ମେଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନଟି ଏତେ ଫଳପ୍ରଦ ହେବ ନାହିଁ । କର୍ମକ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟା ଲାଗି ରହିବ । ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସ୍ଥଗିତ ରଖନ୍ତୁ ।
ବୃଷ:ଆଜି ଦିନଟି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ । ସମସ୍ତ ଆଶା ପୂରଣ ହେବ, କିନ୍ତୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ସନ୍ଧ୍ୟା ସମୟରେ କୌଣସି ଖୁସି ଖବର ପାଇ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସନ୍ଧ୍ୟା ବୁଲିବାକୁ ଯାଇପାରନ୍ତି । ପରିବାର ସହ ସମୟ ଅତିବାହିତ କରିବେ ।
ମିଥୁନ: ସକାରାତ୍ମକ ଚିନ୍ତାଧାରା ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ବ୍ୟକ୍ତିତ୍ଵର ବିକାଶ ପାଇଁ ନିଜ ଉପରେ ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା କରିବେ । କେହି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି । ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।
କର୍କଟ:ଆଜି ନିଜ କାର୍ଯ୍ୟରେ ସଫଳତା ପାଇବେ । ନିଜର ବ୍ୟକ୍ତିତ୍ବ ଉପରେ ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା ପ୍ରତି ରୁଚି ବଢିବ। କେହି ବନ୍ଧୁ ଆପଣଙ୍କୁ ଦେଖାକରିବେ । ଭ୍ରମଣରେ ଯାଆନ୍ତୁ ନାହିଁ । ଆଜି କମଳା ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭଫଳ ପ୍ରାପ୍ତି ହେବ ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ । ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି । ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବେ । କର୍ମଜୀବୀଙ୍କ ପାଇଁ ସକାଳଟି ଭଲ ରହିବ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅନ୍ୟଥା ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ।
କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ । ଯେଉଁମାନେ କଳାକାର ରହିଛନ୍ତି ସେମାନେ ଆଜି ପ୍ରଶଂସିତ ହୋଇପାରନ୍ତି । ଯଦି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କରିପାରନ୍ତି । ପୂର୍ବରୁ ଥିବା ସମସ୍ୟା ଆଜି ସମାଧାନ ହୋଇଯିବ । ଘରକୁ ବିବାହ ପ୍ରସ୍ତାବ ଆସିପାରେ ।