ଭୁବନେଶ୍ବର:“ଗାର୍ଭି ଗୁଜୁରାଟ” ଟ୍ରେନ ପର୍ଯ୍ୟଟନକୁ ଏକ ନୂତନ ଦିଗନ୍ତ । ଭାରତୀୟ ରେଳବାଇ ଅଧିନରେ ଥିବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ (ଆଇଆରସିଟିସି) ଭାରତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟକୁ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ପ୍ରଦର୍ଶନ କରିବା ପାଇଁ ଜାରି ରଖିଛି । ‘ଆଇଆରସିଟିସି’ ଦିଲ୍ଲୀରୁ ଅକ୍ଟୋବର ୧ ତାରିଖରେ "ଗାର୍ଭି ଗୁଜୁରାଟ" ଭାରତ ଗୌରବ ଡିଲକ୍ସ-ଏସି ଟୁରିଷ୍ଟ ଟ୍ରେନ ଲଞ୍ଚ କରିବାକୁ ଯାଉଛି ।
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETVBharatOdisha) ଏହି ଟ୍ରେନରେ ସ୍ଵତନ୍ତ୍ର ଶ୍ରେଣୀ:-
- ଏହି ଟ୍ରେନରେ ବିଶେଷ ଭାବରେ ଏସି-୧, ଏସି-୨, ଏବଂ ଏସି-୩ ଶ୍ରେଣୀ ସହିତ ମୋଟ ୧୫୦ ପର୍ଯ୍ୟଟକଙ୍କୁ ନେଇ ଯାତ୍ରା କରିପାରିବ । ଭାରତର ୨୪ଟି ରାଜ୍ୟରେ ୧୮୦ରୁ ଅଧିକ ‘ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍’ ଚଳାଚଳ କରିଛି ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ ।
- ଯାତ୍ରୀଙ୍କ ପାଇଁ ସୁବିଧା:-
ଟ୍ରେନ ଯାତ୍ରୀଙ୍କ ଆରାମ ଏବଂ ସୁବିଧା ପାଇଁ ଡିଜାଇନ୍ ହୋଇଥିବା “ଗାର୍ଭି ଗୁଜରାଟ” ଭାରତ ଗୌରବ ଡିଲକ୍ସ-ଏସି ଟୁରିଷ୍ଟ ଟ୍ରେନ ବିଭିନ୍ନ ଆଧୁନିକ ସୁବିଧା ପ୍ରଦାନ କରିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ ।
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETV Bharat Odisha) ଏହା ମଧ୍ୟ ପଢନ୍ତୁ :- ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN
- ବିଶେଷ ଭାବେ ଯାତ୍ରୀଙ୍କ ପାଇଁ ଦୁଇଟି ଡାଇନିଂ ରେଷ୍ଟୁରାଣ୍ଟ
- ଏକ ଅତ୍ୟାଧୁନିକ ରୋଷେଇ ଘର
- ସାୱାର କ୍ୟୁବିକଲ
- ସେନ୍ସର ଚାଳିତ ୱାସ ରୁମ
- ପାଦ ମସାଜ ଉପଭୋଗ କରିପାରିବେ ଯାତ୍ରୀ
ଯାତ୍ରୀମାନଙ୍କ ପାଇଁ ସୁରକ୍ଷା:-
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETV Bharat Odisha) ପ୍ରଥମ ଏସି, ଦ୍ୱିତୀୟ ଏସି ଏବଂ ତୃତୀୟ ଏସିରେ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କୋଚ ରହିଛି । ଏହା ସହିତ ଟ୍ରେନ ସିସିଟିଭି କ୍ୟାମେରା ଏବଂ ଆଗକୁ ସୁରକ୍ଷା ସହିତ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ । ଏହି ଟ୍ରେନରେ ୧୫୦ ଯାତ୍ରୀ ଯାତ୍ରା କରିପାରିବେ । ଯେଉଁଥିରେ ଦିଲ୍ଲୀ ସଫଦରଜଙ୍ଗ, ଗୁରୁଗାଓଁ, ରେୱାରୀ, ରିଙ୍ଗାସ୍, ଫୁଲେରା ଏବଂ ଅଜମେର ରେଳ ଷ୍ଟେସନରେ ବୋର୍ଡିଂ ଏବଂ ଡ଼ିବୋର୍ଡିଂ ବିକଳ୍ପ ରହିଛି ବୋଲି ସୂଚନା ଦେଇଛି ପୂର୍ବତଟ ରେଳପଥ ।
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETV Bharat Odisha) 3 ବର୍ଷରେ ଗଡିଲାଣି ୧୮୦ ରୁ ଅଧିକ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ:-
ଭାରତ ଗୌରବ ଟୁରିଷ୍ଟ ଟ୍ରେନ ସମଗ୍ର ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଗତ ତିନିବର୍ଷ ମଧ୍ୟରେ ୧୮୦ରୁ ଅଧିକ ଭାରତ ଗୌରବ ଟ୍ରେନ ୨୪ଟି ରାଜ୍ୟ ଦେଇ ୮୦ହଜାରରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରିଛି । ଏଥିରୁ ଓଡ଼ିଶାରେ ଚାଲିଛି ଦୁଇଟି ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ । ସେଗୁଡ଼ିକ ହେଲା-ପୁରୀ ଗଙ୍ଗାସାଗର ଭବ୍ୟ କାଶୀ ଏବଂପୁରୀ- କୋଲକାତା ଗଙ୍ଗା ସାଗର ଟ୍ରେନ । ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରଉଲ୍ଲେଖନୀୟ ରୁଟଗୁଡ଼ିକ ହେଲା-
ଭାରତ-ନେପାଳ ମୈତ୍ରୀ ଯାତ୍ରା
ଅକ୍ଟୋବର ପହିଲାରେ ଦିଲ୍ଲୀରୁ ଗଡିବ ‘ଗାର୍ଭି ଗୁଜୁରାଟ’ ପର୍ଯ୍ୟଟନ ସ୍ବତନ୍ତ୍ର ଟ୍ରେନ, ତୀର୍ଥଯାତ୍ରୀଙ୍କ ପାଇଁ ରହିଛି ଏହି ନୂଆ ସୁବିଧା (ETVBharatOdisha) - ଶ୍ରୀ ରାମାୟଣ ଯାତ୍ରା
- ଚାର ଧାମ ଯାତ୍ରା
- ବୁଦ୍ଧିଷ୍ଟ ସର୍କିଟ ଟୁରିଷ୍ଟ ଟ୍ରେନ୍
- ବାବା ସାହେବ ଆମ୍ବେଦକର ଯାତ୍ରା
- 7 ଜ୍ୟୋତିର୍ଲିଙ୍ଗ ଯାତ୍ରା।
- ଦିବ୍ୟ ଦକ୍ଷିଣ ଦର୍ଶନ ଯାତ୍ରା
- ପୁରୀ ଗଙ୍ଗାସାଗର ଭବ୍ୟ କାଶୀ ଯାତ୍ରା
- ଜୈନ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍
- ପୁରୀ- କୋଲକାତା ଗଙ୍ଗା ସାଗର ଯାତ୍ରା
ଇଟିଭି ଭାରତ, ଭୁବନେଶ୍ବର