ନୂଆଦିଲ୍ଲୀ: ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲା ଭାରତୀୟ ରେଳବାଇ । ସର୍ବବୃହତ ଜନସେବା କାର୍ଯ୍ୟକ୍ରମ ଆୟୋଜନ କରି ଏହି ରେକର୍ଡ କରିଛି ଭାରତୀୟ ରେଳ ବିଭାଗ । ଗତ ଫେବ୍ରୁଆରି ୨୬ରେ 2140ଟି ସ୍ଥାନରେ ରେଳ ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏଥିରେ 40 ଲକ୍ଷ 19 ହଜାର 516 ଜଣ ଲୋକ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ ଓଭର ବ୍ରିଜ୍, ରେଳ ଅଣ୍ଡର ପାସ୍ ଓ ରେଳ ଷ୍ଟେସନ ଶିଳାନ୍ୟାସ ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରେଳ ମନ୍ତ୍ରଣାଳୟର ଏହି ପ୍ରୟାସ ଓ ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ରିକରଣକୁ ମାନ୍ୟତା ମିଳିଛି ।
ଏହା ମଧ୍ୟ ପଢନ୍ତୁ-କନଫର୍ମ ଟିକେଟ ଦେଇ କୋଚ ଲଗାଇବାକୁ ଭୁଲିଗଲା ରେଳବାଇ, ଏବେ ଗଣିବ 8440 ଟଙ୍କା ଜରିମାନା
ଓ୍ବେଟିଂ ଟିକଟ୍ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା:
ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆମର ପ୍ରଥମ ପ୍ରାଥମିକତା ଓ୍ବେଟିଂ ଟିକଟ୍ ସମସ୍ୟାର ସମାଧାନ କରିବା । ଏହି ସମସ୍ୟାର ସମାଧାନ ଖୁବଶୀଘ୍ର କରିବାକୁ ଚାହୁଁଛୁ । ସମସ୍ତଙ୍କୁ କିପରି କନଫର୍ମ ଟିକଟ ମିଳିବ ସେନେଇ ଉଦ୍ୟମ ଜାରି ରଖିଛି ରେଳ ମନ୍ତ୍ରଣାଳୟ । ଗ୍ରୀଷ୍ମ ଯୋଗୁଁ ଯାତ୍ରୀଙ୍କ ସମସ୍ୟାକୁ ଦୂର କରିବା ପାଇଁ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ପ୍ରାୟ 10 ଗୁଣା ଅଧିକ ଟ୍ରେନ୍ ଚଳାଚଳ କରୁଛି । ଚଳିତ ଥର ଗ୍ରୀଷ୍ମରେ ପ୍ରାୟ 4 କୋଟିକୁ ଅଧିକ ଯାତ୍ରୀ ରେଳରେ ଯାତ୍ରା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଦଶମ ପାସ୍ କରିଛନ୍ତି କି ? ରେଲୱେରେ ସୁବର୍ଣ୍ଣ ସୁଯୋଗ; ବାହାରିଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ - Indian Railway Recruitment 2024
ୱେଟିଂ ଟିକଟରୁ ମିଳିବ ମୁକ୍ତି :
ଯଦି ରେଳ ବିଭାଗ ଦୈନିକ 3000 ଅତିରିକ୍ତ ଟ୍ରେନ୍ ଚଳାଏ, ତେବେ ଓ୍ବେଟିଂ ଟିକଟ୍ ସମସ୍ୟାରୁ ମୁକ୍ତି ପାଇପାରିବ । 2032 ସୁଦ୍ଧା ଏହି ଲକ୍ଷ୍ୟପୂରଣ ହେବ । ବର୍ତ୍ତମାନ ଭାରତୀୟ ରେଳ ଦୈନିକ 22 ହଜାର ଟ୍ରେନ୍ ଚଳାଉଛି । 2024 ମସିହାରେ ରେଳବାଇ ପ୍ରତିଦିନ 14.5 କିଲୋମିଟର ଟ୍ରାକ୍ ରଖିଛି । 2014 ମସିହାରେ ଏହି ସଂଖ୍ୟା 4 କିଲୋମିଟର ଥିଲା । ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି ଯେ, ରେଳବାଇର ଭିତ୍ତିଭୂମି ମଜଭୁତ କରିବା ଆମର ଉଦ୍ଦେଶ୍ୟ । ଗତ 10 ବର୍ଷ ମଧ୍ୟରେ ଆମେ 35 ହଜାର କିଲୋମିଟର ନୂଆ ଟ୍ରାକ୍ କରିସାରିଛୁ ।