ଓଡିଶା

odisha

By ETV Bharat Odisha Team

Published : Jun 4, 2024, 2:45 PM IST

ETV Bharat / bharat

କର୍ଣ୍ଣାଟକ ଜନାଦେଶ: ଜେଡିଏସ ଗଡ଼ରେ ହାତର କମାଲ୍‌, ହାସନରୁ ହାରିଲେ ଦୁଷ୍କର୍ମ ଅଭିଯୁକ୍ତ ପ୍ରଜ୍ଜ୍ବଳ - Prajwal Revanna loses Hassan

PRAJWAL REVANNA LOSES HASSAN: 2004ରୁ ହାସନରେ ଜିତିଆସୁଥିବା ଜେଡିଏସକୁ ପରାଜୟର ସ୍ବାଦ ଚଖାଇଲା କଂଗ୍ରେସ । ଦୁଷ୍କର୍ମ ଅଭିଯୁକ୍ତ ତଥା ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କୁ ପ୍ରତ୍ୟାଖ୍ୟାନ କଲେ ହାସନ ବାସୀ । ଅଧିକ ପଢନ୍ତୁ

PRAJWAL REVANNA LOSES HASSAN
PRAJWAL REVANNA LOSES HASSAN (ETV Bharat Odisha)

ବେଙ୍ଗାଲୁରୁ: ଭୋଟ ଗ୍ରହଣ ପରେ ପ୍ରଜ୍ଜ୍ବଳ ରେବନ୍ନାଙ୍କ କାରନାମା ଜଣାପଡ଼ିଥିଲା । ତଥାପି ଏଥର ପ୍ରଜ୍ଜ୍ବଳଙ୍କୁ ଗ୍ରହଣ କରିନାହାନ୍ତି ଜନତା । କଂଗ୍ରେସ ପ୍ରାର୍ଥୀ ଶ୍ରେୟାସ ପଟେଲଙ୍କ ଠାରୁ ହାରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ନାତି ତଥା ପୂର୍ବତନ ହାସନ ସାଂସଦ ପ୍ରଜ୍ଜ୍ବଳ । କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ 40 ହଜାର ଭୋଟ ବ୍ୟବଧାନରେ ହାରିଲେ ପ୍ରଜ୍ଜ୍ବଳ । ଜେଡିଏସ ଗଡ଼ରେ ବିଜୟୀ ହୋଇଛି କଂଗ୍ରେସ । 2004ରୁ ଗଡ଼ ବଞ୍ଚାଇ ଆସୁଥିବା ହାସନରେ ପ୍ରଜ୍ଜ୍ବଳଙ୍କୁ ପରାସ୍ତ କରି ବଡ଼ ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଶ୍ରେୟାସ ।

Prajwal Revanna loses Hassan to Congress (ETV Bharat Odisha)

ହାସନରେ ଜେଡିଏସ (ଜନତା ଦଳ ସିକ୍ୟୁଲାର)କୁ ଦଣ୍ଡ ଦେଇଛନ୍ତି ଜନତା । ଭାରତୀୟ ନିର୍ବାଚନ ଆୟୋଗ (ECI) ତଥ୍ୟ ଅନୁସାରେ କଂଗ୍ରେସ ପ୍ରାର୍ଥୀ ଶ୍ରେୟାସ ପଟେଲଙ୍କୁ 6 ଲକ୍ଷ 69 ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ପ୍ରଜ୍ଜ୍ବଳଙ୍କୁ ମିଳିଛି 6ଲକ୍ଷ 26 ହଜାର ଭୋଟ୍‌ । ମାତ୍ର ପ୍ରାରମ୍ଭିକ ଟ୍ରେଣ୍ଡରେ ଲିଡ୍‌ କରିଆସୁଥିଲେ ପ୍ରଜ୍ଜ୍ବଳ । କିନ୍ତୁ ଭୋଟ ଗଣତି ଶେଷ ବଳକୁ ସବୁ ଓଲଟପାଲଟ ହୋଇଗଲା । ପ୍ରଜ୍ଜ୍ବଳଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ହାସନ ବାସୀ । କଂଗ୍ରେସ ପ୍ରାର୍ଥୀଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇଛନ୍ତି ।

ଏହା ବି ପଢନ୍ତୁ- ଜନାଦେଶ 2024: କର୍ଣ୍ଣାଟକରେ ଆଗରେ ବିଜେପି, ଲିଡ୍‌ କରୁଛନ୍ତି ଯୌନ କେଳେଙ୍କାରୀ ଅଭିଯୁକ୍ତ ପ୍ରଜ୍ଜ୍ବଳ

କର୍ଣ୍ଣାଟକ ହାସନରେ କଂଗ୍ରେସର ବିଜୟ ଜନତାଙ୍କ ମୁଡରେ ଏକ ବଡ଼ ପରିବର୍ତ୍ତନକୁ ପ୍ରତିପାଦିତ କରିଛି । 2019 ଲୋକସଭା ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ଜେଡିଏସ ହାସନରେ ବିଜୟୀ ହୋଇଥିଲା । ଯାହାକି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପାରମ୍ପରିକ ଆସନ ଥିଲା । ସେ 2004ରୁ 2019 ପର୍ଯ୍ୟନ୍ତ କ୍ରମାଗତ ଭାବେ ଏଠାରେ ବିଜୟୀ ହୋଇ ଆସୁଥିଲେ । ଏହାପରେ 2019 ନିର୍ବାଚନରେ ସେ ନାତି ପ୍ରଜ୍ଜ୍ବଳ ପ୍ରାର୍ଥୀ ହୋଇଥିଲେ ।

ଏହି ନିର୍ବାଚନରେ ମଧ୍ୟ ଜେଡିଏସକୁ ପ୍ରଚଣ୍ଡ ବିଜୟ ମିଳିଥିଲା । ରେବନ୍ନା ପାରମ୍ପରିକ ସିଟ୍‌କୁ ବଜାୟ ରଖିବାରେ ସଫଳ ହୋଇଥିଲେ । ଜେଡିଏସ ଖାତାକୁ 52.96 ପ୍ରତିଶତ ଭୋଟ ଯାଇଥିଲା । ପ୍ରଜ୍ଜ୍ବଳ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାଥୀ ମଞ୍ଜୁଙ୍କୁ ହରାଇଥିଲେ । ବିଜେପି ସପକ୍ଷରେ 11.06 ପ୍ରତିଶତ ଭୋଟ ପଡ଼ିଥିଲା । ଚଳିତ ନିର୍ବାଚନରେ ଜେଡିଏସ ଗଡ଼ରେ କଂଗ୍ରେସ ବିଜୟୀ ହୋଇଛି । ଜେଡିଏସକୁ ପ୍ରତ୍ୟାଖ୍ୟାନ କରି ଶାସକ ଦଳ କଂଗ୍ରେସ ଉପରେ ଲୋକ ଭରସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details