ଓଡିଶା

odisha

By ETV Bharat Odisha Team

Published : Jun 12, 2024, 12:00 AM IST

ETV Bharat / bharat

ଜୁନ 12 ରାଶିଫଳ: ମନର ମଣିଷ ପାଇବେ ତୁଳା ରାଶି ବ୍ୟକ୍ତି, ସତର୍କତାର ସହ ଚଳନ୍ତୁ ସିଂହ ରାଶି ବ୍ୟକ୍ତି - DAILY HOROSCOPE

Horoscope Of 12th June: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

ମେଷ:ଆଜି ଦିନଟି ମିଶ୍ରିତଫଳ ଦେବ । ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ କଠିନ ପରିଶ୍ରମର ଫଳ ଆଶାତୀତ ଭାବେ ସ୍ୱାଦିଷ୍ଟ ହୋଇପାରେ । ମାତ୍ର ଆପଣ ନିଜ କାର୍ଯ୍ୟ୍ୟ ବ୍ୟସ୍ତତା ଯୋଗୁଁ ଘର କଥାରେ ମନୋନିବେଶ କରିବାକୁ ସମୟ ପାଇବେ ନାହିଁ । ନିଜର ପାକସ୍ଥଳୀ ଜନିତ ଯନ୍ତ୍ରଣା ତଥା ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ସରକାରୀ କାର୍ଯ୍ୟ୍ୟଟିକୁ ଆପଣ ସୁଚାରୁ ରୁପେ ତୁଲାଇବାରେ ସକ୍ଷମ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ବୃଷ: ଆପଣଙ୍କ ଦୃଢ ବିଶ୍ୱାସ ଓ ସଂକଳ୍ପ ଆପଣଙ୍କୁ ସବୁ କାର୍ଯ୍ୟ୍ୟରେ ସାଫଲ୍ୟମଣ୍ଡିତ କରିପାରେ । ପିତୃପକ୍ଷ ଲୋକମାନଙ୍କ ଦ୍ୱାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିପାରିବେ । ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖୀ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ । ନିଜର ଦାୟିତ୍ୱକୁ ନିଜେ ବହନ କରି କୃତକାର୍ଯ୍ୟ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ମିଥୁନ: ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟ୍ୟ ସୁଚାରୁ ରୁପେ ସମ୍ପାଦନ କରିପାରିବେ । ଆପଣଙ୍କର କାର୍ଯ୍ୟ୍ୟକଳାପ ସନ୍ତୋଷ ଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିବେ । ପଡୋଶୀ ଓ ବନ୍ଧୁ ମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ । ନିଜର ସ୍ୱାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

କର୍କଟ: ତେଣୁ ନିଜକୁ ସତର୍କ ରହିବା ପାଇଁ ପ୍ରୟାସ କରନ୍ତୁ । ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କଲେ ସର୍ବୋତ୍ତମ ଫଳ ହାସଲ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଛମନ ନେଇ ଆପଣ ଯେ କୌଣସି ଯୋଜନାର ସଫଳ ରୂପାୟନ କରିପାରିବେ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷେପରେ ସାହାଯ୍ୟ କରିବେ । ନିଜର ହିଂସାତ୍ମକ ମନୋବୃତ୍ତି ପରିହାର କରନ୍ତୁ । ଆପଣ ନିଜେ ଶାରିରୀକ ଅସୁସ୍ଥତା ଭୋଗ କରିପାରନ୍ତି । ତେଣୁ ଶରୀରର ଯତ୍ନ ନେବା ବିଧେୟ ଅଟେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ନିଜ ଉପରେ ଏତେ ଚାପ ପଡିବ ଯେ ଆପଣ ଶାନ୍ତି ପାଇବେ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୁରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରକୁ ପ୍ରଭାବ ପକାଇପାରେ । ଧର୍ମକାର୍ଯ୍ୟ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନକଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ସମସ୍ତ ଦିଗରୁ ଆମଦାନୀ ତୁମ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂର ଜନିତ ଦୂରଯାତ୍ରା ପାଇଁ ଯନ୍ତ୍ରଣା ହୋଇପାରେ । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନ ବାଞ୍ଛା ପୂର୍ଣ୍ଣ ହେବ । ସୁ-ଖାଦ୍ୟ ପ୍ରାପ୍ତି ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆଜି ଆପଣଙ୍କ ଦିନଟି ଭଲରେ କଟିବ । କାର୍ଯ୍ୟାଳୟର ପରିବେଶ ଆପଣାଙ୍କୁ ସହଜ ଓ ଲାଭଦାୟକ ହେବ । ସହକର୍ମୀ ମାନେ ଖୁସି ହେବେ, ସହଜରେ କାର୍ଯ୍ୟ ସାଧନ କରିବେ, ସାମାଜିକ ପ୍ରତିଷ୍ଠା ମିଳିବ, ପଦୋନ୍ନତି ହେବ, ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କ ଶାରୀରିକ ଅସୁସ୍ଥତା ଆଜି ଚିନ୍ତାର କାରଣ ହୋଇପାରେ । ଆପଣଙ୍କ ଶାରୀରିକ ମାନ୍ଦାପଣ ଏବଂ ଅକ୍ଷମତା ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବୁଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଃ ଚିନ୍ତାକୁ ଦୂର କରନ୍ତୁ । କାର୍ଯ୍ୟାଳୟର ବାତାବରଣ ତୁମର ସହାୟ ହେବ । ତୁମ ବ୍ୟବସାୟୀ ସାଙ୍ଗ ମାନଙ୍କ ସହ ମତ ପାର୍ଥକ୍ୟ ହେବ । ସରକାରୀ କାମ ନିଜର ସୁଦକ୍ଷତା ଓ କୁସଳତା ଶୈଳୀରେ ସମାପନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ସମସ୍ତ କାର୍ଯ୍ୟ ସାହାସ ତଥା ସୁଚିନ୍ତା ମୂଳକ ଭାବରେ ସମାପନ ହେବ । ବୁଲି ଯିବାର ଆଶା ଅଛି । କୌଣସି କାରଣରୁ ତୁମର ଅନ୍ତରର ଇଚ୍ଛା ବଢିବ ଏବଂ ତୁମେ ନିଜକୁ ନୂତନ ବସ୍ତ୍ର ଦ୍ୱାରା ସୁସଜ୍ଜିତ କରିବ । ତୁମ ଜୀବନସାଥି ତୁମକୁ ଉନ୍ନତି ଆଣିବାରେ ସହାୟ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଦିନଟି ଫଳପ୍ରଦ ଅଟେ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତୃ ଠାରୁ ଜୟ ହେବ । ଦୁଃଚିନ୍ତାରୁ ନିବୃତ ରୁହନ୍ତୁ । ସାଙ୍ଗ ସାଥି ମାନେ ସହାୟ ହେବେ । ପିତା ମାତାଙ୍କ ଠାରୁ ଭଲ ଖବର ପାଇବେ ।

ABOUT THE AUTHOR

...view details