାଇବା ଟେନସନ । ଟ୍ରେନରେ ପରସା ଯାଉଛି ମାଗଣା ଖାଦ୍ୟ । ଜାଣନ୍ତୁ କେଉଁ ଟ୍ରେନରେ ମିଳୁଛି ଏଭଳି ବମ୍ପର ଅଫର ଏବଂ ମାଗଣା ମିଲ୍ ।

By ETV Bharat Odisha Team

Published : 5 hours ago

Free Food In Train
Free Food In Train (ETV BHARAT ODISHA)

ହାଇଦ୍ରାବାଦ:ଦୂର ସ୍ଥାନକୁ ଯିବା ପାଇଁ ଟ୍ରେନ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି । କାହିଁକି ନା ସୂଲଭ ମୂଲ୍ୟ ସହ ଆରାମଦାୟକ ଯାତ୍ରା ଅନୁଭୂତି ଟ୍ରେନରୁ ହିଁ ମିଳିଥାଏ । ଟ୍ରେନରେ ଲମ୍ବା ଯାତ୍ରା ସମୟରେ କଣ ଖାଇବେ, ତାହାକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି । କିଏ କିଏ ଘରୁ ଖାଇବା ତିଆରି କରି ନେଇଥାନ୍ତି ତ ଆଉ କିଏ ଟ୍ରେନରେ ମିଳୁଥିବା ଖାଦ୍ୟ କିଣିକି ଖାଇଥାନ୍ତି । ମିଳୁଥିବା ଖାଦ୍ୟର ଦର ଅଧିକ ହୋଇଥିଲେ ମଧ୍ୟ ଏହାର ସ୍ବାଦ ଯାତ୍ରୀଙ୍କୁ ପସନ୍ଦ ଆସେ ନାହିଁ । କିନ୍ତୁ ବାଧ୍ୟ ହୋଇ ଟ୍ରେନରେ ମିଳୁଥିବା ଖାଦ୍ୟ ଖାଇବାକୁ ପଡିଥାଏ ।

ଟ୍ରେନରେ ଖାଦ୍ୟକୁ ନେଇ ନୋ ଟେନସନ:

ଦେଶରେ ଏମିତି ଏକ ଟ୍ରେନ ଚଳାଚଳ କରୁଛି ଯେଉଁଥିରେ ଯାତ୍ରା କଲେ ଯାତ୍ରୀଙ୍କୁ ଖାଇବା ଟେନସନ ଚୁଟକିରେ ଦୂର ହୋଇଯାଏ । କାହିଁକି ନା ବିନା କୌଣସି ମୂଲ୍ୟରେ ଟ୍ରେନ ଖାଦ୍ୟ ପରସା ଯାଏ । ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଦିଆଯାଇଥାଏ । ଆପଣ ଜାଣିଛନ୍ତି କି କେଉଁ ଟ୍ରେନରେ ଗଲେ ମିଳିବ ମାଗଣା ଖାଦ୍ୟ । ଆସନ୍ତୁ ଜାଣିବା କେଉଁ ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଉଛି ମାଗଣା ଖାଇବା ।

FREE FOOD IN TRAIN (ETV BHARAT ODISHA)

ଏହି ଟ୍ରେନରେ ମାଗଣା ଖାଦ୍ୟ:

ସଚଖଣ୍ଡ ଏକ୍ସପ୍ରେସ (Sachkhand Express-12715)ରେ ଯାତ୍ରୀଙ୍କୁ ଦିଆଯାଏ ମାଗଣା ଖାଦ୍ୟ । ଏହି ଟ୍ରେନ ମହାରାଷ୍ଟ୍ରର ନାନ୍ଦେଡ ହାଜୁର ସାହେବ ଓ ପଞ୍ଜାବର ଅମୃତସର ମଧ୍ୟରେ ଚାଲିଥାଏ । ଯେଉଁ ଯାତ୍ରୀମାନେ ଏହି ଟ୍ରେନରେ ଯାତ୍ରା କରନ୍ତି ସେମାନଙ୍କୁ ଖାଦ୍ୟ ଏବଂ ପାନୀୟ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ପଡେ ନାହିଁ । ବହୁ ବର୍ଷ ହେବ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ-ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଏହା ମଧ୍ୟ ପଢନ୍ତୁ-ପାର୍ବଣରେ ଟ୍ରାକରେ ଗଡ଼ିବ ୬୦୦୦ ସ୍ପେଶାଲ ଟ୍ରେନ, ଟ୍ରେନ ଯାତ୍ରୀଙ୍କୁ ଭାରତୀୟ ରେଳବାଇର ବଡ଼ ଭେଟି - Special Train For Festive Season

FREE FOOD IN TRAIN (ETV BHARAT ODISHA)

ଏସବୁ ଷ୍ଟେସନରେ ମିଳିବ ଖାଦ୍ୟ :

ସଚଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଭୋପାଳ, ନୂଆଦିଲ୍ଲୀ ସମେତ ୩୯ଟି ଷ୍ଟେସନରେ ରହିଥାଏ । ସେଥି ମଧ୍ୟରୁ ୬ଟି ଷ୍ଟେସନ ମନମାଦ୍, ନାନ୍ଦେଡ , ଭୁସାଭାଲ୍, ଭୋପାଳ, ଗ୍ୱାଲିଅର୍ ଏବଂ ନୂଆଦିଲ୍ଲୀରେ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଦିଆଯାଇଥାଏ । ଏହି ଷ୍ଟେସନଗୁଡ଼ିକରେ ଟ୍ରେନର ଅଟକିବା ସମୟ ମଧ୍ୟ ସେହି ଅନୁସାରେ ସ୍ଥିର କରାଯାଇଛି ଯାହାଦ୍ୱାରା ଯାତ୍ରୀମାନେ ଖାଦ୍ୟ ଖାଇପାରିବେ ।

ଏହା ମଧ୍ୟ ପଢନ୍ତୁ-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

ଏହା ମଧ୍ୟ ପଢନ୍ତୁ-ବିଦେଶରେ ବି ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ ! - VANDE BHARAT EXPRESS

ଟ୍ରେନରେ କିପରି ଆରମ୍ଭ ହେଲା ଏହି ସେବା ?

ଡିଏନ୍ଏ ରିପୋର୍ଟ ଅନୁଯାୟୀ, ସଚଖଣ୍ଡ ଏକ୍ସପ୍ରେସରେ ଗତ 29 ବର୍ଷ ହେଲା ଯାତ୍ରୀମାନଙ୍କୁ ମାଗଣା ଲଙ୍ଗର ଯୋଗାଇ ଦିଆଯାଉଛି । ଯାତ୍ରୀମାନେ ଲଙ୍ଗର ଖାଇବା ପାଇଁ ସାଙ୍ଗରେ ଥାଳି ମଧ୍ୟ ଆଣିଥାଆନ୍ତି । ନାନ୍ଦେଡର ଜଣେ ସ୍ଥାନୀୟ ଶିଖ ବ୍ୟବସାୟୀ ପ୍ରଥମେ ଟ୍ରେନରେ ଏହି ସେବା ଆରମ୍ଭ କରିଥିଲେ । କିନ୍ତୁ ପରେ ଏହାର ଦାୟିତ୍ବ ଗୁରୁଦ୍ୱାର ନେଇଥିଲା। ବର୍ତ୍ତମାନ ଉଭୟ ଜେନେରାଲ ଏବଂ ଏସି କୋଚରେ ପ୍ରତିଦିନ ପ୍ରାୟ 2,000 ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଉଛି । ମେନୁରେ ଭାତ, ତରକାରୀ, ଡାଲି ପରସା ଯାଏ ।

FREE FOOD IN TRAIN (ETV BHARAT ODISHA)

ସଚଖଣ୍ଡ ଏକ୍ସପ୍ରେସ ଇତିହାସ:

ନାନ୍ଦେଡ ଏବଂ ଅମୃତସର ମଧ୍ୟରେ 1995ରୁ ସପ୍ତାହିକ ଆଧାରରରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଏହା ପରେ ଏହାକୁ ଦୁଇ ସାପ୍ତାହିକ ସେବାରେ ପରିବର୍ତ୍ତନ କରାଯାଇଥିଲା । 1997–1998 ରେ, ଏହାକୁ ସପ୍ତାହରେ ପାଞ୍ଚ ଦିନ ଚାଲୁଥିବା ସୁପରଫାଷ୍ଟ ଟ୍ରେନରେ ପରିଣତ କରାଯାଇଥିଲା । 2007 ଠାରୁ ଏହି ଟ୍ରେନ ପ୍ରତିଦିନ ଚଳାଚଳ କରୁଛି । ଏହି ସୁପରଫାଷ୍ଟ ଟ୍ରେନର ନାମ ନାନ୍ଦେଡରେ ଅବସ୍ଥିତ ସଚଖଣ୍ଡ ସାହିବ ଗୁରୁଦ୍ୱାରଙ୍କ ନାମରେ ନାମିତ କରାଯାଇଛି । ଶିଖ ଧର୍ମର ଦୁଇଟି ମୁଖ୍ୟ ଧାର୍ମିକ ସ୍ଥଳକୁ ଏହା ଯୋଡିଥାଏ ।

ABOUT THE AUTHOR

...view details