ଓଡିଶା

odisha

ETV Bharat / bharat

ତୀର୍ଥଯାତ୍ରୀ ବସ ଆକ୍ରମଣର କଡ଼ା ଜବାବ; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି - terrorist killed in Encounter - TERRORIST KILLED IN ENCOUNTER

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଆଜି କାଶ୍ମୀରରେ ବଡ ଅପରେସନ ଆରମ୍ଭ କଲା ସେନା । ଜଣେ ଆତଙ୍କୀ ସଫା । ଅପରେସନ ଜାରି । ଅଧିକ ପଢନ୍ତୁ

କାଶ୍ମୀରରେ ଟଳିଲା ଜଣେ ଆତଙ୍କୀ, ଏନକାଣ୍ଟର ଜାରି
କାଶ୍ମୀରରେ ଟଳିଲା ଜଣେ ଆତଙ୍କୀ, ଏନକାଣ୍ଟର ଜାରି (ETV Bharat Odisha)

By ETV Bharat Odisha Team

Published : Jun 17, 2024, 10:46 AM IST

ଶ୍ରୀନଗର:କାଶ୍ମୀରର ବାନ୍ଦିପୁରା ଏରିଆରେ ଆଜି ବଡଧରଣର ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଏଥିରେ ଆରମ୍ଭରୁ ସଫଳତା ମିଳିଛି । ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛି । ପୁରା ଏରିଆକୁ କର୍ଡନ କରି ଅପରେସନ ଜାରି ରଖିଛି କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସର ସଶସ୍ତ୍ର ବଳର ମିଳିତ ଟିମ୍‌ । ତୀର୍ଥଯାତ୍ରୀଙ୍କ ବସକୁ ଅତର୍କିତ ଆତଙ୍କୀ ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହେବା ପରେ ସେନା ଏବେ ପୁଣି ଆତଙ୍କୀ ନିରୋଧୀ ଅପରେସନକୁ ବ୍ୟାପକ କରିଛି । ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଛନ୍ତି ।

ଗୃହ ମନ୍ତ୍ରଣାଳୟର ସମୀକ୍ଷା ବୈଠକ (ETV Bharat Odisha)

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବାନ୍ଦିପୁରା ଜିଲ୍ଲାର ଅରାଗାମ ଏରିଆରେ ଆତଙ୍କବାଦୀ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଆଜି ସକାଳୁ ସୁରକ୍ଷାବଳ ଅପରେସନ ଆରମ୍ଭ କରିଥିଲା । ପୁରା ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଥିଲା ବେଳେ ଆତଙ୍କୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି । ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସନ୍ଦେହରେ ଅପରେସନ ଜାରି ରହିଛି ।

ନିକଟରେ ଆତଙ୍କୀ ହମଲାରେ ପ୍ରାୟ ହରାଇଥିଲେ 10 ତୀର୍ଥଯାତ୍ରୀ:-

ନିକଟରେ ଜମ୍ମୁ କାଶ୍ମୀର ରିଆସିରେ ବୈଷ୍ଣୋଦେବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ତୀର୍ଥଯାତ୍ରୀଙ୍କ ବସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ବସଟି ଗୁଳିମାଡର ଶିକାର ହୋଇ ଏକ ଖାଇକୁ ଖସି ପଡିଥିଲା । ଏଥିରେ ପ୍ରାୟ 10 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରିବା ପରେ ଚିନ୍ତା ବଢିଥିଲା । ଘାଟିର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତକୁ ବୃଦ୍ଧି କରାଯାଇଥିଲା ।

କାଲି ସମୀକ୍ଷା ବୈଠକ କରିଥିଲେ ଶାହ :-

ଗତକାଲି ଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଜେ.କେ ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ,ସ୍ଥାନୀୟ ପୋଲିସ ଓ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: 10 ମୃତ, ୩୦ରୁ ଅଧିକ ଆହତ

ଘାଟିରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ଓ ଆତଙ୍କବାଦ ନିରୋଧୀ ଅପରେସନର କାର୍ଯ୍ୟକାରିତା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । କେନ୍ଦ୍ର ସରକାର ଘାଟିରେ ଶୂନ୍ୟ ଆତଙ୍କବାଦ ନୀତି କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ । ତାର ମାତ୍ର କିଛି ଘଣ୍ଟା ପରେ ଆଜି ଏକ ବଡଧରଣର ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଏବେ ସୁଦ୍ଧା ଜଣେ ଆତଙ୍କୀର ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ସଂଖ୍ୟା ମଧ୍ୟ ବଢିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details