ETV Bharat / state

‘ପୂର୍ବ ଭାରତର ଅର୍ଥନୈତିକ ହବ ହେବ ଓଡ଼ିଶା’ - PRAVASI BHARATIYA DIVAS

ଓଡ଼ିଶା ହେବ ପୂର୍ବ-ଭାରତର ‘ଫୁଡ ପ୍ରୋସେସିଂ ହବ’ । ବିକଶିତ ‘ଓଡିଶା @2036’ର ଭିଜନ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଓଡିଶାର ପ୍ରାକୃତିକ ସମ୍ପଦ ସମ୍ଭାରକୁ ପ୍ରଶଂସା କଲେ ଜୟଶଙ୍କର ।

ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ
ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ (ETV Bharat Odisha)
author img

By ETV Bharat Odisha Team

Published : Jan 8, 2025, 6:13 PM IST

ଭୁବନେଶ୍ବର: ପୂର୍ବ ଭାରତରେ ପ୍ରଗତିଶୀଳ ଶିଳ୍ପ ଓ ଅର୍ଥନୈତିକ କ୍ଷମତା କେନ୍ଦ୍ର ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି । ଓଡ଼ିଶାରେ ନିବେଶ ବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଛି ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀର ଉଦଘାଟନୀ ସମାରୋହର ଦ୍ବିତୀୟାର୍ଦ୍ଧରେ ଆୟୋଜିତ ‘ଓଡ଼ିଶାରେ ନିବେଶ’ ଶୀର୍ଷକ କର୍ମଶାଳାରେ ଏପରି ମତ ପ୍ରକାଶ ପାଇଛି । ଏହି ଅଧିବେଶନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସାମିଲ ହୋଇ ମତ ରଖିଛନ୍ତି ।

  • ଉଦଘାଟନୀ ଦିବସର ଦ୍ବିତୀୟାର୍ଦ୍ଧରେ ‘ଓଡ଼ିଶାରେ ନିବେଶ’ କର୍ମଶାଳା

‘ପ୍ରବାସୀ ଭାରତୀୟ ଦିବସ’ ଆୟୋଜନ ପରିପ୍ରେକ୍ଷୀରେ ଆଜି ‘ଓଡ଼ିଶାରେ ନିବେଶ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଭାବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ ଜୟଶଙ୍କର ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ବିକଶିତ ଓଡିଶା ପାଇଁ ୩ଟି ଉପରେ ଗୁରୁତ୍ୱ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ।

ପ୍ରବାସୀ ଭାରତୀୟ ଦିବସ 2025
ପ୍ରବାସୀ ଭାରତୀୟ ଦିବସ 2025 (ETV Bharat Odisha)
  • ଓଡ଼ିଶାରେ ରହିଛି ସମୃଦ୍ଧ ପ୍ରାକୃତିକ ଓ ସାଂସ୍କୃତିକ ସୁବିଧା: ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି,‘‘ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ରାଜ୍ୟର ଅଭିବୃଦ୍ଧି ଉପରେ ଓଡିଶା କାର୍ଯ୍ୟ କରିବା ଦରକାର । ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ଓ ସାଂସ୍କୃତିକ ସୁବିଧାକୁ ଜୟଶଙ୍କର ପ୍ରଶଂସା କରିଛନ୍ତି । ଏହା ରାଜ୍ୟକୁ ବିଶ୍ୱ ବାଣିଜ୍ୟର ବୈଷୟିକ ହବ ଭାବେ ପରିଣତ କରିବ । ଆତ୍ମନିର୍ଭରଶୀଳତାର ଭାରତର ବ୍ୟାପକ ଦୃଷ୍ଟିକୋଣ ସହିତ ସମାନ୍ତରାଳ ହେବାରେ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ବାଣିଜ୍ୟ ସହଭାଗୀତା ବୃଦ୍ଧି ତଥା ନବସୃଜନ-ନେତୃତ୍ୱ ଅଭିବୃଦ୍ଧି ପାଇଁ ଓଡିଶାର ପ୍ରତିଯୋଗିତାମୂଳକ ଶକ୍ତି ବୃଦ୍ଧି କରିବାର ଆବଶ୍ୟକତା ରହିଛି ।"

  • ‘ଓଡ଼ିଶା-@୨୦୩୬’ର ମିଶନ ଉପସ୍ଥାପିତ କଲେ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପ୍ରଭୁ ଶ୍ରୀଜଗନ୍ନାଥ ଓ ଅପର ସମ୍ଭାବନାର ଭୂମି ଭାବରେ ଅଭିହିତ କରିଛନ୍ତି । ସ୍ବତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ସମୃଦ୍ଧ ‘ଓଡ଼ିଶା-@୨୦୩୬’ର ଲକ୍ଷ୍ୟ ଉପସ୍ଥାପିତ କରିଛନ୍ତି । ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ, ଶାନ୍ତ ଓ ଶୃଙ୍ଖଳିତ ପରିବେଶ ଏବଂ ସଡ଼କ ତଥା ରେଳ ସଂଯୋଗୀକରଣ ନିବେଶକମାନଙ୍କୁ ଆକୃଷ୍ଟ କରୁଛି । ରାଜ୍ୟରେ ଅକ୍ଷୟ ଶକ୍ତି, ଅଟୋମୋବାଇଲ, ବାୟୋ-ଟେକ୍ନୋଲୋଜି, ଫାର୍ମାସ୍ୱିଟିକାଲସ ଓ ଡାଟା ସେଣ୍ଟର ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବାବେଳେ ପୁଞ୍ଜିନିବେଶ ପାଇଁ ଅନୁକୂଳ ନୀତି ରହିଛି । ତେଣୁ ଓଡ଼ିଶାରେ ପୁଞ୍ଜିନିବେଶ ହିଁ ଭବିଷ୍ୟତ ପାଇଁ ନିବେଶ । ଓଡ଼ିଶାର ବିକାଶ ଓ ଓଡିଶାବାସୀଙ୍କ ହିତ ପାଇଁ ପ୍ରବାସୀ ଭାରତୀୟମାନେ ଅବଦାନ ପ୍ରକଟ କରିବେ ।"

ଏହା ମଧ୍ୟ ପଢନ୍ତୁ :-

ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

  • ଦକ୍ଷ ମାନବ ସମ୍ବଳ ହେବ ଓଡିଶାର ଯୁବଶକ୍ତି: ଶିଳ୍ପ ମନ୍ତ୍ରୀ ସମ୍ପଦ

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, "ଓଡ଼ିଶାର ଯୁବଶକ୍ତିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ କ୍ରମେ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଇ ପାରିବ । କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଅଭିଯାନ’ରେ ଓଡ଼ିଶାର ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଥିବା ବେଳେ ସାମଗ୍ରିକ ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ନିବେଶକମାନଙ୍କ ପାଇଁ ଲାଭଦାୟକ ହେବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶାକୁ ବିଶ୍ବ ଶିଳ୍ପ-ଶୃଙ୍ଖଳରେ ସାମିଲ କରିବା ନିମନ୍ତେ ସମସ୍ତ ପ୍ରୟାସ କରାଯିବ । ପୂର୍ବ ଭାରତରେ ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ହବ ରୂପେ ପ୍ରତିଷ୍ଠିତ କରିବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ଶିଳ୍ପ, ବୈଷୟିକ ଶିକ୍ଷାନୁଷ୍ଠାନ, ଖଣିଜ ସମ୍ପଦ, ବିଶ୍ବସ୍ତରୀୟ ଦକ୍ଷତା କେନ୍ଦ୍ର, ଇଜ ଅଫ ଡୁଇଂ ବିଜିନେସ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, କେମିକାଲସ ଓ ପେଟ୍ରୋ-କେମିକାଲସ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଚିତ୍ର ଉପସ୍ଥାପନ କରିଛନ୍ତି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.