ହାଇଦ୍ରାବାଦ:ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଶେଷ ସୋମବାର । ଶିବ ଶମ୍ଭୁଙ୍କ ଆଶୀର୍ବାଦ ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ଜମିଛି । ପ୍ରମୁଖ ଶିବ ମନ୍ଦିର ଯେପରିକି ଲିଙ୍ଗରାଜ, କପିଳାଶ, ଧବଳେଶ୍ବର ଓ ପଞ୍ଚଲିଙ୍ଗେଶ୍ବର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ହରହର ମହାଦେବ ଧ୍ବନିରେ ପ୍ରକମ୍ପତ ହେଉଛି ଗଗନ ପବନ । ଆଧ୍ୟାତ୍ମିକ ପରିବେଶ ମନରେ ଭକ୍ତିଭାବ ଭରି ଦେଉଛି ।
କେମିତି ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହେବେ:
ଯଦି କାର୍ତ୍ତିକ ମାସରେ ଭାଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଚାହୁଁଛନ୍ତି ତେବେ କିଛି ବିଶେଷ ନିୟମ ପାଳନ କରାଯିବା ଉଚିତ । ଆସନ୍ତୁ ଜାଣିବା କଣ କଲେ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହେବେ । ଜଣେ ଜ୍ୟୋତିଷଙ୍କ କହିବା ଅନୁଯାୟୀ, ସ୍କନ୍ଦ ପୁରାଣର ବୈଷ୍ଣ ଖଣ୍ଡ ଅନୁସାରେ ୬ଟି ଉପାୟ ମାଧ୍ୟମରେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିହେବ । ଏହାପରେ ଯାଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହେବ । ଆସନ୍ତୁ ଜାଣିବା ସେ 6ଟି ଉପାୟ କଣ ?
ଏହା ମଧ୍ୟ ପଢନ୍ତୁ-ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା
ଏହା ମଧ୍ୟ ପଢନ୍ତୁ-କାର୍ତ୍ତିକ ପରେ ମେଘନାଦ ପାଚେରି ମରାମତି, ଶ୍ରୀମନ୍ଦିର ପ୍ରଶାସନ-ASI ବୈଠକରେ ନିଷ୍ପତ୍ତି
ଉପବାସ:
କୁହାଯାଏ ଯଦି କାର୍ତ୍ତିକ ମାସରେ ବ୍ରତ ପାଳନ କରିବେ ତେବେ ଶୁଭଫଳ ପ୍ରାପ୍ତି ହୋଇଥାଏ । କାର୍ତ୍ତିକ ମାସର ପ୍ରତି ସୋମବାର ଉପବାସ ରହିବା ସହ ଶିବଙ୍କ ନାମ ଜପ କରନ୍ତୁ ଓ ଦିନ ସାରା ପୂଜାର୍ଚ୍ଚନା ମଧ୍ୟ କରନ୍ତୁ । ରନ୍ଧା ଖାଦ୍ୟ ପରିବର୍ତ୍ତେ କ୍ଷୀର ଓ ଫଳ ଖାଇବା ଉଚିତ । ଏହାର ପରଦିନ ଅନ୍ୟକୁ ଭୋଜନ ପରସିବା ସହ ନିଜେ ଗ୍ରହଣ କରନ୍ତୁ । ଏପରି କରିବା ଦ୍ବାରା ଭଗବାନଙ୍କ କୃପା ପ୍ରାପ୍ତି ହେବ ।
ଏକା ଭୁକ୍ତମ:
ଭକ୍ତଙ୍କ ଆଶୀର୍ବାଦ ପାଇଁ ଆପଣଙ୍କୁ ଏକା ଭୁକ୍ତମ କରିବାକୁ ହେବ । ସକାଳେ ଶିବ ପୂଜା କରିବା ପରେ ଖାଦ୍ୟ ଗ୍ରହଣ କରିବେ । କିନ୍ତୁ ଏହାପରେ ସିଧା ସନ୍ଧ୍ୟା ଓ ରାତିରେ ଖାଦ୍ୟ ଖାଇବେ । ତାହା ପୁଣି କେବଳ ଫଳ ଓ କ୍ଷୀର । ଏହି ସମୟରେ ଅନ୍ନ ଖାଇବା ବାରଣ । ପରଦିନ ଆପଣଙ୍କୁ କାହାକୁ ଅନ୍ୟକୁ ଖାଇବାକୁ ଦେବାକୁ ପଡିବ ଏବଂ ତା’ପରେ ଆପଣଙ୍କୁ ଖାଦ୍ୟ ଖାଇବାକୁ ପଡିବ । ଏମିତି କରିବା ଦ୍ବାରା ଭଗବାନ ଶିବ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ।